ଇଂଲଣ୍ଡର ଶୋଚନୀୟ ପରାସ୍ତ, ଟି-୨୦ ଶୃଙ୍ଖଳା ଜିତିଲା ଭାରତ
ଡେସ୍କ: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୧୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ ରନ ସ୍କୋର କରିଥିଲା। ୨୪୮ ରନକୁ ପିଛା କରି ଇଂଲଣ୍ଡ ୧୦ ଓଭର ୩ଟି ବଲରେ ମାତ୍ର ୯୭ ରନ […]

ଡେସ୍କ: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୧୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ ରନ ସ୍କୋର କରିଥିଲା।
୨୪୮ ରନକୁ ପିଛା କରି ଇଂଲଣ୍ଡ ୧୦ ଓଭର ୩ଟି ବଲରେ ମାତ୍ର ୯୭ ରନ କରି ସମସ୍ତ ୱିକେଟ ହରାଇ ଥିଲା। ଭାରତ ପକ୍ଷରୁ ସଞ୍ଜୁ ସାମସନ ୧୬ ରନ କରିଥିବା ବେଳେ ଅଭିଷେକ ଶର୍ମା ୧୩୫, ତିଲକ ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨, ଶିବମ ଦୁବେ ୩୦, ହାର୍ଦ୍ଦିକ ପାଣ୍ଡ୍ୟା ୯, ରିଙ୍କୁ ସିଂ ୯ ଓ ଅକ୍ଷର ପଟେଲ ୧୫ ରନ ସ୍କୋର କରିଥିଲେ।
ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ କ୍ରିକେଟ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଇଂଲଣ୍ଡକୁ ୧୫୦ ରନରେ ପରାସ୍ତ କରି ୪-୧ରେ ସିରିଜ ଜିତିଲା ଭାରତ pic.twitter.com/hAs5n44KmT
— Samaja Live (@samajalive) February 2, 2025
ସେହିପରି ଇଂଲଣ୍ଡ ପକ୍ଷରୁ ଫିଲ ସଲଟ ୫୫ ରନ ସ୍କୋର କରିଥିବା ବେଳେ ଜୋସ୍ ବଟଲର ୭, ହ୍ୟାରି ବ୍ରୁକ୍ ୨, ଲିଅମ୍ ଲିଭିଙ୍ଗଷ୍ଟୋନ୍ ୯, ଜ୍ୟାକବ ବେଥେଲ ୧୦, ବ୍ରିଡ଼ନ କାର୍ସ ୩, ଯାମି ଓଭରଟନ ଓ ଜୋଫ୍ରା ଆର୍ଚର ୧ ଲେଖାଏଁ ଏବଂ ଆଦିଲ ରସିଦ୍ ୬ ରନ ସ୍କୋର କରିଥିଲେ।