ଆରବୀ ଭାଷାରେ ରାମାୟଣ ଏବଂ ମହାଭାରତ; ଦୁଇ ଅନୁବାଦକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ: ଦୁଇ ଦିନି କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପଶ୍ଚିମ ଏସୀୟ ଦେଶ ଯାତ୍ରା କରିଛନ୍ତି । ଶନିବାର କୁଏତରେ ପିଏମ୍ ମୋଦି ପହଞ୍ଚବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି କୁଏତ୍ ଦୁଇ ମହାନ ବ୍ୟକ୍ତିଙ୍କୁ ସାକ୍ଷାତ୍ କରିଥିଲେ । ଅବଦ୍ଦୁଲ୍ଲା ଅଲ-ବରୁଣି ଏବଂ ଅବଦ୍ଦୁଲ ଲତିଫ ଅଲ-ନସେଫଙ୍କୁ ଭେଟ କରି ତାଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଦୁଇ ଅନୁବାଦକ ମହାକାବ୍ୟ ରାମାୟଣ ଏବଂ ମହାଭାରତକୁ ଆରବୀ ଭାଷାରେ ଅନୁବାଦ କରିବା ସହ ଏହାର ବହି ପ୍ରକାଶ କରିଛନ୍ତି । ଏହି ମହାକାବ୍ୟକୁ ଅନୁବାଦ କରି ପ୍ରକାଶ କରିବାକୁ ଦୁହିଁଙ୍କୁ ଦୁଇ ବର୍ଷ ଆଠ ମାସ ସମୟ ଲାଗିଥିଲା । ଏହାଛଡ଼ା କୁଏତରେ ଥିବା ପ୍ରବାସୀ ଭାରତୀୟଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଲା ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଜାନୁଆରୀରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ କୁଏତରେ ଥିବା ପ୍ରବାସୀ ଭାରତୀୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି । କୁଏତ୍ ବନ୍ଧୁଙ୍କୁ ମଧ୍ୟ ସାଥୀରେ ଆଣିବାକୁ କହିଛନ୍ତି । ୧୯୮୧ରେ ଇନ୍ଦିରା ଗାନ୍ଧିଙ୍କ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ୍ ଗସ୍ତ । ୨୦୦୯ରେ ଉପ-ରାଷ୍ଟ୍
ନୂଆଦିଲ୍ଲୀ: ଦୁଇ ଦିନି କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ପଶ୍ଚିମ ଏସୀୟ ଦେଶ ଯାତ୍ରା କରିଛନ୍ତି । ଶନିବାର କୁଏତରେ ପିଏମ୍ ମୋଦି ପହଞ୍ଚବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି କୁଏତ୍ ଦୁଇ ମହାନ ବ୍ୟକ୍ତିଙ୍କୁ ସାକ୍ଷାତ୍ କରିଥିଲେ । ଅବଦ୍ଦୁଲ୍ଲା ଅଲ-ବରୁଣି ଏବଂ ଅବଦ୍ଦୁଲ ଲତିଫ ଅଲ-ନସେଫଙ୍କୁ ଭେଟ କରି ତାଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଦୁଇ ଅନୁବାଦକ ମହାକାବ୍ୟ ରାମାୟଣ ଏବଂ ମହାଭାରତକୁ ଆରବୀ ଭାଷାରେ ଅନୁବାଦ କରିବା ସହ ଏହାର ବହି ପ୍ରକାଶ କରିଛନ୍ତି । ଏହି ମହାକାବ୍ୟକୁ ଅନୁବାଦ କରି ପ୍ରକାଶ କରିବାକୁ ଦୁହିଁଙ୍କୁ ଦୁଇ ବର୍ଷ ଆଠ ମାସ ସମୟ ଲାଗିଥିଲା ।
ଏହାଛଡ଼ା କୁଏତରେ ଥିବା ପ୍ରବାସୀ ଭାରତୀୟଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଲା ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଜାନୁଆରୀରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ କୁଏତରେ ଥିବା ପ୍ରବାସୀ ଭାରତୀୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି । କୁଏତ୍ ବନ୍ଧୁଙ୍କୁ ମଧ୍ୟ ସାଥୀରେ ଆଣିବାକୁ କହିଛନ୍ତି ।
୧୯୮୧ରେ ଇନ୍ଦିରା ଗାନ୍ଧିଙ୍କ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ୍ ଗସ୍ତ । ୨୦୦୯ରେ ଉପ-ରାଷ୍ଟ୍ରପତି ହାମିଦ ଅଂସାରୀ ପଶ୍ଚିମ ଏସିଆ ଦେଶକୁ ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ୍ ଗସ୍ତର ଦ୍ବିତୀୟ ଦିନରେ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ବାବଦରେ ଆଲୋଚନା କରିବେ । ଏହା ଦ୍ବାରା ଭାରତ ସହ କୁଏତର ସାମରିକ ଏବଂ ବେସାମରିକ ସମ୍ପର୍କ ଆହୁରି ମଜବୁତ୍ ହେବା ବୋଲି କୁହାଯାଉଛି ।...