ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ କାରଣରୁ ଅନଲାଇନ ଓ ଅଫଲାଇନ ରିଜର୍ଭଭେଶନ(ସଂରକ୍ଷଣ) ସମ୍ବନ୍ଧୀୟ ସେବା ବନ୍ଦ ରହିବାକୁ ଯାଉଛି। ଯାତ୍ରୀଙ୍କ ସୁବିଧା ପାଇଁ ଉତ୍ତର ରେଳବାଇ ଏ ନେଇ ଆଗୁଆ ସୂଚନା ଦେଇଛି। ତେବେ ଦେଶର ଅନ୍ୟ ରେଳବାଇ ଜୋନଗୁଡ଼ିକରେ ଟିକେଟ ସଂରକ୍ଷଣ ଯଥାବିଧି ଜାରି ରହିବ । ଉତ୍ତର ରେଳବାଇର ମୁଖ୍ୟ ଲୋକ ସମ୍ପର୍କ […] The post ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା appeared first on Dharitri Odia News.

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ କାରଣରୁ ଅନଲାଇନ ଓ ଅଫଲାଇନ ରିଜର୍ଭଭେଶନ(ସଂରକ୍ଷଣ) ସମ୍ବନ୍ଧୀୟ ସେବା ବନ୍ଦ ରହିବାକୁ ଯାଉଛି। ଯାତ୍ରୀଙ୍କ ସୁବିଧା ପାଇଁ ଉତ୍ତର ରେଳବାଇ ଏ ନେଇ ଆଗୁଆ ସୂଚନା ଦେଇଛି। ତେବେ ଦେଶର ଅନ୍ୟ ରେଳବାଇ ଜୋନଗୁଡ଼ିକରେ ଟିକେଟ ସଂରକ୍ଷଣ ଯଥାବିଧି ଜାରି ରହିବ ।

ଉତ୍ତର ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀଙ୍କ କହିବାନୁସାରେ, ଡାଟା କମ୍ପ୍ରେସ କରିବା ପାଇଁ ଦିଲ୍ଲୀ ପିଆରଏସ (ଯାତ୍ରୀ ସଂରକ୍ଷଣ ସେବା)ର ସମସ୍ତ ସେବା ବନ୍ଦ ରହିବ। ଏଥିରେ ସଂରକ୍ଷଣ, ବାତିଲ, ଚାର୍ଟିଂ, ଅନୁସନ୍ଧାନ ସେବା (୧୩୯ ଏବଂ କାଉଣ୍ଟର ସେବା), ଇଣ୍ଟରନେଟ ବୁକିଂ ଏବଂ ଇଡିଆର ସେବା ଅନ୍ତର୍ଭୁକ୍ତ । ଏପ୍ରିଲ ୧୮ ତାରିଖ ରାତି ୧୨ଟା ୧୫ରୁ (୧୨.୧୫) ରୁ ୧ଟା ୧୫ ପର୍ୟ୍ୟନ୍ତ କୌଣସି ପ୍ରକାର ଅନଲାଇନ କିମ୍ବା ଅଫଲାଇନ ସେବା ପ୍ରାୟ ୧ଟା ପର୍ଯ୍ୟନ୍ତ ଚାଲିବ ନାହିଁ। ଏହି କାରଣରୁ ଦିଲ୍ଲୀ ପିଆରଏସ ସହ ଜଡିତ ସମସ୍ତ ଟ୍ରେନର ସେବା ବନ୍ଦ ରହିବ । ଦେଶର ୫ଟି ସହରରୁ ପିଆରଏସ ସେବା କାର୍ଯ୍ୟ କରୁଛି।

The post ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା appeared first on Dharitri Odia News.