ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି  ଗର୍ଭବତୀଙ୍କ କଥା, ରାଗିକି କହିଲେ… 

ବ୍ରାହ୍ମଣୀଗାଁ:୧୧।୧୧(ମନୋରଞ୍ଜନ ରଣା): ପ୍ରଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କ ଗୁରୁତ୍ୱ ରହିଛି, ବିଶେଷ କରି ଗର୍ଭ ସଂଚାରଠାରୁ ପ୍ରସବ ପର୍ୟ୍ୟନ୍ତ ଆଶାକର୍ମୀମାନେ ମହିଳା ମାନଙ୍କୁ ମେଡିକାଲ ନେବା, ଟୀକା କରଣ କରିବା, ପଞ୍ଜୀକରଣ କରିବା, ବିଭିନ୍ନ ସର୍ଭେ କରିବା ଆଦି ସରକାରୀ କାମ ସେମାନଙ୍କ ଜରୀଆରେ ହୋଇଥାଏ। ତେବେ  ଆଶାକର୍ମୀ ସଠିକ୍‌ ଭାବେ ଦାୟିତ୍ୱ ନ ତୁଲାଇବାରୁ ଗ୍ରାମବାସୀ ପ୍ରଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି। ଏହା ସହ ସେ ତୁରନ୍ତ ନୂତନ ଆଶା କର୍ମୀଙ୍କୁ […] The post ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି  ଗର୍ଭବତୀଙ୍କ କଥା, ରାଗିକି କହିଲେ…  appeared first on Dharitri Odia News.

ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି  ଗର୍ଭବତୀଙ୍କ କଥା, ରାଗିକି କହିଲେ… 
ବ୍ରାହ୍ମଣୀଗାଁ:୧୧।୧୧(ମନୋରଞ୍ଜନ ରଣା): ପ୍ରଥମିକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ ମାନଙ୍କ ଗୁରୁତ୍ୱ ରହିଛି, ବିଶେଷ କରି ଗର୍ଭ ସଂଚାରଠାରୁ ପ୍ରସବ ପର୍ୟ୍ୟନ୍ତ ଆଶାକର୍ମୀମାନେ ମହିଳା ମାନଙ୍କୁ ମେଡିକାଲ ନେବା, ଟୀକା କରଣ କରିବା, ପଞ୍ଜୀକରଣ କରିବା, ବିଭିନ୍ନ ସର୍ଭେ କରିବା ଆଦି ସରକାରୀ କାମ ସେମାନଙ୍କ ଜରୀଆରେ ହୋଇଥାଏ।
ତେବେ  ଆଶାକର୍ମୀ ସଠିକ୍‌ ଭାବେ ଦାୟିତ୍ୱ ନ ତୁଲାଇବାରୁ ଗ୍ରାମବାସୀ ପ୍ରଥମିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍ତି। ଏହା ସହ ସେ ତୁରନ୍ତ ନୂତନ ଆଶା କର୍ମୀଙ୍କୁ ନିଯୁକ୍ତି ପାଇଁ ଦାବି ଉଠାଇଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅର୍ନ୍ତଗତ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ-୨ କେନ୍ଦ୍ରରେ।
ସୂଚନା ଅନୁଯାୟୀ, ଟୁଡୁ ବିଜୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ରେ କାର୍ଯ୍ୟରତ ଆଶାକର୍ମୀ ଲକ୍ଷ୍ମୀ ବଡ଼ ମାଝୀ  ପ୍ରାୟ ଦୁଇବର୍ଷ ହେବ କାର୍ଯ୍ୟରେ ଅବହେଳା କରିଆସୁଛନ୍ତି। ଗର୍ଭବତୀ ମହିଳାମାନଙ୍କୁ ସଠିକ ଭାବେ ଡାକ୍ତରୀ ପରୀକ୍ଷା, ଟୀକା ପ୍ରଦାନ, ମାସିକ ସର୍ଭେ ରିପୋର୍ଟ, ଗ୍ରାମବାସୀଙ୍କୁ ଥଣ୍ଡା ମ୍ୟାଲେରିଆ ଜର ଆଦି ହେଲେ ସାଧାରଣ ଔଷଧ ବଣ୍ଟନରେ ଅବହେଳା କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରିନାହିଁ। ପ୍ରାୟ ଏକ ମାସ ହେବ ପିରତି ମଲ୍ଲିକ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଆଶାକର୍ମୀ ଅନୁପସ୍ଥିତ ଥିବାରୁ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ଅଟୋ ଯୋଗେ ମେଡିକାଲ ନେବା ବାଟରେ ସେ ପ୍ରସବ କରିଥିବା ଗ୍ରାମବାସୀ କହିଛନ୍ତି । ମାମିତ କୁମୁଟି ମାଝୀ ପାଞ୍ଚ ମାସର ଗର୍ଭଧାରଣ କରିଥିବା ବେଳେ ତାଙ୍କୁ ଦିନଟିଏ ପାଇଁ ମଧ୍ୟ ଆଶା ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଯାଇ ନ ଥିବା କହିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଆଶା କର୍ମୀଙ୍କୁ ଯୋଗାଯୋଗ କରିବାରୁ ସେ ମହିଳା ସ୍ବାସ୍ଥ୍ୟ କର୍ମୀ ସହଯୋଗକରୁ ନ ଥିବା ଏବଂ ବିଭିନ୍ନ ବ୍ୟକ୍ତିଗତ ସମସ୍ୟାଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
ସ୍ଥାନୀୟ ମହିଳା ସାସ୍ଥ୍ୟ କର୍ମୀ ମମତା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଗତ ଡିସେମ୍ବର ମାସରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ ଆଶାକର୍ମୀ ଅନୁପସ୍ଥିତ ଥିଲେ। ଏପ୍ରିଲ ମାସରେ ଯୋଗଦେଲେ ପୁଣି ମଇମାସ ଠାରୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗରେ ନାହାଁନ୍ତି ବୋଲି କହିଛନ୍ତି।
ଗତ ଦୁଇବର୍ଷ ମଧ୍ୟରେ ଅଚାନକଭାବେ ଆଶାକର୍ମୀ ତାଙ୍କ କାର୍ଯ୍ୟରେ ଅବହେଳା କରି ଆସୁଥିବାରୁ ଜିଲା ପ୍ରଶାସନ ତୁରନ୍ତ ଏହାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତ।

The post ଆଶାକର୍ମୀଙ୍କ ଉପରେ ଫିଡିକି ଗଲେଣି ଗ୍ରାମବାସୀ: ଥରୁଟିଏ ବି ବୁଝୁନାହାନ୍ତି  ଗର୍ଭବତୀଙ୍କ କଥା, ରାଗିକି କହିଲେ…  appeared first on Dharitri Odia News.