ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି, ଲେଖାଶ୍ରୀ କହିଲେ- ସ୍ବାସ୍ଥ୍ୟ ସେବା ବ୍ୟାଘାତ ନହେଉ
ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ମଙ୍ଗଳବାର କଟକରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ରାଜ୍ୟ ସରକାର କହିଛନ୍ତି ଏହି ଯୋଜନା ଦ୍ବାରା ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ସେମାନେ ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।ତେବେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଏହି ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ‘‘ବିଜେଡି ସମୟରେ ରାଜ୍ୟର ୩ କୋଟି ୫୬ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିଲା। ହେଲେ କଟକ କାର୍ଯ୍ୟକ୍ରମରେ ୩ କୋଟି ୫୧ ଲକ୍ଷ ପାଇବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତା’ହେଲେ ବାକି ହିତାଧିକାରୀ କୁଆଡ଼େ ଗଲେ ? ଅନେକ ଲୋକଙ୍କୁ କାହିଁକି କାଟିଲେ, କେମିତି କାଟିଲେ ? ’’ ତା’ର ହିସାବ ବିଜେପି ସରକାର ବୋଲି ଦେଉ ବୋଲି ଦାବି କରିଛି ବିଜେଡି।ସେ ଆହୁରି କହିଛନ୍ତି ‘‘ବିଜୁ ସ୍ୱାସ୍ଥ୍ୟ ସେବା ପାଇଁ ପୁର୍ବରୁ ଡେରିରେ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ। ଆୟୁଷ୍ମାନରେ ଟଙ୍କା ବିଳମ୍ବିତ ହେଲେ ସ୍ୱାସ୍ଥ୍ୟ ସେବାରେ ବି ବ୍ୟାଘାତ ହେବ।’’ ତେଣୁ ସ୍ୱାସ୍ଥ୍ୟ
ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ମଙ୍ଗଳବାର କଟକରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ରାଜ୍ୟ ସରକାର କହିଛନ୍ତି ଏହି ଯୋଜନା ଦ୍ବାରା ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ସେମାନେ ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।
ତେବେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଏହି ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ‘‘ବିଜେଡି ସମୟରେ ରାଜ୍ୟର ୩ କୋଟି ୫୬ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିଲା। ହେଲେ କଟକ କାର୍ଯ୍ୟକ୍ରମରେ ୩ କୋଟି ୫୧ ଲକ୍ଷ ପାଇବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ତା’ହେଲେ ବାକି ହିତାଧିକାରୀ କୁଆଡ଼େ ଗଲେ ? ଅନେକ ଲୋକଙ୍କୁ କାହିଁକି କାଟିଲେ, କେମିତି କାଟିଲେ ? ’’ ତା’ର ହିସାବ ବିଜେପି ସରକାର ବୋଲି ଦେଉ ବୋଲି ଦାବି କରିଛି ବିଜେଡି।
ସେ ଆହୁରି କହିଛନ୍ତି ‘‘ବିଜୁ ସ୍ୱାସ୍ଥ୍ୟ ସେବା ପାଇଁ ପୁର୍ବରୁ ଡେରିରେ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ। ଆୟୁଷ୍ମାନରେ ଟଙ୍କା ବିଳମ୍ବିତ ହେଲେ ସ୍ୱାସ୍ଥ୍ୟ ସେବାରେ ବି ବ୍ୟାଘାତ ହେବ।’’ ତେଣୁ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ନହେବା ନେଇ ବିଜେପି ସରକାର ପ୍ରତିଶ୍ରୁତି ଦେବେ କି ବୋଲି ଦାବି କରିଛି ବିଜେଡି।
ବିଜେଡି ନେତ୍ରୀ ପ୍ରଶ୍ନ କରିଛନ୍ତି ‘‘୨୦୧୧ ସେନ୍ସସକୁ ଆଧାର କଲେ ଜନ ସଂଖ୍ୟା ବଢ଼ିଛି। ଅନେକ ବର୍ଗ କମିବା ସହିତ ବଢ଼ିଛନ୍ତି। ତେଣୁ ଜନସଂଖ୍ୟା ଏହି ଆଧାରରେ ଦେବେ ନା ଆଉ କେଉଁ ଆଧାରରେ ଦେବେ ? କେଉଁ ଆଧାରରେ ଦିଆଯିବ? ବହୁ ଲୋକ ବାଦ ପଡ଼ିବେ। ସରକାର ସ୍ପଷ୍ଟ କରନ୍ତୁ। ବିଏସକେୱାଇକୁ ଗୌଣ କରି ଦେଖାଇବାକୁ ଚେଷ୍ଟା କରାଯାଇଛି।’’