ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି

ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେଉଛନ୍ତି। ଜି୭ ର ପ୍ଲାଟଫର୍ମରେ ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟମାନଙ୍କ ସହିତ ଆଲୋଚନା ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିପାଇଁ ସେ ଗୁରୁବାର ଇଟାଲୀ ଗସ୍ତ କରିଛନ୍ତି। ସେ ଇଟାଲୀରେ ଅବତରଣ କରିବା ମାତ୍ରେ ପ୍ରଥମେ […] The post ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି appeared first on Dharitri Odia News.

ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି

ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେଉଛନ୍ତି। ଜି୭ ର ପ୍ଲାଟଫର୍ମରେ ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟମାନଙ୍କ ସହିତ ଆଲୋଚନା ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିପାଇଁ ସେ ଗୁରୁବାର ଇଟାଲୀ ଗସ୍ତ କରିଛନ୍ତି। ସେ ଇଟାଲୀରେ ଅବତରଣ କରିବା ମାତ୍ରେ ପ୍ରଥମେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଜୁନ ୧୪ ପର୍ଯ୍ୟନ୍ତ ଇଟାଲୀରେ ରହିବେ। ମେଲୋନିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି, ବ୍ରିଟେନର ପ୍ରଧାନମନ୍ତ୍ରୀ, ଜାପାନର ପ୍ରଧାନମନ୍ତ୍ରୀଙ୍କ ପରି ଅନ୍ୟ ବ୍ୟକ୍ତିତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହି ଅବଧି ମଧ୍ୟରେ, ବାଣିଜ୍ୟ ବ୍ୟତୀତ, ରଣନୀତିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ମଧ୍ୟ ଅଛି । ସୂଚନାଯୋଗ୍ୟ, ଜି୭ ଶିଖର ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ବିଶ୍ୱ ଦୁଇଟି ଭୟଙ୍କର ସଶସ୍ତ୍ର ବିବାଦର ସମ୍ମୁଖୀନ ହେଉଛି (ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ)ଯୁଦ୍ଧ। ଏହି ଦୁଇଟି ବିବାଦର ଅନ୍ତ ଘଟାଇବା ପାଇଁ G7 ଶିଖର ସମ୍ମିଳନୀରେ କୌଣସି ଠୋସ ପଦକ୍ଷେପ ନିଆଯାଉଛି କି ନାହିଁ ତାହା ମଧ୍ୟ ଆକର୍ଷଣୀୟ ହେବ।

The post ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି appeared first on Dharitri Odia News.