ଆମେରିକାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଧୁମ୍; ଟାଇମ୍ସ ସ୍କୋୟାରରେ ‘ଜୟ ଶ୍ରୀରାମ’ ଗୁଞ୍ଜରିତ
ଓ୍ବାଶିଂଟନ: ଆଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗର୍ଭଗୃହରେ ବିରଜାମାନ ହେବେ ରାମଲାଲା । ସେହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ହେବ । ଦେଶରୁ ବିଦେଶ ସବୁଠି ଉତ୍ସୁକତା ଦେଖିବାରୁ ମିଳିଛି । ଆମେରିକାର ଟାଇମ୍ସ ସ୍କୋୟାର ସହିତ ସମସ୍ତ ସହରରେ ଏହି ସମାରୋହର ଲାଇଭ୍ ଟେଲିକାଷ୍ଟ ହେଉଛି । https://www.prameyanews7.com/ajodhya-ram-mandi-prana-pratista-today/ #WATCH | Indian diaspora in the United States sing Ram Bhajan at the Hindu Temple of Minnesota ahead of the Pran Pratishtha ceremony at Ram Temple in Ayodhya. pic.twitter.com/mwFC6DtgyU — ANI (@ANI) January 22, 2024 ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଟାଇମ୍ସ ସ୍କୋୟାରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି । ନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶତାଧିକ ଭକ୍ତଙ୍କ ‘ଜୟ ଶ୍ରୀରାମ’ ନାରାରେ ଗୁଞ୍ଜରିତ ହେଉଛି ଟାଇମ୍ସ ସ୍କୋୟାର । ସୂଚନା ଅନୁଯାୟୀ, ପ୍ରାଣ ପ୍ରତିଷ୍ଠାର ଲାଇଭ୍ ଟେଲିକାଷ୍ଟ ପାଇଁ ନ୍ୟୁୟର୍କର ବିଭିନ୍ନ ଛକ ମାନଙ୍କରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଛି । Indian diaspora illuminated Times Square, New York to celebrate the Pran
ଓ୍ବାଶିଂଟନ: ଆଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗର୍ଭଗୃହରେ ବିରଜାମାନ ହେବେ ରାମଲାଲା । ସେହି ଦିବ୍ୟ ମୁହୂର୍ତ୍ତକୁ ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ହେବ । ଦେଶରୁ ବିଦେଶ ସବୁଠି ଉତ୍ସୁକତା ଦେଖିବାରୁ ମିଳିଛି । ଆମେରିକାର ଟାଇମ୍ସ ସ୍କୋୟାର ସହିତ ସମସ୍ତ ସହରରେ ଏହି ସମାରୋହର ଲାଇଭ୍ ଟେଲିକାଷ୍ଟ ହେଉଛି ।
#WATCH | Indian diaspora in the United States sing Ram Bhajan at the Hindu Temple of Minnesota ahead of the Pran Pratishtha ceremony at Ram Temple in Ayodhya. pic.twitter.com/mwFC6DtgyU— ANI (@ANI) January 22, 2024
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଟାଇମ୍ସ ସ୍କୋୟାରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି । ନାମ ସଂକୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶତାଧିକ ଭକ୍ତଙ୍କ ‘ଜୟ ଶ୍ରୀରାମ’ ନାରାରେ ଗୁଞ୍ଜରିତ ହେଉଛି ଟାଇମ୍ସ ସ୍କୋୟାର । ସୂଚନା ଅନୁଯାୟୀ, ପ୍ରାଣ ପ୍ରତିଷ୍ଠାର ଲାଇଭ୍ ଟେଲିକାଷ୍ଟ ପାଇଁ ନ୍ୟୁୟର୍କର ବିଭିନ୍ନ ଛକ ମାନଙ୍କରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଛି ।
Indian diaspora illuminated Times Square, New York to celebrate the Pran Prathistha ceremony at Ram Mandir, Ayodhya.
(Pics: Consulate General of India, New York's 'X' account) pic.twitter.com/Y4Vq3TmAri— ANI (@ANI) January 22, 2024
ଆମେରିକାରେ ଭାରତୀୟ ବଂଶୋଦ୍ଭବ ବହୁ ସଂଖ୍ୟାରେ ରହୁଛନ୍ତି । କେବଳ ଆମେରିକା ନୁହେଁ, ନେପାଳ, କାନାଡ଼ା ସମେତ ଅନ୍ୟଦେଶ ମାନଙ୍କରେ ମଧ୍ୟ ହଜାର ହଜାର ସଂଖ୍ୟାରେ ହିନ୍ଦୁ ରହୁଛନ୍ତି । ସେଠାରେ ମଧ୍ୟ ହିନ୍ଦୁ ପରିଷଦ ପକ୍ଷରୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରଶାରଣ କରାଯାଉଛି ।
ଆମେରିକାର ଟେକ୍ସାସରେ ଶ୍ରୀ ସୀତାରାମ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି, ହିନ୍ଦୁମାନଙ୍କର ୫୦୦ ବର୍ଷ ସ୍ବପ୍ନ ପୂରଣ ହୋଇଛି । ଅଯୋଧ୍ୟାରେ ଭଗବାନ ରାମ ନିଜ ବାସସ୍ଥାନରେ ବିରାଜମାନ ହେବାକୁ ଯାଉଛନ୍ତି । ଏହି ମୁହୂର୍ତ୍ତ ଅତ୍ୟନ୍ତ ଦିବ୍ୟ। ସାରା ବିଶ୍ବରେ ରହୁଖିବା ହିନ୍ଦୁଙ୍କ ପାଇଁ ଆଜିର ଦିନ ବିଶେଷ ମହତ୍ବପୂର୍ଣ୍ଣ । ଶ୍ରୀ ସୀତାରାମ ଫାଉଣ୍ଡେସନ ହ୍ୟୁଷ୍ଟନରେ ଥିବା ମନ୍ଦିରରେ ରାମ ଜନ୍ମଭୁମି ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ କରିଛନ୍ତି । ଏହି ଉତ୍ସବରେ ସୁନ୍ଦରାକାଣ୍ଡ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ହେବ ।
The post ଆମେରିକାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଧୁମ୍; ଟାଇମ୍ସ ସ୍କୋୟାରରେ ‘ଜୟ ଶ୍ରୀରାମ’ ଗୁଞ୍ଜରିତ appeared first on Prameya News7.