ଆସୁଛି ବାତ୍ୟା ‘ଦାନା’: ଆଜି ରାତିରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର
ଛତ୍ରପୁର,୨୩ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଗଞ୍ଜାମ ଜିଲାକୁ ରହୁଥିବାରୁ ଲୋକଙ୍କ ଧନଜୀବନକୁ ସୁରକ୍ଷା ପ୍ରଦାନ କରି ଜିଲାର ଜିରୋ କାଜୁଆଲିଟି ରହିବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏଣୁ ଗଞ୍ଜାମ ଜିଲାର ସମୁଦ୍ରକୂଳିଆ ଲୋକେ ନଦୀପାଶର୍ବରେ ବସବାସ କରୁଥିବା ଲୋକେ ମାଟିକାନ୍ଥ ଘରେ ରହୁଥିବା ପରିବାର, ଚିଲିକା କୂଳିଆ, କଚ୍ଚା ଘରେ କିମ୍ବା […] The post ଆସୁଛି ବାତ୍ୟା ‘ଦାନା’: ଆଜି ରାତିରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର appeared first on Dharitri Odia News.
ଛତ୍ରପୁର,୨୩ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବ ଗଞ୍ଜାମ ଜିଲାକୁ ରହୁଥିବାରୁ ଲୋକଙ୍କ ଧନଜୀବନକୁ ସୁରକ୍ଷା ପ୍ରଦାନ କରି ଜିଲାର ଜିରୋ କାଜୁଆଲିଟି ରହିବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏଣୁ ଗଞ୍ଜାମ ଜିଲାର ସମୁଦ୍ରକୂଳିଆ ଲୋକେ ନଦୀପାଶର୍ବରେ ବସବାସ କରୁଥିବା ଲୋକେ ମାଟିକାନ୍ଥ ଘରେ ରହୁଥିବା ପରିବାର, ଚିଲିକା କୂଳିଆ, କଚ୍ଚା ଘରେ କିମ୍ବା ବିପଦପୂର୍ଣ୍ଣ ସ୍ଥିତିରେ ଥିବା ଘରର ଲୋକଙ୍କୁ ସ୍ଥାନାନ୍ତର କରି ସେମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରିବା ନେଇ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକରେ ସମସ୍ତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତ। ଆଜି ସନ୍ଧ୍ୟା ସୁଦ୍ଧା ସେମାନେ ସ୍ଥାନାନ୍ତର ହେବେ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ସମୁଦାୟ ୨୫ ହଜାର ଲୋକ ସ୍ଥାନାନ୍ତର ହୋଇ ବିଭିନ୍ନ ଆଶ୍ରୟ ସ୍ଥଳଗୁଡ଼ିକରେ ରହିବେ। ସେହିଠାରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସକାଶେ କେଉଁ ପ୍ରକାର ପ୍ରସ୍ତୁତି ହୋଇଛି ତାହା ବୁଝାଯାଇଛି ଏବଂ ସେହି ତଥ୍ୟକୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯାଇଛି।
The post ଆସୁଛି ବାତ୍ୟା ‘ଦାନା’: ଆଜି ରାତିରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର appeared first on Dharitri Odia News.