ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା

ମୁମ଼୍ବାଇ, ୦୮।୦୭: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୋମବାର ସକାଳେ ହୋଇଥିବା ବର୍ଷା କାରଣରୁ ମୁମ଼୍ବାଇ ସହର ଏବେ ଜଳାର୍ଣ୍ଣବ ହୋଇ ରହିଛି । ଟ୍ରେନ୍‌, ବସ୍‌ ଚଳାଚଳ ଏବଂ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ସ୍କୁଲ ମଧ୍ୟ […] The post ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା appeared first on Dharitri Odia News.

ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା

ମୁମ଼୍ବାଇ, ୦୮।୦୭: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୋମବାର ସକାଳେ ହୋଇଥିବା ବର୍ଷା କାରଣରୁ ମୁମ଼୍ବାଇ ସହର ଏବେ ଜଳାର୍ଣ୍ଣବ ହୋଇ ରହିଛି । ଟ୍ରେନ୍‌, ବସ୍‌ ଚଳାଚଳ ଏବଂ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

ସୂଚନା ଥାଉକି ସୋମବାର ସକାଳୁ ପ୍ରବଳ ବର୍ଷା ଫଳରେ ମୁମ଼୍ବାଇ ସହରର ଏବଂ ବସ୍ତି ଅଞ୍ଚଳର ରାସ୍ତାଘାଟରେ ପାଣି ଜମି ରହିଛି । ଗାଡ଼ି ମଟର ସ଼୍ବଭାବିକ ଭାବେ ଜାତାୟତ କରିପାରୁନଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜୁଛି । ବର୍ଷା କାରଣରୁ ମୁମ଼୍ବାଇ ବିମାନ ବନ୍ଦରରେ ୫୦ ବିମାନ ଉଡ଼ାଣକୁ ବାତିଲ୍‌ କରାଯାଇଛି । ଏହାଛଡ଼ା ମୁମ଼୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୨୭ଟି ଫ୍ଲାଇଟ୍‌କୁ ଅନ୍ୟ ବିମାନ ବନ୍ଦରରେ ଅବତରଣ କରିବକୁ ନିର୍ଦ୍ଦେଶ ଦିଆଯାଇଛି ।

The post ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ଭିତରେ ଏହି ସହରରେ ପ୍ରବଳ ବର୍ଷା appeared first on Dharitri Odia News.