ଇଡି ସ୍କାନରରେ ଆମାଜନ ଓ ଫ୍ଲିପକାର୍ଟ, ଦେଶବ୍ୟାପୀ ୧୯ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ: ବିଦେଶୀ ପୁଞ୍ଜି ବିନିଯୋଗ ନିୟମର ଉଲ୍ଲଂଘନ ଅଭିଯୋଗରେ ଆମାଜନ୍ ଓ ଫ୍ଲିପକାର୍ଟ ଅଫିସରେ ଚଢ଼ଉ। ପ୍ଲାଟଫର୍ମ ବ୍ୟବହାର କରୁଥିବା ପ୍ରମୁଖ ବିକ୍ରେତାଙ୍କ ଦେଶବ୍ୟାପୀ ୧୯ଟି ସ୍ଥାନରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଉଭୟ ନାଁରେ ମନି ଲଣ୍ଡରିଂର ଅଭିଯୋଗ ରହିଛି।ଇଡି ଅଧିକାରୀମାନେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପଞ୍ଚକୁଲାର ଉଭୟ ଅଗ୍ରଣୀ ଇ-କମର୍ସ କମ୍ପାନୀର ମୁଖ୍ୟ ଦପ୍ତରରେ ପଶି ତନାଘନା କରିଥିଲେ। ସରକାରୀ ବିବୃତ୍ତି ଅନୁଯାୟୀ, ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ଅନୁଯାୟୀ ହରିୟାଣାର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପଞ୍ଚକୁଲାରେ ଥିବା ଆମାଜନ ଏବଂ ଫ୍ଲିପକାର୍ଟର ୧୯ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଆମାଜନ ଏବଂ ଫ୍ଲିପକାର୍ଟ ବିରୋଧରେ ଅନେକ ଅଭିଯୋଗ ଉପରେ ଆଧାର କରି ଇଡି ତଦନ୍ତ ଆରମ୍ଭ କରିଛି।ବିବୃତ୍ତିରେ କୁହାଯାଇଛି ଯେ ଇ-କମର୍ସ ସଂସ୍ଥାଗୁଡ଼ିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଦ୍ରବ୍ୟ କିମ୍ବା ସେବା ବିକ୍ରୟ ମୂଲ୍ୟ ଉପରେ ପ୍ରଭାବ ପକାଇ ଏଫଡିଆଇ ନିୟମ ଉଲ୍ଲଂଘନ କରୁଛନ୍ତି। ଘଟଣାର ତଦନ୍ତ ଚାଲିଛି। ପ୍ରକାଶଥାଉକି ୨୦୧୯ ଠାରୁ, ବୈଦେଶିକ ବିନିମୟ ଆଇନର ଉଲ୍ଲଂଘନ ଅଭିଯୋଗରେ ଇଡି ଉଭୟ କମ୍ପାନୀ ଉପରେ ତଦନ୍ତ କରୁଛି। ଇଡିର ରେଡ୍‌କୁ ନେଇ ଆମାଜନ ଏବଂ ଫ୍ଲିପକାର୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ଇଡି ସ୍କାନରରେ ଆମାଜନ ଓ ଫ୍ଲିପକାର୍ଟ, ଦେଶବ୍ୟାପୀ ୧୯ ସ୍ଥାନରେ ଚଢ଼ଉ

ନୂଆଦିଲ୍ଲୀ: ବିଦେଶୀ ପୁଞ୍ଜି ବିନିଯୋଗ ନିୟମର ଉଲ୍ଲଂଘନ ଅଭିଯୋଗରେ ଆମାଜନ୍ ଓ ଫ୍ଲିପକାର୍ଟ ଅଫିସରେ ଚଢ଼ଉ। ପ୍ଲାଟଫର୍ମ ବ୍ୟବହାର କରୁଥିବା ପ୍ରମୁଖ ବିକ୍ରେତାଙ୍କ ଦେଶବ୍ୟାପୀ ୧୯ଟି ସ୍ଥାନରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଉଭୟ ନାଁରେ ମନି ଲଣ୍ଡରିଂର ଅଭିଯୋଗ ରହିଛି।

ଇଡି ଅଧିକାରୀମାନେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପଞ୍ଚକୁଲାର ଉଭୟ ଅଗ୍ରଣୀ ଇ-କମର୍ସ କମ୍ପାନୀର ମୁଖ୍ୟ ଦପ୍ତରରେ ପଶି ତନାଘନା କରିଥିଲେ। 

ସରକାରୀ ବିବୃତ୍ତି ଅନୁଯାୟୀ, ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ଅନୁଯାୟୀ ହରିୟାଣାର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ପଞ୍ଚକୁଲାରେ ଥିବା ଆମାଜନ ଏବଂ ଫ୍ଲିପକାର୍ଟର ୧୯ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଆମାଜନ ଏବଂ ଫ୍ଲିପକାର୍ଟ ବିରୋଧରେ ଅନେକ ଅଭିଯୋଗ ଉପରେ ଆଧାର କରି ଇଡି ତଦନ୍ତ ଆରମ୍ଭ କରିଛି।

ବିବୃତ୍ତିରେ କୁହାଯାଇଛି ଯେ ଇ-କମର୍ସ ସଂସ୍ଥାଗୁଡ଼ିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଦ୍ରବ୍ୟ କିମ୍ବା ସେବା ବିକ୍ରୟ ମୂଲ୍ୟ ଉପରେ ପ୍ରଭାବ ପକାଇ ଏଫଡିଆଇ ନିୟମ ଉଲ୍ଲଂଘନ କରୁଛନ୍ତି। ଘଟଣାର ତଦନ୍ତ ଚାଲିଛି। ପ୍ରକାଶଥାଉକି ୨୦୧୯ ଠାରୁ, ବୈଦେଶିକ ବିନିମୟ ଆଇନର ଉଲ୍ଲଂଘନ ଅଭିଯୋଗରେ ଇଡି ଉଭୟ କମ୍ପାନୀ ଉପରେ ତଦନ୍ତ କରୁଛି। ଇଡିର ରେଡ୍‌କୁ ନେଇ ଆମାଜନ ଏବଂ ଫ୍ଲିପକାର୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।