ଆସିଲା ବି.ଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୨୬ରୁ ନାମଲେଖା;ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୧୩ା୬(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ବି.ଏଚ୍‌.ଏଡ୍‌ ଓ ଏମ୍‌.ଏଡ୍‌ରେ ନାମଲେଖାଇବା ଲାଗି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ଏହି ତିନି ବିଭାଗରେ ମୋଟ ୨୭୫୦ଟି ସିଟ୍‌ ରହିଛି। ଏଥିରେ ନାମଲେଖାଇବା ପାଇଁ ୧ଲକ୍ଷ ୨୯ ହଜାର ୭୧୨ଜଣ ଆବେଦନ କରିଥିବା ବେଳେ ୧ଲକ୍ଷ ୧୭ ହଜାର ୯୩୩ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀଛାତ୍ର ନାମ ଲେଖାଇବାକୁ ବିବେଚିତ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ଜୁନ୍‌ ୧୩ରୁ ୧୯ ସୁଦ୍ଧା ନିଜ […] The post ଆସିଲା ବି.ଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୨୬ରୁ ନାମଲେଖା;ଜାଣନ୍ତୁ ସବିଶେଷ… appeared first on Dharitri Odia News.

ଆସିଲା ବି.ଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୨୬ରୁ ନାମଲେଖା;ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୧୩ା୬(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ବି.ଏଚ୍‌.ଏଡ୍‌ ଓ ଏମ୍‌.ଏଡ୍‌ରେ ନାମଲେଖାଇବା ଲାଗି ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ଏହି ତିନି ବିଭାଗରେ ମୋଟ ୨୭୫୦ଟି ସିଟ୍‌ ରହିଛି। ଏଥିରେ ନାମଲେଖାଇବା ପାଇଁ ୧ଲକ୍ଷ ୨୯ ହଜାର ୭୧୨ଜଣ ଆବେଦନ କରିଥିବା ବେଳେ ୧ଲକ୍ଷ ୧୭ ହଜାର ୯୩୩ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀଛାତ୍ର ନାମ ଲେଖାଇବାକୁ ବିବେଚିତ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ଜୁନ୍‌ ୧୩ରୁ ୧୯ ସୁଦ୍ଧା ନିଜ ପସନ୍ଦର ଶିକ୍ଷାନୁଷ୍ଠାନଗୁଡିକୁ ଅନ୍‌ଲାଇନ ମାଧ୍ୟମରେ ଚୟନ କରିପାରିବେ। ୨୫ରେ ପ୍ରଥମ ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ରଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁନ ୨୫ରୁ ଜୁଲାଇ ୧ ମଧ୍ୟରେ ଛାତ୍ରୀଛାତ୍ର ଫ୍ରିଜ୍‌, ସ୍ଲାଇଡ ବା ଫ୍ଲଟ ଅପ୍‌ସନ ଦେବା ସହ ନାମଲେଖା ଫି’ ଜମା କରିବେ। ଫ୍ରିଜ ଅପ୍‌ସନ ଦେଇଥିବା ଛାତ୍ରୀଛାତ୍ର ଜୁନ୍‌ ୨୬ରୁ ଜୁଲାଇ ୧ ମଧ୍ୟରେ ଚୟନ ହୋଇଥିବା କଲେଜରେ ନାମ ଲେଖାଇବେ। କେବଳ ଛୁଟି ଦିନକୁ ଛାଡି ଅନ୍ୟଦିନ ଗୁଡିକରେ ନାମଲେଖା କାର୍ଯ୍ୟ ଚାଲିବ। ସେହିପରି ଜୁଲାଇ ୭ରେ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ରଙ୍କୁ ସିଟ୍‌ ଆଲଟମେଣ୍ଟ୍‌ କରାଯିବ। ଜୁଲାଇ ୭ରୁ ୧୧ ମଧ୍ୟରେ ଛାତ୍ରୀଛାତ୍ର ଫ୍ରିଜ୍‌, ସ୍ଲାଇଡ୍‌ ବା ଫ୍ଲଟ୍‌ ଅପ୍‌ସନ ଦେବା ସହ ନାମଲେଖା ଫି’ ଜମା କରିବେ। ଜୁଲାଇ ୮ରୁ ୧୧ ସୁଦ୍ଧା ଏହ ଛାତ୍ରୀଛାତ୍ରମାନେ ଚୟନ ହୋଇଥିବା କଲେଜରେ ନାମ ଲେଖାଇବେ। ଜୁଲାଇ ୧୭ରେ ତୃତୀୟ ପର୍ଯ୍ୟାୟରେ ଚୟନ ଛାତ୍ରୀଛାତ୍ରଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ଜୁଲାଇ ୧୭ରୁ ୨୨ ସୁଦ୍ଧା ଛାତ୍ରୀଛାତ୍ର ଫ୍ରିଜ, ସ୍ଲାଇଡ୍‌ ବା ଫ୍ଲଟ ଅପ୍‌ସନ ଦେବା ସହ ନାମଲେଖା ଫି’ ଜମା କରିବେ। ଜୁଲାଇ ୧୮ରୁ ୨୨ ମଧ୍ୟରେ ଛାତ୍ରୀଛାତ୍ରମାନେ ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ନାମ ଲେଖାଇବେ। ଯେଉଁ ଛାତ୍ରୀଛାତ୍ର ଆଡ୍‌ମିଶନ କରି ନ ଥିବେ କିମ୍ବା ଚୟନ ହୋଇ ନ ଥିବେ ସେମାନେ ଜୁଲାଇ ୨୮ରୁ ୩୧ ଯାଏ ଅନ୍‌ଲାଇନ ଜରିଆରେ ଓ୍ବେଟିଂ ଲିଷ୍ଟ ପାଇଁ ଆବେଦନ କରିପାରିବେ। ଅଗଷ୍ଟ ୫ରେ ଓ୍ବେଟିଂ ଲିଷ୍ଟର ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୬ରୁ ୭ ସୁଦ୍ଧା ଛାତ୍ରୀଛାତ୍ର ଅନ୍‌ଲାଇନରେ ନାମଲେଖା ଫି’ ଜମା କରିବେ। ସେହିପରି ୮ରୁ ୧୧ସୁଦ୍ଧା ଚୟନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।

The post ଆସିଲା ବି.ଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୨୬ରୁ ନାମଲେଖା;ଜାଣନ୍ତୁ ସବିଶେଷ… appeared first on Dharitri Odia News.