ଗୃହରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ତାତି
ଭୁବନେଶ୍ୱର : ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ରେଭେନ୍ସା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ମୁ ରେଭେନସିଆନ ଏହି ପ୍ରସଙ୍ଗକୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ,ଏହା ୧୫୬ ବର୍ଷର ଏକ ମାଇଲ ଖୁଣ୍ଟ । ୧୮୬୬ […]

ଭୁବନେଶ୍ୱର : ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ରେଭେନ୍ସା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ମୁ ରେଭେନସିଆନ ଏହି ପ୍ରସଙ୍ଗକୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ,ଏହା ୧୫୬ ବର୍ଷର ଏକ ମାଇଲ ଖୁଣ୍ଟ । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷର କିଛିଦିନ ପୂର୍ବରୁ ଟି.ଇ ରେଭେନ୍ସା ଓଡିଶା ଦାୟିତ୍ୱରେ ଥିଲେ । କିନ୍ତୁ ସେ ନିଜର ୧୦ ବର୍ଷର କାର୍ଯ୍ୟକାଳ ଭିତରେ ଓଡ଼ିଶାରେ ଥିବା ସ୍କୁଲ ଗୁଡିକରେ ବେଙ୍ଗଲୀ ବଦଳରେ କିପରି ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ତ୍ଵ ଦେଇଥିଲେ । ଏପରିକି ଓଡ଼ିଶାର ପ୍ରଥମ ସାମ୍ବାଦିକ ଗୌରୀଶଙ୍କରଙ୍କର ଉତ୍କଳଦୀପିକା ମୁଦ୍ରଣକୁ ମଧ୍ୟ ବିକଶିତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁଠି ପ୍ରଶ୍ନ କରିନଥିଲେ ସେଠାରେ ଅତୀତର ଇତିହାସକୁ ବର୍ତ୍ତମାନର ପୀଢି କାହିଁକି ତର୍ଜମା କରିବେ। ଇତିହାସକୁ ବିକୃତ କରୁଥିବାରୁ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନ ବିରାଟ ଆକାର ଧାରଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ।
ସେହିପରି ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି,ନାଥୁରାମ ଗଡସେଙ୍କ ନାଁରେ ବିଶ୍ବ ବିଦ୍ୟାଳୟ ଖୋଲାଯାଉ । ‘କେନ୍ଦ୍ରମନ୍ତ୍ରୀ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କୌଣସି ବ୍ୟକ୍ତିଗତ ମତ ନଥାଏ । ନୂଆ କଲେଜ ସ୍ଥାପନ କରି ନୂଆ ନାଁ ରଖନ୍ତୁ। ବର୍ତ୍ତମାନ୍ ଛାତ୍ର ଆନ୍ଦୋଳନ ତେଜିଲାଣି, ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ।’
କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି,‘ନବମ ଦଶମ ପଢ଼ିବା ବେଳୁ ସମସ୍ତଙ୍କର ଇଚ୍ଛା ଥାଏ ରେଭେନ୍ସାରେ ଅଧ୍ୟୟନ ପାଇଁ। ରେଭେନ୍ସା ସହିତ ସମସ୍ତଙ୍କ ଭାବାବେଗ ଜଡ଼ିତ।କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଛାତ୍ର ଛାତ୍ରୀଙ୍କ ମନକୁ ଆଘାତ ଦେଇଛି। ନା ବଦଳେଇବା ଚକରରେ ନ ପଡ଼ି ରେଭେନ୍ସା ଦ୍ଵିତୀୟ କ୍ୟାମ୍ପସ କିଭଳି ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରୟାସ କରିବା ଆବଶ୍ୟକ। ରାଜ୍ୟ ସରକାର ଏଠାରେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିଅମ ନାଁ ପରିବର୍ତ୍ତନ କରି ନରେନ୍ଦ୍ର ମୋଦୀ ଷ୍ଟାଡିଅମ କରିବା କ’ଣ ଭାରତ ଅସ୍ମିତା କି।’
ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶା ବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋର୍ଟ ରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ଓଡ଼ିଶାର ଇତିହାସ ମହାନ୍ । ରେଭେନ୍ସା କୁ ନେଇ ଅନେକ କଥା ରହିଛି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଓଡ଼ିଶାରେ ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା । ତାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ସେନେଇ ବିତର୍କ ହେବାର ଆବଶ୍ୟକତା ରହିଛି ।