ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବେ ମମତା ! ସମର୍ଥନ ଦେଲେଣି ଏହିସବୁ ବଡ଼ ବଡ଼ ନେତା

ନୂଆଦିଲ୍ଲୀ: ବାରମ୍ବାର ବିଫଳତା ପରେ ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ମେଣ୍ଟରେ ବର୍ତ୍ତମାନ ନେତୃତ୍ୱ ସଂକଟ ଦେଖା ଦେଇଛି। ଦଳୀୟ ନେତାଙ୍କୁ କଂଗ୍ରେସର ନେତୃତ୍ୱ ଉପରେ ଭରସା ପାଉନି। ତେଣୁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ବାହାରିଛନ୍ତି ଦଳର ମଙ୍ଗ ଧରିବାକୁ। ତାଙ୍କ ପାଖରେ ମେଣ୍ଟର ନେତୃତ୍ୱ ନେବାର ଦକ୍ଷତା ଅଛି ବୋଲି ନିକଟରେ ମମତା ବାନାର୍ଜୀ କହିଥିଲେ। ଏହାପରେ ମହାରାଷ୍ଟ୍ର ଏନ୍‌ସିପି ନେତା ଶରଦ ପାୱାର ମଧ୍ୟ ମମତାଙ୍କୁ ପ୍ରଶଂସା କରିଥିଲେ। ମମତାଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ରହିଛି ବୋଲି ସେ କହିଥିଲେ। ଏବେ ମେଣ୍ଟର ଆଉ ଏକ ପ୍ରମୁଖ ଦଳ ମମତାଙ୍କ ନେତୃତ୍ୱ ସମର୍ଥନରେ ବାହାରିଛି। ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମମତାଙ୍କ ନେତୃତ୍ୱକୁ ସମର୍ଥନ ଦେଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଛି। ଏପରି ସ୍ଥଳେ ମମତା ନେତୃତ୍ୱ ନେବାକୁ ଘୋଷଣା କରିଛନ୍ତି। ମମତାଙ୍କ ଏହି ଘୋଷଣା ପରେ ମେଣ୍ଟର ସହଯୋଗୀ ସମାଜବାଦୀ ପାର୍ଟି, ଏନ୍‌ସିପି(ଶରଦ ପାୱାର) ଏବଂ ଉଦ୍ଧବ ଶିବସେନା ଏମିତିକି ୱାଇଏସଆରସିପି ମଧ୍ୟ ତାଙ୍କ କଥାକୁ ଅବିଳମ୍ବେ ସମର୍ଥନ କରିଥିଲେ। ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି “ ଆମେ ମମତାଙ୍କୁ ସମର୍ଥନ କରିବୁ। ଇଣ

ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବେ ମମତା ! ସମର୍ଥନ ଦେଲେଣି ଏହିସବୁ ବଡ଼ ବଡ଼ ନେତା

ନୂଆଦିଲ୍ଲୀ: ବାରମ୍ବାର ବିଫଳତା ପରେ ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ମେଣ୍ଟରେ ବର୍ତ୍ତମାନ ନେତୃତ୍ୱ ସଂକଟ ଦେଖା ଦେଇଛି। ଦଳୀୟ ନେତାଙ୍କୁ କଂଗ୍ରେସର ନେତୃତ୍ୱ ଉପରେ ଭରସା ପାଉନି। ତେଣୁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ବାହାରିଛନ୍ତି ଦଳର ମଙ୍ଗ ଧରିବାକୁ। ତାଙ୍କ ପାଖରେ ମେଣ୍ଟର ନେତୃତ୍ୱ ନେବାର ଦକ୍ଷତା ଅଛି ବୋଲି ନିକଟରେ ମମତା ବାନାର୍ଜୀ କହିଥିଲେ। 

