ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ!

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍‌ ପାଇଁ ପୂରା ବିଶ୍ୱର କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଉଭୟ ଟିମ ଏ ଯାଏ ଟୁର୍ନାମେଣ୍ଟରେ ଅପରାଜେୟ ରହିଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଗୁରୁବାର […] The post ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ! appeared first on Dharitri Odia News.

ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ!

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ୍‌ ପାଇଁ ପୂରା ବିଶ୍ୱର କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଉଭୟ ଟିମ ଏ ଯାଏ ଟୁର୍ନାମେଣ୍ଟରେ ଅପରାଜେୟ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଗୁରୁବାର ଭାରତ ଡିଫେଣ୍ଡିଂ ଚମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ତେବେ କାହାର ପଲ୍ଲା ଭାରି ରହିବ, ତାହକୁ ଦେଖିବାକୁ ବାକି ରହିଛି।

ଦକ୍ଷିଣ ଆଫ୍ରିକାର ଦଳ ୩୨ ବର୍ଷର ଦୀର୍ଘ ଅପେକ୍ଷା ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। କିନ୍ତୁ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଫାଇନାଲ ହୋଇ ନ ପାରେ। କାରଣ ମହାମୁକାବିଲା ଉପରେ ବର୍ଷା ବାଧକ ସାଜିପାରେ ବୋଲି କୁହାଯାଉଛି।

The post ଆସିଲା ବଡ଼ ଖବର: ଏହି କାରଣ ଯୋଗୁ ଆଜି ଖେଳାଯିବନି ବିଶ୍ୱକପ୍‌ ଫାଇନାଲ! appeared first on Dharitri Odia News.