ଆସିଲା ପିଏମ କିଶାନ ଟଙ୍କା,କାଳିଆ ଟଙ୍କା କେବେ?
ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି । ସାରା ଦେଶରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିଛି । ଓଡ଼ିଶାରେ ମୋଟ ୩୧ ଲକ୍ଷ ୬୨ ହଜାର ଚାଷୀ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଛନ୍ତି । ସେହିଭଳି ଯେଉଁ ଯୋଗ୍ୟ ହିତାଧିକାରୀ ପିଏମ କିଷାନରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ […] The post ଆସିଲା ପିଏମ କିଶାନ ଟଙ୍କା,କାଳିଆ ଟଙ୍କା କେବେ? appeared first on Dharitri Odia News.
ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି । ସାରା ଦେଶରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିଛି । ଓଡ଼ିଶାରେ ମୋଟ ୩୧ ଲକ୍ଷ ୬୨ ହଜାର ଚାଷୀ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଛନ୍ତି । ସେହିଭଳି ଯେଉଁ ଯୋଗ୍ୟ ହିତାଧିକାରୀ ପିଏମ କିଷାନରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ ବୋଲି ବରଗଡ ସଭାରୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।
ଗୋଟିଏ ପଟେ ପିଏମ କିଷାନରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିଥିବା ବେଳେ ପୂର୍ବରୁ ରାଜ୍ୟରେ ଚାଲିଥିବା କାଳିଆ ଯୋଜନାରେ ଆଉ ଟଙ୍କା ମିଳିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ପୂର୍ବରୁ ଥିବା ବିଜେଡି ସରକାର ରାଜ୍ୟରେ କାଳିଆ ଯୋଜନା ଆରମ୍ଭ କରିଥିଲେ । ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଥିଲା ‘କାଳିଆ’ ଯୋଜନା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦୧୯ ମସିହାରେ ଏହାକୁ ଆରମ୍ଭ କରିଥିଲେ । ବର୍ଷକୁ ତିନି ଥର ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ଆସୁଥିଲା । ଏବେ ରାଜ୍ୟରେ ସରକାର ବଦଳିବା ପରେ କାଳିଆ ଟଙ୍କା ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
ଏସବୁ ଭିତରେ ‘କାଳିଆ’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି, କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି କିଛି କୁହାଯାଇନାହିଁ। ଏଥିସହ ସେ କହିଛନ୍ତି, ଗୋଟିଏ ରାଜ୍ୟରେ ୨ଟି ଯୋଜନା ସମାନ୍ତରାଳ ଭାବେ ଚାଲିପାରିବନି। ତେଣୁ ଖୁବ୍ ଶୀଘ୍ର ରାଜ୍ୟବାସୀ ପିଏମ-କିଷାନ ଯୋଜନାର ଲାଭ କିପରି ଅଧିକରୁ ଅଧିକ ଉଠାଇବେ, ସେ ନେଇ ଯୋଜନା କରାଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏହି କାଳିଆ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ କମ ଲୋକ ଏହାର ଫାଇଦା ପାଇଛନ୍ତି। ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାର ଲାଭ ପାଇ ପାରିନାହାନ୍ତି ବୋଲି ସିଂଦେଓ କହିଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କାଳିଆ ଯୋଜନା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଯାହା କିଛି ହେବ।
The post ଆସିଲା ପିଏମ କିଶାନ ଟଙ୍କା,କାଳିଆ ଟଙ୍କା କେବେ? appeared first on Dharitri Odia News.