ତେଲେଙ୍ଗାନା ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ୪ ଜଣ ଓଡ଼ିଆ
ତେଲେଙ୍ଗାନା : ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ବିସ୍ଫୋରଣ ଘଟଣା । ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଓଡ଼ିଆ । ମୃତକମାନେ ହେଲେ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ । ଏହା ବ୍ୟତୀତ ଘଟଣାରେ ୩ ଓଡ଼ିଆ ମଧ୍ୟ ଆହତ ହୋଇଛନ୍ତି । ସେମାନେ ହେଲେ ଗଞ୍ଜାମର ସମୀର ପାଢ଼ୀ, ନବରଙ୍ଗପୁରର ନୀଳାମ୍ବର ଭଦ୍ରା ଓ ଭଦ୍ରକର ଚନ୍ଦନ କୁମାର ନାୟକ । […]

ତେଲେଙ୍ଗାନା : ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରେ ବିସ୍ଫୋରଣ ଘଟଣା । ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଓଡ଼ିଆ । ମୃତକମାନେ ହେଲେ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ, ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ । ଏହା ବ୍ୟତୀତ ଘଟଣାରେ ୩ ଓଡ଼ିଆ ମଧ୍ୟ ଆହତ ହୋଇଛନ୍ତି । ସେମାନେ ହେଲେ ଗଞ୍ଜାମର ସମୀର ପାଢ଼ୀ, ନବରଙ୍ଗପୁରର ନୀଳାମ୍ବର ଭଦ୍ରା ଓ ଭଦ୍ରକର ଚନ୍ଦନ କୁମାର ନାୟକ ।
ସୋମବାର ପସାମୋଲାରମ ଶିଳ୍ପାଞ୍ଚଳରେ ଥିବା ଏକରାସାୟନିକ କାରଖାନାରେ ବିସ୍ଫୋରଣରେ ଏଯାବତ ୪୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କିଛି ଶ୍ରମିକ ମୃତ ଦେହ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା । ଏହି ଫ୍ୟାକ୍ଟ୍ରିରେ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶାର ପ୍ରବାସୀ ଶ୍ରମିକ କାର୍ଯ୍ୟ କରୁଥିଲେ ।