ଇଣ୍ଡୋନେସିଆ ଜାଭା ଦ୍ବୀପରେ ଭୟଙ୍କର ଭୂ-ସ୍ଖଳନ; ୧୦ ମୃତ, ୨ଜଣ ନିଖୋଜ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଜାଭା ଦ୍ବୀପରେ ପ୍ରକୃତିକର ତାଣ୍ଡବ । ଏକ ପାହାଡ଼ି ଗାଁରେ ଅଚାନକ ଫ୍ଲାସ୍-ଫ୍ଲଡ୍ ଏବଂ ଭୂ-ସ୍ଖଳନ ଯୋଗୁଁ ୧୦ଜଣ ମୃତ୍ୟୁ ହୋଇଛି ଏବଂ ୨ଜଣ ଏବେବି ନିଖୋଜ ରହିଛନ୍ତି । ରେସକ୍ୟୁ ଟିମ୍ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରିଖିଥିବା ସୂଚନା ଦେଇଛନ୍ତି ଜଣେ ଅଧିକାରୀ । ଗତ ସପ୍ତାହରେ ପଶ୍ଚିମ ଜାଭାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସୁକାବୁମୀ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ନଦୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ପଶ୍ଚିମ ଜାଭା ପ୍ରାନ୍ତର ଏକ ପାହାଡି ଗାଁରେ ଅଚାନକ ଫ୍ଲାସ୍‌ଫ୍ଲଡ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପରେ ଭୂ-ସ୍ଖଳନ ହୋଇଥିଲା । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଏବେବି ନିଖୋଜ ରହିଛନ୍ତି । ସୂଚନା ଅନୁଯାୟୀ, ଅଚାନକ ବନ୍ୟା ଏବଂ ଭୂ-ସ୍ଖଳନ ଯୋଗୁ ୧୭୨ଟି ଗାଁ ପ୍ରଭାବିତ ହୋଇଛି । ୩ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳିରେ ଶରଣ ନେଇଛନ୍ତି । ସୁକାବୁମୀ ପ୍ରଶାସନ ପକ୍ଷରୁ ଏକ ହଜାରରୁ ଅଧିକ ଲୋକଙ୍କୁ ଘରଦ ଖାଲି କରିବାକୁ ଚେତାବନୀ ଦିଆଯାଅଛି । କାରଣ ୪ଶହରୁ ଅଧିକ ଘର ବିପଦପୂର୍ଣ୍ଣ ରହିଛି । ଏହି ଫ୍ଲାସଫ୍ଲଡ୍ ଯୋଗୁ ୩୧ଟି ବ୍ରିଜ୍, ୮୧ ସଡ଼କ ଏବଂ ୫୩୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟାରେ ହଜାରରେ ଅଧିକ ଘର ପାଣିରେ ବୁଡ଼ିଯାଇଥିବା ସୂଚନା ମିଳିଛି ।   

ଇଣ୍ଡୋନେସିଆ ଜାଭା ଦ୍ବୀପରେ ଭୟଙ୍କର ଭୂ-ସ୍ଖଳନ; ୧୦ ମୃତ, ୨ଜଣ ନିଖୋଜ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଜାଭା ଦ୍ବୀପରେ ପ୍ରକୃତିକର ତାଣ୍ଡବ । ଏକ ପାହାଡ଼ି ଗାଁରେ ଅଚାନକ ଫ୍ଲାସ୍-ଫ୍ଲଡ୍ ଏବଂ ଭୂ-ସ୍ଖଳନ ଯୋଗୁଁ ୧୦ଜଣ ମୃତ୍ୟୁ ହୋଇଛି ଏବଂ ୨ଜଣ ଏବେବି ନିଖୋଜ ରହିଛନ୍ତି । ରେସକ୍ୟୁ ଟିମ୍ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରିଖିଥିବା ସୂଚନା ଦେଇଛନ୍ତି ଜଣେ ଅଧିକାରୀ । ଗତ ସପ୍ତାହରେ ପଶ୍ଚିମ ଜାଭାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସୁକାବୁମୀ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ନଦୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ପଶ୍ଚିମ ଜାଭା ପ୍ରାନ୍ତର ଏକ ପାହାଡି ଗାଁରେ ଅଚାନକ ଫ୍ଲାସ୍‌ଫ୍ଲଡ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପରେ ଭୂ-ସ୍ଖଳନ ହୋଇଥିଲା । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଏବେବି ନିଖୋଜ ରହିଛନ୍ତି । 

ସୂଚନା ଅନୁଯାୟୀ, ଅଚାନକ ବନ୍ୟା ଏବଂ ଭୂ-ସ୍ଖଳନ ଯୋଗୁ ୧୭୨ଟି ଗାଁ ପ୍ରଭାବିତ ହୋଇଛି । ୩ ହଜାରରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳିରେ ଶରଣ ନେଇଛନ୍ତି । ସୁକାବୁମୀ ପ୍ରଶାସନ ପକ୍ଷରୁ ଏକ ହଜାରରୁ ଅଧିକ ଲୋକଙ୍କୁ ଘରଦ ଖାଲି କରିବାକୁ ଚେତାବନୀ ଦିଆଯାଅଛି । କାରଣ ୪ଶହରୁ ଅଧିକ ଘର ବିପଦପୂର୍ଣ୍ଣ ରହିଛି । ଏହି ଫ୍ଲାସଫ୍ଲଡ୍ ଯୋଗୁ ୩୧ଟି ବ୍ରିଜ୍, ୮୧ ସଡ଼କ ଏବଂ ୫୩୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ବନ୍ୟାରେ ହଜାରରେ ଅଧିକ ଘର ପାଣିରେ ବୁଡ଼ିଯାଇଥିବା ସୂଚନା ମିଳିଛି ।