ଆରମ୍ଭ ହେଲା ଭୋଟ ଗଣତି: ହରିୟାଣାରେ କଂଗ୍ରେସ ଆଗରେ, ଜମ୍ମୁ-କଶ୍ମୀରରେ ଜୋରଦାର ଟକ୍କର
ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ସକାଳୁ ଆସିଛି । ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟଗୁଡିକ ବର୍ତ୍ତମାନ ଗଣନା କରାଯାଉଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସ ଉଭୟ ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ଅଗ୍ରଣୀ ରହିଛି। ତେବେ ଅପରାହ୍ନ ସୁଦ୍ଧା କେଉଁ ଦଳ ସରକାର ଗଠନ କରିପାରିବ ସେନେଇ ପରିସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯିବ। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ […] The post ଆରମ୍ଭ ହେଲା ଭୋଟ ଗଣତି: ହରିୟାଣାରେ କଂଗ୍ରେସ ଆଗରେ, ଜମ୍ମୁ-କଶ୍ମୀରରେ ଜୋରଦାର ଟକ୍କର appeared first on Dharitri Odia News.
ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ସକାଳୁ ଆସିଛି । ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟଗୁଡିକ ବର୍ତ୍ତମାନ ଗଣନା କରାଯାଉଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସ ଉଭୟ ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ଅଗ୍ରଣୀ ରହିଛି। ତେବେ ଅପରାହ୍ନ ସୁଦ୍ଧା କେଉଁ ଦଳ ସରକାର ଗଠନ କରିପାରିବ ସେନେଇ ପରିସ୍ଥିତି ପ୍ରାୟ ସ୍ପଷ୍ଟ ହୋଇଯିବ।
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଫଳାଫଳରୁ ଯାହା ଜଣାପଡୁଛି ସେଠାରେ କଡା ଟକ୍କର ଚାଲିଛି। ଉଭୟ ଭାଜପା ଏବଂ କଂଗ୍ରେସ ପ୍ରତ୍ୟେକ ୧୨ଟି ଆସନରେ ଆଗୁଆ ଅଛନ୍ତି।
ହରିୟାଣାର ପ୍ରଥମ ପର୍ଯ୍ୟାୟ ଗଣତି ସୁଦ୍ଧା କଂଗ୍ରେସ ୩୮ଟି ଆସନରେ ଏବଂ ଭାଜପା ୨୨ଟି ଆସନରେ ଆଗୁଆ ରହିଛି।
The post ଆରମ୍ଭ ହେଲା ଭୋଟ ଗଣତି: ହରିୟାଣାରେ କଂଗ୍ରେସ ଆଗରେ, ଜମ୍ମୁ-କଶ୍ମୀରରେ ଜୋରଦାର ଟକ୍କର appeared first on Dharitri Odia News.