ଆସିକା ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଯଜ୍ଞନାରାୟଣ, ଶରତ ଚନ୍ଦ୍ର

ପୁରୁଷୋତ୍ତମପୁର,୧୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆସିକା ଏମ୍‌ପିଙ୍କ ପ୍ରତିନିଧି ଭାବେ ଯଜ୍ଞନାରାୟଣ ଦାଶ ଓ ଶରତଚନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ଏମପି ଅନିତା ଶୁଭଦର୍ଶନୀ ତାଙ୍କ ଚିଠି ନଂ ୯୭/୨୦୨୫ ଅନୁଯାୟୀ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାକୁ ନେଇ ଜିଲାପାଳ ୧୭.୭.୨୦୨୫ରେ ଚିଠି ନଂ ୧୪୨୫ ପ୍ରକାରେ ଆସିକା ସଂସଦୀୟ କ୍ଷେତ୍ରରେ ରହିଥିବା ବିଡିଓ ପୁରୁଷୋତ୍ତମପୁର, ଆସିକା, ବେଗୁନିଆପଡ଼ା, ବେଲଗୁଣ୍ଠା, ବୁଗୁଡ଼ା, ଧରାକୋଟ, ହିଞିଳିକାଟୁ, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୋଲସରା, ସାନଖେମୁଣ୍ଡି, ଶେରଗଡ, ସୋରଡ଼ା ଓ […] The post ଆସିକା ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଯଜ୍ଞନାରାୟଣ, ଶରତ ଚନ୍ଦ୍ର appeared first on Dharitri Odia News.

ଆସିକା ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଯଜ୍ଞନାରାୟଣ, ଶରତ ଚନ୍ଦ୍ର

ପୁରୁଷୋତ୍ତମପୁର,୧୮ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଆସିକା ଏମ୍‌ପିଙ୍କ ପ୍ରତିନିଧି ଭାବେ ଯଜ୍ଞନାରାୟଣ ଦାଶ ଓ ଶରତଚନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ଏମପି ଅନିତା ଶୁଭଦର୍ଶନୀ ତାଙ୍କ ଚିଠି ନଂ ୯୭/୨୦୨୫ ଅନୁଯାୟୀ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାକୁ ନେଇ ଜିଲାପାଳ ୧୭.୭.୨୦୨୫ରେ ଚିଠି ନଂ ୧୪୨୫ ପ୍ରକାରେ ଆସିକା ସଂସଦୀୟ କ୍ଷେତ୍ରରେ ରହିଥିବା ବିଡିଓ ପୁରୁଷୋତ୍ତମପୁର, ଆସିକା, ବେଗୁନିଆପଡ଼ା, ବେଲଗୁଣ୍ଠା, ବୁଗୁଡ଼ା, ଧରାକୋଟ, ହିଞିଳିକାଟୁ, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୋଲସରା, ସାନଖେମୁଣ୍ଡି, ଶେରଗଡ, ସୋରଡ଼ା ଓ ଏନଏସି ନିର୍ବାହୀ ଅଧିକାରୀ ପୁରୁଷୋତ୍ତମପୁର, ଆସିକା, ବେଲଗୁଣ୍ଠା, ବୁଗୁଡା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, କୋଦଳା, ପୋଲସରା, ସୋରଡାଓ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ସହ ସମସ୍ତ ଲାଇନ ବିଭାଗକୁ ଚିଠି କରି ଜଣାଇଛନ୍ତି। ଏମ୍‌ପିଙ୍କ ଅନୁପସ୍ଥିତିରେ ଜୟନାରାୟଣ ଦାଶ ଓ ଶରତ ଚନ୍ଦ୍ର ପାଣିଗ୍ରାହୀ ଦାୟିତ୍ୱ ତୁଲାଇବେ। ଯଜ୍ଞନାରାୟଣ ସାଧାରଣ ନିର୍ବାଚନ ପୂର୍ବରୁ ଆସିକା ସଂସଦୀୟ କ୍ଷେତ୍ରର ସଂଯୋଜକ ରହିଥିଲେ। ତାଙ୍କ ସଂଗଠନର ଗୋଟିଚାଳନାରେ ଭାଜପା ଶକ୍ତିଶାଳୀ ହୋଇ ୫ଟି ବିଧାନସଭା ଓ ଏମ୍‌ପି ସିଟ୍‌କୁ ଦଖଲ କରିବାରେ ସକ୍ଷମ ହୋଇଥିଲା।

The post ଆସିକା ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ଯଜ୍ଞନାରାୟଣ, ଶରତ ଚନ୍ଦ୍ର appeared first on Dharitri Odia News.