ଇଓଏସ୍-୮ ସାଟେଲାଇଟର ସଫଳ ଉତକ୍ଷେପଣ; ମହାକାଶକୁ ଗଲା SSLV-D3 ରକେଟ୍
ବିଶାଖାପାଟନମ୍: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ ଷ୍ଟେସନରୁ SSLV D3 ରକେଟ ସହ ଇଓଏସ୍-୮ ସାଟେଲାଇଟ୍ର ସଫଳ ଉତକ୍ଷେପଣ ହୋଇଛି । ଭାରତୀୟ ସମୟ ସକାଳ ୯.୧୭ ମନିଟ୍ର ସତୀଶଧବନ ସ୍ପେସ୍ ଷ୍ଟେସନର ଏହି ଛୋଟ ସାଟେଲାଇଟ୍ ଲଞ୍ଚ ହୋଇଛି । ଆର୍ଥ ଅବଜରଭେସନ ସାଟେଲାଇଟ୍, ଭାରତକୁ ଆସୁଥିବା ପ୍ରାକୃତିକ ବିପର୍ଯୟ ସମ୍ପର୍କରେ ସୂଚନା ଦେବ । The third developmental flight of SSLV is successful. The SSLV-D3 placed EOS-08 precisely into the orbit. This marks the successful completion of ISRO/DOS's SSLV Development Project: ISRO pic.twitter.com/pquwmn22je— ANI (@ANI) August 16, 2024ଏହା ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ବାରା ବ୍ୟବହାର କରାଯିବ । EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍ । ଏହାର ଓଜନ ୧୭୫.୫ କିଲୋଗ୍ରାମ ଏବଂ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଗଗନଯାନ ମିଶନରେ ସହାୟକ ହେବ ।SSLV ରକେଟ୍ର ଦୈର୍ଘ୍ୟ ୩୪ ମିଟର । ଏବାର ବ୍ୟାସ ୨ମିଟର । ସେହିପ
ବିଶାଖାପାଟନମ୍: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ ଷ୍ଟେସନରୁ SSLV D3 ରକେଟ ସହ ଇଓଏସ୍-୮ ସାଟେଲାଇଟ୍ର ସଫଳ ଉତକ୍ଷେପଣ ହୋଇଛି । ଭାରତୀୟ ସମୟ ସକାଳ ୯.୧୭ ମନିଟ୍ର ସତୀଶଧବନ ସ୍ପେସ୍ ଷ୍ଟେସନର ଏହି ଛୋଟ ସାଟେଲାଇଟ୍ ଲଞ୍ଚ ହୋଇଛି । ଆର୍ଥ ଅବଜରଭେସନ ସାଟେଲାଇଟ୍, ଭାରତକୁ ଆସୁଥିବା ପ୍ରାକୃତିକ ବିପର୍ଯୟ ସମ୍ପର୍କରେ ସୂଚନା ଦେବ ।
The third developmental flight of SSLV is successful. The SSLV-D3 placed EOS-08 precisely into the orbit. This marks the successful completion of ISRO/DOS's SSLV Development Project: ISRO pic.twitter.com/pquwmn22je— ANI (@ANI) August 16, 2024
ଏହା ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ବାରା ବ୍ୟବହାର କରାଯିବ । EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍ । ଏହାର ଓଜନ ୧୭୫.୫ କିଲୋଗ୍ରାମ ଏବଂ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଗଗନଯାନ ମିଶନରେ ସହାୟକ ହେବ ।
SSLV ରକେଟ୍ର ଦୈର୍ଘ୍ୟ ୩୪ ମିଟର । ଏବାର ବ୍ୟାସ ୨ମିଟର । ସେହିପରି SSLV ରକେଟ୍ର ଓଜନ ୧୨୦ ଟନ ରହିଛି । ଏହି ଛୋଟ ସାଟେଲାଇଟ୍ ୧୦ରୁ ୫୦୦ କିଲୋର ପେଲୋଡ୍ ୫୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ । SSLV ରକେଟ୍କୁ ମାତ୍ର ୭୨ ଘଣ୍ଟା ମଧ୍ୟରେ ତିଆରି କରାଯାଇଛି ।