ଆରଜି କର୍ ମେଡିକାଲ କଲେଜର ୫୧ ଡାକ୍ତରଙ୍କୁ କର୍ତ୍ତୃପକ୍ଷଙ୍କ ନୋଟିସ
କୋଲକାତା: ଗଣତାନ୍ତ୍ରିକ ବାତାବରଣକୁ ବିପଦରେ ପକାଇ ଭୟ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ୫୧ ଜଣ ଡାକ୍ତରଙ୍କୁ ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର ୧୧ ତାରିଖରେ ତଦନ୍ତ କମିଟି ନିକଟରେ ହାଜର ହେବାକୁ ଏହି ଡାକ୍ତରମାନଙ୍କୁ କୁହାଯାଇଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନ ଜାରି ରଖିବା ଏବଂ ହସ୍ପିଟାଲରେ ଡାକ୍ତରମାନେ ମେଳି ବାନ୍ଧି ଆନ୍ଦୋଳନକୁ ଦୀର୍ଘକାଳୀନ କରିବା ପାଇଁ ପଦକ୍ଷେପ ନେଇଥିବାରୁ ସେମାନଙ୍କୁ ଏଭଳି […]

କୋଲକାତା: ଗଣତାନ୍ତ୍ରିକ ବାତାବରଣକୁ ବିପଦରେ ପକାଇ ଭୟ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ୫୧ ଜଣ ଡାକ୍ତରଙ୍କୁ ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର ୧୧ ତାରିଖରେ ତଦନ୍ତ କମିଟି ନିକଟରେ ହାଜର ହେବାକୁ ଏହି ଡାକ୍ତରମାନଙ୍କୁ କୁହାଯାଇଛି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନ ଜାରି ରଖିବା ଏବଂ ହସ୍ପିଟାଲରେ ଡାକ୍ତରମାନେ ମେଳି ବାନ୍ଧି ଆନ୍ଦୋଳନକୁ ଦୀର୍ଘକାଳୀନ କରିବା ପାଇଁ ପଦକ୍ଷେପ ନେଇଥିବାରୁ ସେମାନଙ୍କୁ ଏଭଳି ନୋଟିସ୍ ଜାରି ହୋଇଥିବା କୁହାଯାଉଛି । ହସ୍ପିଟାଲ କର୍ତ୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଆନ୍ଦୋଳନରତ ଡାକ୍ତରମାନଙ୍କୁ କମିଟି ଆଗରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପଡ଼ିବ, ଅନ୍ୟଥା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଜାରିହେବ। ନୋଟିସ୍ ପାଇଥିବା ୫୧ ଜଣ ଡାକ୍ତରଙ୍କ ପାଇଁ ଅନୁଷ୍ଠାନର କ୍ୟାମ୍ପସକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାବ୍ୟତୀତ କଲେଜ କାର୍ଯ୍ୟକଳାପରେ ମଧ୍ୟ ଏହି ଡାକ୍ତରମାନଙ୍କ ଅଂଶଗ୍ରହଣ ନିଷେଧ କରାଯାଇଛି ବୋଲି ହସ୍ପିଟାଲ ଅଧ୍ୟକ୍ଷଙ୍କ ଦସ୍ତଖତରେ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ତାଲିକାରେ ବରିଷ୍ଠ ଡାକ୍ତର, ହାଉସ୍ ସର୍ଜନ, ଇଣ୍ଟର୍ଣ୍ଣ ଓ ପ୍ରଫେସର ରହିଛନ୍ତି। ଅଗଷ୍ଟ ୯ ତାରିଖରୁ ଆର୍ଜି କର ହସ୍ପିଟାଲ ପରିସରରେ ଜଣେ ପିଜି ଡାକ୍ତରଙ୍କୁ ଦୁଷ୍କର୍ମ ଓ ନୃଶଂସ ହତ୍ୟା ପରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି ।