ଇଞ୍ଜିନିୟରିଂର ଅଦ୍ଭୁତ ଦୃଶ୍ୟ, ପାଣି ଉପରେ ଭାସୁଛି ବ୍ରିଜ୍

ମଣିଷ ଧୀରେ ଧୀରେ ଏତେ ଅଗ୍ରଗତି କରିଛି ଯେ ଆଜିକାଲି ଆମକୁ ଇଞ୍ଜିନିୟରିଂର ଅନେକ ଆଶ୍ଚର୍ଯ୍ୟଜନକ ଉଦାହରଣ ଦେଖିବାକୁ ମିଳୁଛି । ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । ଯାହା କୃତିମ ତଥା ଏହାକୁ ମଣିଷମାନେ ପ୍ରସ୍ତୁତ କରିଛନ୍ତି । ଅନେକ ଥର ଆଖି ଦେଖିବା ପରେ ବି ଏହା ଉପରେ ବିଶ୍ୱାସ କରି ହୁଏନାହିଁ । ହୁଏତ ଆପଣ ଆଜି ପର୍ଯ୍ୟନ୍ତ ପାଣିରେ ଚାଲୁଥିବା ଗାଡି କିମ୍ବା ଟ୍ରେନ୍ କେବେ ବି ଦେଖିନଥିବେ […] The post ଇଞ୍ଜିନିୟରିଂର ଅଦ୍ଭୁତ ଦୃଶ୍ୟ, ପାଣି ଉପରେ ଭାସୁଛି ବ୍ରିଜ୍ appeared first on KNews Odisha.

ଇଞ୍ଜିନିୟରିଂର ଅଦ୍ଭୁତ ଦୃଶ୍ୟ, ପାଣି ଉପରେ ଭାସୁଛି ବ୍ରିଜ୍

ମଣିଷ ଧୀରେ ଧୀରେ ଏତେ ଅଗ୍ରଗତି କରିଛି ଯେ ଆଜିକାଲି ଆମକୁ ଇଞ୍ଜିନିୟରିଂର ଅନେକ ଆଶ୍ଚର୍ଯ୍ୟଜନକ ଉଦାହରଣ ଦେଖିବାକୁ ମିଳୁଛି । ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । ଯାହା କୃତିମ ତଥା ଏହାକୁ ମଣିଷମାନେ ପ୍ରସ୍ତୁତ କରିଛନ୍ତି । ଅନେକ ଥର ଆଖି ଦେଖିବା ପରେ ବି ଏହା ଉପରେ ବିଶ୍ୱାସ କରି ହୁଏନାହିଁ । ହୁଏତ ଆପଣ ଆଜି ପର୍ଯ୍ୟନ୍ତ ପାଣିରେ ଚାଲୁଥିବା ଗାଡି କିମ୍ବା ଟ୍ରେନ୍ କେବେ ବି ଦେଖିନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଯାହା କହିବାକୁ ଯାଉଛୁ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ସାଧାରଣତଃ ବଡ଼ ସ୍ତମ୍ଭ ସାହାଯ୍ୟରେ ନଦୀ ଉପରେ ସେତୁ ନିର୍ମାଣ କରାଯାଏ । ସେଥିରେ ବ୍ୟବହୃତ ସାମଗ୍ରୀ ବ୍ରିଜ୍ କେତେ ଶକ୍ତିଶାଳୀ ହେବ ତାହା ସ୍ଥିର କରେ । ଯଦି ଆମେ ଆପଣଙ୍କୁ କହିବୁ ଯେ ଚାଇନାରେ ଏକ ସେତୁ ଅଛି ଯାହା ସ୍ତମ୍ଭ ଉପରେ ନିର୍ମିତ ନୁହେଁ କିନ୍ତୁ ସିଧାସଳଖ ପାଣିରେ ଭାସୁଛି, ତେବେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । ଏହା ଜଳ ଉପରେ ଏପରି ଭାବରେ ନିର୍ମିତ ହୋଇଛି ଯେ ଯାନବାହାନଗୁଡ଼ିକ ଜଳର ତରଙ୍ଗ ଅନୁଭବ କରି ଏହି ବ୍ରିଜରେ ଯାତାୟତ କରିପାରିବେ ।

