ଆହୁରି ଶସ୍ତା ହେଲା ସୁନା, ରୂପା ଦର ବି ଖସିଲା

ନୂଆଦିଲ୍ଲୀ ୨୩।୪: ଯଦି ସ୍ୱର୍ଣ୍ଣାଳଙ୍କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ହିଁ ଠିକ୍ ସମୟ। ୨୩ ଏପ୍ରିଲ ମଙ୍ଗଳବାର ସୁନା ରୂପ ଦର ପୁଣି କମିଛି। ଏଣୁ ସୁଯୋଗ ହାତଛଡା କରିବା ଆଦୌ ଉଚିତ ହେବନି। ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ଦର ୧,୫୩୦ ଟଙ୍କା ଶସ୍ତା ହୋଇଛି। କେବଳ ସୁନା ନୁହେଁ ଏହି ସମୟରେ ରୂପା ଦର ମଧ୍ୟ ହ୍ରାସ ହୋଇଛି। କେଜି ପିଛା ଦରରେ ପାଖାପାଖି ୨,୫୦୦ ଟଙ୍କା କମିଛି। ତେବେ ଆସନ୍ତୁ ଜାଣିବା ସୁନା ରୂପାର ତାଜାଦର। ଗୁଡରିଟର୍ଣ୍ଣ ୱେବସାଇଟ୍ ଅନୁସାରେ ମଙ୍ଗଳବାର ଦେଶରେ୨୪ କ୍ୟାରେଟ୍ ସୁନାଦର ୧,୫୩୦ ଟଙ୍କା ହ୍ରାସ ପରେ ପ୍ରତି ୧୦ ଗ୍ରାମ ଦର ୭୨,୧୬୦ ଟଙ୍କାକୁ ଆସିଯାଇଛି। କେବଳ ୨୪ କ୍ୟାରେଟ୍ ନୁହେଁ ୨୨ ଓ ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ହ୍ରାସ ହୋଇଛି। ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ଦର ୬୬,୧୫୦ ଟଙ୍କାରେ କାରବାର ହେଉଥିବା ବେଳେ ୧୮ କ୍ୟାରେଟ୍ ସୁନା ଦରରେ ୧,୧୫୦ ଟଙ୍କା ହ୍ରାସ ସହ ୧୦ ଗ୍ରାମ ପିଛା ଦର ୫୪,୧୨୦ ଟଙ୍କାରେ କାରବାର ହେଉଛି। ଏହା ପୂର୍ବରୁ ୨୨ ଏପ୍ରିଲ ସୋମବାର ମଧ୍ୟ ବଜାରରେ ସୁନା ଦର ହ୍ରାସ ହୋଇଥିଲା। ଏହି ସମୟରେ ପ୍ରତି ୧୦ ଗ୍ରାମ ଦରରେ ୫୫୦ ଟଙ୍କା କମ ଦେଖାଯାଇଥିଲା। ଏହି ସମୟରେ ରୂପା କେଜି ପିଛା ଦରରେ ୧୦୦୦ ଟଙ୍କା ହ୍ରାସ ଦେଖାଯାଇଥିଲା। ସୁନା ଓ ରୂପା ଦର ହ୍ରାସ କେବଳ ବଜାରରେ ନୁହଁ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ମଧ୍ୟ ଦେଖିବାକୁ ମିଳିଛି। ମ

ଆହୁରି ଶସ୍ତା ହେଲା ସୁନା, ରୂପା ଦର ବି ଖସିଲା

ନୂଆଦିଲ୍ଲୀ ୨୩।୪: ଯଦି ସ୍ୱର୍ଣ୍ଣାଳଙ୍କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ହିଁ ଠିକ୍ ସମୟ। ୨୩ ଏପ୍ରିଲ ମଙ୍ଗଳବାର ସୁନା ରୂପ ଦର ପୁଣି କମିଛି। ଏଣୁ ସୁଯୋଗ ହାତଛଡା କରିବା ଆଦୌ ଉଚିତ ହେବନି। ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ଦର ୧,୫୩୦ ଟଙ୍କା ଶସ୍ତା ହୋଇଛି। କେବଳ ସୁନା ନୁହେଁ ଏହି ସମୟରେ ରୂପା ଦର ମଧ୍ୟ ହ୍ରାସ ହୋଇଛି। କେଜି ପିଛା ଦରରେ ପାଖାପାଖି ୨,୫୦୦ ଟଙ୍କା କମିଛି। ତେବେ ଆସନ୍ତୁ ଜାଣିବା ସୁନା ରୂପାର ତାଜାଦର। 

ଗୁଡରିଟର୍ଣ୍ଣ ୱେବସାଇଟ୍ ଅନୁସାରେ ମଙ୍ଗଳବାର ଦେଶରେ୨୪ କ୍ୟାରେଟ୍ ସୁନାଦର ୧,୫୩୦ ଟଙ୍କା ହ୍ରାସ ପରେ ପ୍ରତି ୧୦ ଗ୍ରାମ ଦର ୭୨,୧୬୦ ଟଙ୍କାକୁ ଆସିଯାଇଛି। କେବଳ ୨୪ କ୍ୟାରେଟ୍ ନୁହେଁ ୨୨ ଓ ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ହ୍ରାସ ହୋଇଛି। ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ଦର ୬୬,୧୫୦ ଟଙ୍କାରେ କାରବାର ହେଉଥିବା ବେଳେ ୧୮ କ୍ୟାରେଟ୍ ସୁନା ଦରରେ ୧,୧୫୦ ଟଙ୍କା ହ୍ରାସ ସହ ୧୦ ଗ୍ରାମ ପିଛା ଦର ୫୪,୧୨୦ ଟଙ୍କାରେ କାରବାର ହେଉଛି। 

ଏହା ପୂର୍ବରୁ ୨୨ ଏପ୍ରିଲ ସୋମବାର ମଧ୍ୟ ବଜାରରେ ସୁନା ଦର ହ୍ରାସ ହୋଇଥିଲା। ଏହି ସମୟରେ ପ୍ରତି ୧୦ ଗ୍ରାମ ଦରରେ ୫୫୦ ଟଙ୍କା କମ ଦେଖାଯାଇଥିଲା। ଏହି ସମୟରେ ରୂପା କେଜି ପିଛା ଦରରେ ୧୦୦୦ ଟଙ୍କା ହ୍ରାସ ଦେଖାଯାଇଥିଲା। ସୁନା ଓ ରୂପା ଦର ହ୍ରାସ କେବଳ ବଜାରରେ ନୁହଁ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଏମସିଏକ୍ସ ଖୋଲିବା ବେଳେ ୧୦ଗ୍ରାମ ପିଛା ଗୋଲ୍ଡ ରେଟ୍ ୭୧,୧୨୫ ଟଙ୍କାରେ ଖୋଲିଥିଲା। ପରେ ଦରରେ ପୁଣି ୬୩୦ ଟଙ୍କା ହ୍ରାସ ହେବା ଯୋଗୁ ପ୍ରତି ୧୦ ଗ୍ରାମ ଦର ୬୬,୦୭୨ ଟଙ୍କାକୁ ଖସି ଆସିଛି।