୧ ଜୁଲାଇରୁ ଦେଶରେ ଲାଗୁ ହେବ ୩ ନୂଆ ଅପରାଧିକ ଆଇନ, ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ : ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଜୁଲାଇ ୧ରୁ ତିନୋଟି ନୂତନ ନିୟମ ଲାଗୁ ହେବ। ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଅଇନରେ ପରିବର୍ତ୍ତନ ଆଣିବାକୁ ସରକାର ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧ରୁ ପୂର୍ବ ପ୍ରଚଳିତ ଆଇନ ବଦଳରେ ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବ। ଏହି ତିନି ଅପରାଧିକ ନିୟମ ହେଉଛି, ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ […]

ନୂଆଦିଲ୍ଲୀ : ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଜୁଲାଇ ୧ରୁ ତିନୋଟି ନୂତନ ନିୟମ ଲାଗୁ ହେବ। ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଅଇନରେ ପରିବର୍ତ୍ତନ ଆଣିବାକୁ ସରକାର ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧ରୁ ପୂର୍ବ ପ୍ରଚଳିତ ଆଇନ ବଦଳରେ ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବ।
ଏହି ତିନି ଅପରାଧିକ ନିୟମ ହେଉଛି, ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ଏହି ନୂତନ ଆଇନ ବ୍ରିଟିଶ ସମୟଠାରୁ ପ୍ରଚଳିତ ହେଉଥିବା ଆଇନକୂ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ସହ ଏହାଦ୍ବାରା ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାବୁ ସକ୍ଷମ ହେବ। ଏହି ୩ଟି ନୂଆ ଆଇନକୁ ଗତ ବର୍ଷ ସେପ୍ଟେମ୍ବର ୨୧ରେ ସଂସଦ ଅନୁମୋଦନ କରିଥିଲା। ଏହା ପରେ, ଡିସେମ୍ବର ୨୫ରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ।
ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ତିନୋଟି ବିଜ୍ଞପ୍ତି ଜାରି କରାଯାଇଛି। ଏହି ଅନୁଯାୟୀ, ନୂତନ ଆଇନର ବ୍ୟବସ୍ଥା ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଏହି ନିୟମଗୁଡ଼ିକ ବ୍ରିଟିଶ କାଳରୁ ଚାଲି ଆସିଥିବା ଇଣ୍ଡିଆନ ପେନାଲ କୋଡ (ଆଇପିସି) ଏବଂ କୋଡ ଅଫ୍ କ୍ରିମିନାଲ ପ୍ରୋସିଜର୍ (CrPC) ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ।