ଆରଏସଏସ ଶିକ୍ଷା ବର୍ଗର ସମାପନ ଉତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
କଟକ: ‘‘ବିଶ୍ୱ ସ୍ତରରେ ଭାରତ ବର୍ଷ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯାହା କେବଳ ଭାରତୀର ନିଜସ୍ୱ ବ୍ୟବସ୍ଥା ଦ୍ୱାରା ସମ୍ଭବ ହୋଇପାରିଛି।’’ ଏନେଇ କଟକ ଗତି ରାଉତ ପାଟଣା ସ୍ଥିତ କେଶବ ଧାମରେ ଆୟୋଜିତ ଆରଏସଏସର ସଙ୍ଘ ଶିକ୍ଷା ବର୍ଗର ସମାପନ ଉତ୍ସବରେ ମତ ପ୍ରକାଶ ପାଇଛି । କାର୍ଯ୍ୟକ୍ରମ ଜୁନ୍ରୁ ଆରମ୍ଭ ହୋଇଥିବାବେଳେ ସୋମବାର ଶେଷ ହୋଇଛି। ସମାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୫୬ ଜଣ ସ୍ୱୟଂ ସେବକ ଏହି ପ୍ରଶିକ୍ଷଣ ବର୍ଗରେ ଯୋଗ ଦେଇଛନ୍ତି ।୫ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସ୍ୱୟଂ ସେବକମାନେ ଭାରତୀୟ ଜୀବନ ଧାରା, ରାଷ୍ଟ୍ରୀୟ ବିକାଶ, ସାମାଜିକ ସମରସତା ସମ୍ପର୍କରେ ଜ୍ଞାନ ଆହରଣ କରିବା ସହିତ, ଆତ୍ମାରକ୍ଷା ବାବଦୀୟ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ଉତ୍ସବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି, ବି ଆର ଶର୍ମା ମୁଖ୍ୟ ଅତିଥି ଏବଂ ଆର ଏସ ଏସ ସହ ପ୍ରାନ୍ତ କାର୍ଯ୍ୟବାହୀ ରବି ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱୟଂ ସେବକ ମାନଙ୍କର ମାର୍ଗ ଦର୍ଶନ କରିଛନ୍ତି।
କଟକ: ‘‘ବିଶ୍ୱ ସ୍ତରରେ ଭାରତ ବର୍ଷ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯାହା କେବଳ ଭାରତୀର ନିଜସ୍ୱ ବ୍ୟବସ୍ଥା ଦ୍ୱାରା ସମ୍ଭବ ହୋଇପାରିଛି।’’ ଏନେଇ କଟକ ଗତି ରାଉତ ପାଟଣା ସ୍ଥିତ କେଶବ ଧାମରେ ଆୟୋଜିତ ଆରଏସଏସର ସଙ୍ଘ ଶିକ୍ଷା ବର୍ଗର ସମାପନ ଉତ୍ସବରେ ମତ ପ୍ରକାଶ ପାଇଛି । କାର୍ଯ୍ୟକ୍ରମ ଜୁନ୍ରୁ ଆରମ୍ଭ ହୋଇଥିବାବେଳେ ସୋମବାର ଶେଷ ହୋଇଛି।
ସମାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୫୬ ଜଣ ସ୍ୱୟଂ ସେବକ ଏହି ପ୍ରଶିକ୍ଷଣ ବର୍ଗରେ ଯୋଗ ଦେଇଛନ୍ତି ।
୫ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସ୍ୱୟଂ ସେବକମାନେ ଭାରତୀୟ ଜୀବନ ଧାରା, ରାଷ୍ଟ୍ରୀୟ ବିକାଶ, ସାମାଜିକ ସମରସତା ସମ୍ପର୍କରେ ଜ୍ଞାନ ଆହରଣ କରିବା ସହିତ, ଆତ୍ମାରକ୍ଷା ବାବଦୀୟ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ଉତ୍ସବରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି, ବି ଆର ଶର୍ମା ମୁଖ୍ୟ ଅତିଥି ଏବଂ ଆର ଏସ ଏସ ସହ ପ୍ରାନ୍ତ କାର୍ଯ୍ୟବାହୀ ରବି ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱୟଂ ସେବକ ମାନଙ୍କର ମାର୍ଗ ଦର୍ଶନ କରିଛନ୍ତି।