ଏହି ବ୍ରିଜ୍ ଚୀନ୍‌ର Shiziguan ପ୍ରଦେଶର ଏକ ଉପତ୍ୟକାରେ ପ୍ରବାହିତ ନଦୀରେ ନିର୍ମିତ, ଯାହାକୁ ଯଦି ଆପଣ ପ୍ରଥମ ଥର ଦେଖନ୍ତି, ତେବେ ଆପଣ ଏହାକୁ ଏକ ଚମତ୍କାର ଭଳି ଲାଗିବ । କାରଣ ଏହି ସେତୁଟି ପାଣିରେ ଭାସୁଛି ଏବଂ ଏହା ଉପରେ ଯାନବାହାନ ମଧ୍ୟ ଚଳାଚଳ କରିଥାଏ । ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସେତୁର ଚମତ୍କାରତା ଦେଖିବା ପାଇଁ ତଥା ନଦୀରେ ଭାସୁଥିବା ବ୍ରିଜ ଉପରେ ଗାଡି ଚଳାଇ ଏହାର ମଜା ନେବା ପାଇଁ ଏଠାକୁ ଅସିଥାନ୍ତି । ଚୀନ୍‌ର ଦକ୍ଷିଣ-ପଶ୍ଚିମ ହୁବେଇ ପ୍ରଦେଶର ଜୁଆନ୍ କାଉଣ୍ଟିରେ ଅବସ୍ଥିତ ଶିଜିଗୁଆନ୍ ଫ୍ଲୋଟିଂ ବ୍ରିଜ୍, ପୃଥିବୀର ବିଭିନ୍ନ ସ୍ଥାନର ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଏବଂ ପର୍ଯ୍ୟଟକମାନେ ଅନୁଭବ କରନ୍ତି ଯେ ସେମାନେ ସେମାନେ ନଦୀ ସହିତ ଗତି କରୁଛି ।

ତେବେ ନିକଟରେ ଏହି ବ୍ରିଜର ଚମତ୍କାର ଭିଡିଓ ଇନଷ୍ଟାଗ୍ରାମର ୱେଲ୍ଥ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ବ୍ରିଜଟି ଏକ ନଦୀ ଉପରେ ନିର୍ମିତ ହୋଇଛି ଯାହାର ଲମ୍ବ ୫୦୦ ମିଟର ଏବଂ ପ୍ରସ୍ଥ ୪.୫ ମିଟର । ଜଙ୍ଗଲ ମଧ୍ୟରେ ଥିବା ନଦୀରେ ନିର୍ମିତ ଏହି ବ୍ରିଜ ଉପରେ ଉଠୁଥିବା ତରଙ୍ଗ ଏକ ସୁନ୍ଦର ଦୃଶ୍ୟ ଉପସ୍ଥାପନ କରେ । ସୂଚନାଯୋଗ୍ୟ, ୨୦୨୩ ମସିହାରେ ଏହି ସେତୁ ଉପରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୫ ଜଣ ପ୍ରାଣ ହରାଇଥିଲେ, କିନ୍ତୁ ଏବେ ଏହି ସେତୁ ପୁଣି ଥରେ ଖୋଲାଯାଇଛି ଏବଂ ବର୍ତ୍ତମାନ ଓଜନ ଏବଂ ସ୍ପିଡ଼ ଉପରେ ମଧ୍ୟ କିଛି ପ୍ରତିବନ୍ଧକ ଲଗାଯାଇଛି ।

The post ଇଞ୍ଜିନିୟରିଂର ଅଦ୍ଭୁତ ଦୃଶ୍ୟ, ପାଣି ଉପରେ ଭାସୁଛି ବ୍ରିଜ୍ appeared first on KNews Odisha.