ଆଳୁ ସମସ୍ୟା ଦୂର ନହେଲେ ଧାରଣା

ଭୁବନେଶ୍ୱର : ରାଜ୍ୟରେ ଏଯାଏଁ ଟଳି ନାହିଁ ଆଳୁ ସମସ୍ୟା । ଏହାକୁ ନେଇ ବ୍ୟବସାୟୀଙ୍କ ଠାରୁ ଖାଉଟିଙ୍କ ଯାଏଁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ୨୪ ଘଣ୍ଟା ମଧ୍ୟରେ ଆଳୁ ସମସ୍ୟା ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛି ନାଗରିକ ସୁରକ୍ଷା ମଞ୍ଚ । ମାସେ ହେଲାଣି ଆଳୁ ସଙ୍କଟ ଲାଗି ରହିଛି। ଶହେ ଟଙ୍କା ତିନି କିଲୋ ଆଳୁ ଗୋଟିଏ ଦିନ ସରକାର ଚୁପ ବସିଛନ୍ତି। ଗରିବ ଠାରୁ […]

ଆଳୁ ସମସ୍ୟା ଦୂର ନହେଲେ ଧାରଣା
ଆଳୁ ସମସ୍ୟା ଦୂର ନହେଲେ ଧାରଣା

ଭୁବନେଶ୍ୱର : ରାଜ୍ୟରେ ଏଯାଏଁ ଟଳି ନାହିଁ ଆଳୁ ସମସ୍ୟା । ଏହାକୁ ନେଇ ବ୍ୟବସାୟୀଙ୍କ ଠାରୁ ଖାଉଟିଙ୍କ ଯାଏଁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ୨୪ ଘଣ୍ଟା ମଧ୍ୟରେ ଆଳୁ ସମସ୍ୟା ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛି ନାଗରିକ ସୁରକ୍ଷା ମଞ୍ଚ । ମାସେ ହେଲାଣି ଆଳୁ ସଙ୍କଟ ଲାଗି ରହିଛି। ଶହେ ଟଙ୍କା ତିନି କିଲୋ ଆଳୁ ଗୋଟିଏ ଦିନ ସରକାର ଚୁପ ବସିଛନ୍ତି। ଗରିବ ଠାରୁ ଧନୀ ସମସ୍ତଙ୍କ ଘରେ ଆଳୁ ର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଏହି ସଙ୍କଟ ଦିନକୁ ଦିନ ବଢିଚାଲିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ବାହାର କରି ପାରିନାହାନ୍ତି । ଏବେ ମଧ୍ୟ ଖୋଲା ବଜାରରେ ଆଳୁ ୪୦/୪୫ ଟଙ୍କାରେ ବିକ୍ରି ହେଉଛି । ଏକ ସାଧାରଣ ମଧ୍ୟବିତ୍ତ ପରିବାର ପାଇଁ ଏହା କଷ୍ଟସାଧ୍ୟ ହେଲାଣି । କେବଳ ଆଳୁ ନୁହେଁ ଆଳୁ ସହ ପରିବା ମଧ୍ୟ ୧୦୦ ପାର କରି ସାରିଲାଣି । ବଜାର ଦରର ସ୍ଥାୟୀ ପ୍ରତିକାର ଦାବି କରିଛି ନାଗରିକ ସୁରକ୍ଷା ମଞ୍ଚ ।