ଆମେରିକାକୁ ୧୦ ଓ୍ଵିକେଟ୍ରେ ହରାଇଲା ଇଂଲଣ୍ଡ, ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ
ବାର୍ବାଡୋସ: କେନିଙ୍ଗଟନ ଓଭାଲରେ ଖେଳା ଯାଇଥିବା ସୁପର-୮ର ଏକ ମୁକାବିଲାରେ ଆମେରିକାକୁ ୧୦ ଓ୍ଵିକେଟ୍ରେ ହରାଇଛି ଇଂଲଣ୍ଡ। ସହଜ ବିଜୟ ସହ ଇଂଲଣ୍ଡ ଚଳିତ ଟି-୨୦ ବିଶ୍ଵକପ୍ରେ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଛି। ସୁପର-୮ର ପରବର୍ତ୍ତୀ ମ୍ୟାଚ୍ ଜୁନ ୨୪ ସକାଳେ ଓ୍ଵେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିବ। ଇଂଲଣ୍ଡ ବିଜୟରେ କ୍ରିସ୍ ଜୋର୍ଡାନ ଓ ଅଧିନାୟକ ଜୋସ୍ ବଟଲର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଜୋର୍ଡାନ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଥିବା ବେଳେ ବଟଲର ୩୮ ବଲରୁ ୮୩ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ୧୮.୫ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ନୀତିଶ କୁମାର ୩୦ ଓ କୋରି ଆଣ୍ଡରସନ ୨୯ ରନ କରିଥିଲେ। ଜୋର୍ଡାନ ୨.୫ ଓଭର ବୋଲିଂ କରି ୧୦ ରନ ଦେଇ ୪ ସଫଳତା ହାସଲ କରିଛନ୍ତି। ହରମୀତ ସିଂ ୨୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ସମୟରେ ସେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଜୋର୍ଡାନ ଏହି ଉପଲବ୍ଧି ଇନିଂସର ୧୯ତମ ଓଭରରେ ହାସଲ କରିଛନ୍ତି। ସେ ଅଲ୍ଲୀ ଖାନ, ନୋସଥୁସ କେଞ୍ଜିଗେ ଓ ସୌରଭ ନେତ୍ରଭଲକରଙ୍କୁ ଲଗାତାର ତିନୋଟି ବଲରେ ଆଉଟ୍ କରି ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି। England become the first tea
ବାର୍ବାଡୋସ: କେନିଙ୍ଗଟନ ଓଭାଲରେ ଖେଳା ଯାଇଥିବା ସୁପର-୮ର ଏକ ମୁକାବିଲାରେ ଆମେରିକାକୁ ୧୦ ଓ୍ଵିକେଟ୍ରେ ହରାଇଛି ଇଂଲଣ୍ଡ। ସହଜ ବିଜୟ ସହ ଇଂଲଣ୍ଡ ଚଳିତ ଟି-୨୦ ବିଶ୍ଵକପ୍ରେ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଛି। ସୁପର-୮ର ପରବର୍ତ୍ତୀ ମ୍ୟାଚ୍ ଜୁନ ୨୪ ସକାଳେ ଓ୍ଵେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିବ। ଇଂଲଣ୍ଡ ବିଜୟରେ କ୍ରିସ୍ ଜୋର୍ଡାନ ଓ ଅଧିନାୟକ ଜୋସ୍ ବଟଲର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଜୋର୍ଡାନ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଥିବା ବେଳେ ବଟଲର ୩୮ ବଲରୁ ୮୩ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ୧୮.୫ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ନୀତିଶ କୁମାର ୩୦ ଓ କୋରି ଆଣ୍ଡରସନ ୨୯ ରନ କରିଥିଲେ। ଜୋର୍ଡାନ ୨.୫ ଓଭର ବୋଲିଂ କରି ୧୦ ରନ ଦେଇ ୪ ସଫଳତା ହାସଲ କରିଛନ୍ତି। ହରମୀତ ସିଂ ୨୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଏହି ସମୟରେ ସେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଜୋର୍ଡାନ ଏହି ଉପଲବ୍ଧି ଇନିଂସର ୧୯ତମ ଓଭରରେ ହାସଲ କରିଛନ୍ତି। ସେ ଅଲ୍ଲୀ ଖାନ, ନୋସଥୁସ କେଞ୍ଜିଗେ ଓ ସୌରଭ ନେତ୍ରଭଲକରଙ୍କୁ ଲଗାତାର ତିନୋଟି ବଲରେ ଆଉଟ୍ କରି ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି।
England become the first team to qualify for the #T20WorldCup 2024 semi-finals ????
A formidable all-round performance as they brush aside USA in Barbados ????#T20WorldCup | #USAvENG | ????: https://t.co/TvtiqrOfcc pic.twitter.com/ILWZQhaEjI— ICC (@ICC) June 23, 2024
୧୧୬ ରନର ବିଜୟ ଲକ୍ଷ୍ୟକୁ ଅନାୟସରେ ପିଛା କରିଛି ଇଂଲଣ୍ଡ। ଅଧିନାୟକ ଜୋସ ବଟଲର ଓ ଫିଲିପ ସଲ୍ଟ ଅବିଭାଜିତ ଓପନିଂରେ ଶତକୀୟ ଭାଗିଦାରୀ ଯୋଡ଼ି ଇଂଲଣ୍ଡକୁ ୧୦ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି। ବିଶେଷ କରି ଜୋସ୍ ବଟଲର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଆମେରିକା ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୩୮ ବଲ୍ରୁ ୬ ଚୌକା ଓ ୭ ଛକା ସହ ୮୩ ରନ କରି ଦଳକୁ ଜିତାଇଛନ୍ତି। ସଲ୍ଟ ୨୫ ରନରେ ଅପରାଜିତ ଥିଲେ। ଇଂଲଣ୍ଡ ୯.୪ ଓଭରରେ ବିନା ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଛି।