ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା
ଭୁବନେଶ୍ୱର,୧।୧: ଓଡ଼ିଶାରେ ଆସନ୍ତା ଫେବୃଆରୀ ମାସରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା କରାଯାଇଛି। ସ୍ଵାଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, e-KYC ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ସରକାରଙ୍କ ପାଖରେ ଏବେ କୋଟିଏ ପରିବାରର ତଥ୍ଯ ରହିଛି। ଏହାକୁ ଆଧାର କରି ଯୋଜନା ଲାଗୁ କରାଯିବ। ଏହି ଯୋଜନା ଲାଗୁ ହେବା ପରେ […] The post ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା appeared first on Dharitri Odia News.
ଭୁବନେଶ୍ୱର,୧।୧: ଓଡ଼ିଶାରେ ଆସନ୍ତା ଫେବୃଆରୀ ମାସରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା କରାଯାଇଛି। ସ୍ଵାଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, e-KYC ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ। ସରକାରଙ୍କ ପାଖରେ ଏବେ କୋଟିଏ ପରିବାରର ତଥ୍ଯ ରହିଛି। ଏହାକୁ ଆଧାର କରି ଯୋଜନା ଲାଗୁ କରାଯିବ।
ଏହି ଯୋଜନା ଲାଗୁ ହେବା ପରେ ଓଡିଶାର କୌଣସି ବି କାର୍ଡଧାରୀ ଦେଶରେ ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇପାରିବେ। ଏହି ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।
କିପରି କରିବେ ଆବେଦନ?
ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ୍ ୱେବସାଇଟକୁ ଯିବାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ଏଥିରେ ଭେରିଫାଏ କରାନ୍ତୁ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ । ଏହା ପରେ ଏକ ସ୍ୱତନ୍ତ୍ର ଆୟୁଷ୍ମାନ ଯୋଜନା ଆଇଡି ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ୍ କରନ୍ତୁ ।
The post ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା appeared first on Dharitri Odia News.