ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ ନିର୍ବାଚନ ସରିବା ପରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ଏନ୍‌ଡିଏକୁ ବହୁମତ ମିଳିଥିବା ଜଣାପଡ଼ିଛି। ତେବେ ପ୍ରକୃତ ରେଜଲ୍ଟ ଜୁନ୍‌ ୪ରେ ଜଣାପଡ଼ିବ। ଏହିଦିନ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଦେଶର ସବୁଠାରୁ ହଟ୍‌ ଆସନ ଭାବରେ […] The post ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ… appeared first on Dharitri Odia News.

ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ ନିର୍ବାଚନ ସରିବା ପରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ଏନ୍‌ଡିଏକୁ ବହୁମତ ମିଳିଥିବା ଜଣାପଡ଼ିଛି। ତେବେ ପ୍ରକୃତ ରେଜଲ୍ଟ ଜୁନ୍‌ ୪ରେ ଜଣାପଡ଼ିବ। ଏହିଦିନ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ଦେଶର ସବୁଠାରୁ ହଟ୍‌ ଆସନ ଭାବରେ ବିବେଚିତ ଆମେଠିରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାରେ ମଙ୍ଗଳବାର ଭୋଟ୍‌ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଭୋଟ ଗଣିବା ପାଇଁ ପ୍ରତ୍ୟେକ ଫୋର୍ସରେ ପୋଲିସ ଫୋର୍ସ ମୁତୟନ କରାଯିବ। ଏଥିସହିତ ସିସିଟିଭି ସବୁ କାର୍ଯ୍ୟକଳାପ ଉପରେ ନଜର ରଖିବ ଏବଂ ଭୋଟ ସ୍ଥାନ ଚାରିପାଖରେ ରୁଟ୍‌ ଡାଇଭର୍ସନ ମଧ୍ୟ ରହିବ। ଏହା ବ୍ୟତୀତ ପ୍ରଶାସନ ଦ୍ୱାରା ଜାରି ପାସ ବିନା କେହି କେନ୍ଦ୍ର ଭିତରକୁ ଯାଇ ପାରିବେ ନାହିଁ। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ଭୋଟ୍‌ ଗଣନା ୧୪ ଟେବୁଲ ଏବଂ ମୋଟ୍‌ ୨୯ ରାଉଣ୍ଡରେ ହେବ। ଭୋଟ୍‌ ଗଣିବା ପାଇଁ ସମସ୍ତ ଆସେମ୍ବ୍ଲିରେ ୧୪-୧୪ ଟେବୁଲ କରାଯାଇଛି।

ଲୋକ ସଭା ନିର୍ବାଚନର ଭୋଟ୍‌ ଗଣିବା ପାଇଁ ଆମେଠିର ଗୌରଗଞ୍ଜର ଜବାହର ନବୋଦୟ ବିଦ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦୁଇଟି ପାରାମିଲିଟାରୀ ଫୋର୍ସ ସିଏପିଏଫ୍‌ ଏବଂ ଦୁଇଟି କମ୍ପାନୀ ଏବଂ ଗୋଟିଏ ପ୍ଲାଟୁନ ପିଏସ୍‌ସି, ଯେଉଁଥିରେ ଜବାହର ନାବୋଦୟ ବିଦ୍ୟାଳୟ ବାହାରେ ପ୍ରାୟ ୨୫୦ ସୈନିକ ନିୟୋଜିତ ହେବେ। ଏହା ବ୍ୟତୀତ ଜିଲା ପୋଲିସ ମଧ୍ୟ ନିୟୋଜିତ ହେବ।

କାଉଣ୍ଟିଂ ଚାମ୍ବରର ଫାଟକରେ ଜଣେ ସବ୍‌-ଇନ୍ସପେକ୍ଟର ଏବଂ ଦୁଇଜଣ କନଷ୍ଟେବଳ ନିୟୋଜିତ ହେବେ ଏବଂ ଏହା ସହିତ ଚାମ୍ବର ଭିତରେ ସିଏପିଏଫ୍‌ କର୍ମଚାରୀ ନିୟୋଜିତ ହେବେ।

The post ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ… appeared first on Dharitri Odia News.