ଏହାପରେ ମହାରାଷ୍ଟ୍ର ଏନ୍‌ସିପି ନେତା ଶରଦ ପାୱାର ମଧ୍ୟ ମମତାଙ୍କୁ ପ୍ରଶଂସା କରିଥିଲେ। ମମତାଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ରହିଛି ବୋଲି ସେ କହିଥିଲେ। ଏବେ ମେଣ୍ଟର ଆଉ ଏକ ପ୍ରମୁଖ ଦଳ ମମତାଙ୍କ ନେତୃତ୍ୱ ସମର୍ଥନରେ ବାହାରିଛି। ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମମତାଙ୍କ ନେତୃତ୍ୱକୁ ସମର୍ଥନ ଦେଇଛନ୍ତି। 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଛି। ଏପରି ସ୍ଥଳେ ମମତା ନେତୃତ୍ୱ ନେବାକୁ ଘୋଷଣା କରିଛନ୍ତି। ମମତାଙ୍କ ଏହି ଘୋଷଣା ପରେ ମେଣ୍ଟର ସହଯୋଗୀ ସମାଜବାଦୀ ପାର୍ଟି, ଏନ୍‌ସିପି(ଶରଦ ପାୱାର) ଏବଂ ଉଦ୍ଧବ ଶିବସେନା ଏମିତିକି ୱାଇଏସଆରସିପି ମଧ୍ୟ ତାଙ୍କ କଥାକୁ ଅବିଳମ୍ବେ ସମର୍ଥନ କରିଥିଲେ। 

ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି “ ଆମେ ମମତାଙ୍କୁ ସମର୍ଥନ କରିବୁ। ଇଣ୍ଡିଆ ମେଣ୍ଟରେ ମୁଖ୍ୟ ହେବାକୁ ତାଙ୍କୁ ସୁଯୋଗ ଦେବା ଉଚିତ।” ଏହାପୂର୍ବରୁ ତେଜସ୍ୱୀ ଯାଦବ ମଧ୍ୟ ମମତାଙ୍କ ନେତୃତ୍ୱରେ କୌଣସି ଆପତ୍ତି ନଥିବା କହିଥିଲେ। କିନ୍ତୁ ନିଷ୍ପତ୍ତି ମେଣ୍ଟ ସହଯୋଗୀଙ୍କ ଅନୁମତିରେ ହେବା ଦରକାର ବୋଲି ତେଜସ୍ୱୀ ଗୁରୁତ୍ୱ ଦେଇଥିଲେ। 

ସବୁଠାରୁ ରୋଚକ କଥା ହେଲା ଗୋଟେ ସମୟରେ ବିଜେପିର ଘନିଷ୍ଠ କୁହାଯାଉଥିବା ଜଗନମୋହନଙ୍କ ଦଳ ୱାଇଏସଆରସିପି ମଧ୍ୟ ଇଣ୍ଡିଆ ମେଣ୍ଟରେ ନଥାଇ ବି ମମତାଙ୍କୁ ମସର୍ଥନ କରିଥିଲେ। ଦଳର ରାଜ୍ୟସଭା ସାଂସଦ ବିଜୟସାୟୀ ରେଡ୍ଡୀ କହିଥିଲେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବାକୁ ମମତା ବାନାର୍ଜୀ ହେଉଛନ୍ତି ଆଦର୍ଶବାଦୀ ନେତ୍ରୀ। ସେ ଏକ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ। ନିର୍ବାଚନରେ ତାଙ୍କର ଅଭିଜ୍ଞତା ରହିଛି ବୋଲି ସେ କହିଥିଲେ।

ସେହିପରି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କଂଗ୍ରେସକୁ ଟାର୍ଗେଟ କରିବା ସହିତ କହିଥିଲେ ଯେ କଂଗ୍ରେସ ଘମଣ୍ଡ ଛାଡ଼ି ମମତାଙ୍କୁ ଦାୟିତ୍ୱ ଦେବା ଉଚିତ।   
ଅନ୍ୟପଟେ କଂଗ୍ରେସ କିନ୍ତୁ ମମତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛି। ଦଳର ସାଂସଦ ମଣିକାମ ଟାଗୋର ଏହାକୁ ଏକ ଜୋକ୍ କହିବା ସହିତ ରାଜ୍ୟ ବାହାରେ ଟିଏମ୍‌ସିର ପ୍ରଦର୍ଶନ ଦୁର୍ବଳ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ବ୍ୟତୀତ ଟିଏମସିର ଷ୍ଟ୍ରାଇକ୍ ହାର କ’ଣ ଆମେ ବୁଝିବା ଉଚିତ। ଗୋଆ, ତ୍ରିପୁରା, ମେଘାଳୟ, ଆସାମ, ନାଗାଲାଣ୍ଡ, ଏବଂ ଅରୁଣାଚଳରେ ଦଳର ସ୍ଥିତି କ’ଣ ହେଲା? ଟିଏମସି ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଉଚିତ୍ ପୋଲି କଂଗ୍ରେସ ସାଂସଦ କହିଛନ୍ତି।"