ଇନଷ୍ଟାରେ ଛାଡ଼ପତ୍ର ଦେଲେ ଦୁବାଇ ପ୍ରିନ୍ସେସ , ଏବେ ଲଞ୍ଚ୍ କଲେ ପରଫ୍ୟୁମ ‘ଡିଭୋର୍ସ’

ନୂଆଦିଲ୍ଲୀ 12/09 : ସେ ସୁନ୍ଦରୀ, ଷ୍ଟାଇଲିଷ୍ଟ ଓ ଗୋଟିଏ ଚର୍ଚ୍ଚିତ ଚେହେରା। ଆମେ କହୁଛୁ ଦୁବାଇର ରାଜକୁମାରୀ  ତଥା UAE ର ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖମହରା ମୋହମ୍ମଦ ରଶିଦ୍ ଅଲ୍ ମକତୁମଙ୍କ ବିଷୟରେ। ନିଜର ଲାଇଫଷ୍ଟାଇଲ୍ ଓ ଫ୍ୟାସନ୍ ପାଇଁ  ସୋସିଆଲ୍ ମିଡିଆରେ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ବେଶି ହାଇ ଲାଇଟ୍ ହୋଇଥିଲେ ବିବାହ ପରେ ସୋସିଆଲ୍ ମିଡିଆରେ ଛାଡ଼ପତ୍ର ଘୋଷଣା କରିବା। ଏବେ ପୁଣି ସେ ଏକ ନୂଆ ପରଫ୍ୟମ୍ ମାର୍କେଟକୁ ଆଣି ଲୋକଲୋଚନକୁ ଆସିଥାନ୍ତି। ନିକଟରେ ଶେଖା ମହରାଙ୍କ ଛାଡପତ୍ର ହୋଇଛି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ସେ ନିଜ ସ୍ୱାମୀ ଶେଖ ମାନା ବିନ୍ ମୋହମ୍ମଦଙ୍କୁ ଛାଡପତ୍ର ଦେଇଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ଏହାର ଠିକ୍ ମାସକ ପରେ ସେ ମାର୍କେଟକୁ ଆଣିଛନ୍ତି ଏକ ପରଫ୍ୟୁମ । ଯାହାର ନାଁ ରହିଛି ‘ଡିଭୋର୍ସ’। ସେ ନିଜର ଇନଷ୍ଟା ପୋଷ୍ଟରେ ସୋମବାର ଦିନ ମହରା ଏମ୍‌-୧ ବ୍ରାଣ୍ଡ ପରଫ୍ୟୁମର ଟିଜର କରିଛନ୍ତି ରିଲିଜ୍। ଯେଉଁଥିରେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ଦେଖିବାକୁ ମିଳିଛି। ଏହାସହ ଭଙ୍ଗାଯାଇଥିବା କାଚ, କଳା ରଂଗର ପାଖୁଡା ଦେଖିବାକୁ ମିଳିଛି। ଯାହା ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି।  ତେବେ ମହରାଙ୍କ ଡିଭୋର୍ସ ପର୍ଫ୍ୟମ୍ ଭାଇରାଲ୍ ପରେ ଅନେକ ଏଥିରେ କମେଣ୍ଟ କରିଛନ୍ତି । କିଏ ଲେଖିଛନ୍ତି ଏହା ଖୁବ୍ ପସନ୍ଦ ଆସୁଛି ତ ଆଉ କିଏ ଲେଖିଛନ୍ତି "So creative!

ଇନଷ୍ଟାରେ ଛାଡ଼ପତ୍ର ଦେଲେ ଦୁବାଇ ପ୍ରିନ୍ସେସ , ଏବେ ଲଞ୍ଚ୍ କଲେ ପରଫ୍ୟୁମ ‘ଡିଭୋର୍ସ’

ନୂଆଦିଲ୍ଲୀ 12/09 : ସେ ସୁନ୍ଦରୀ, ଷ୍ଟାଇଲିଷ୍ଟ ଓ ଗୋଟିଏ ଚର୍ଚ୍ଚିତ ଚେହେରା। ଆମେ କହୁଛୁ ଦୁବାଇର ରାଜକୁମାରୀ  ତଥା UAE ର ପ୍ରଧାନମନ୍ତ୍ରୀଙ୍କ ଝିଅ ଶେଖ

ମହରା ମୋହମ୍ମଦ ରଶିଦ୍ ଅଲ୍ ମକତୁମଙ୍କ ବିଷୟରେ। ନିଜର ଲାଇଫଷ୍ଟାଇଲ୍ ଓ ଫ୍ୟାସନ୍ ପାଇଁ  ସୋସିଆଲ୍ ମିଡିଆରେ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ। ବେଶି ହାଇ ଲାଇଟ୍ ହୋଇଥିଲେ ବିବାହ ପରେ ସୋସିଆଲ୍ ମିଡିଆରେ ଛାଡ଼ପତ୍ର ଘୋଷଣା କରିବା। ଏବେ ପୁଣି ସେ ଏକ ନୂଆ ପରଫ୍ୟମ୍ ମାର୍କେଟକୁ ଆଣି ଲୋକଲୋଚନକୁ ଆସିଥାନ୍ତି। ନିକଟରେ ଶେଖା ମହରାଙ୍କ ଛାଡପତ୍ର ହୋଇଛି। 

ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ସେ ନିଜ ସ୍ୱାମୀ ଶେଖ ମାନା ବିନ୍ ମୋହମ୍ମଦଙ୍କୁ ଛାଡପତ୍ର ଦେଇଥିଲେ। ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ଏହାର ଠିକ୍ ମାସକ ପରେ ସେ ମାର୍କେଟକୁ ଆଣିଛନ୍ତି ଏକ ପରଫ୍ୟୁମ । ଯାହାର ନାଁ ରହିଛି ‘ଡିଭୋର୍ସ’। ସେ ନିଜର ଇନଷ୍ଟା ପୋଷ୍ଟରେ ସୋମବାର ଦିନ ମହରା ଏମ୍‌-୧ ବ୍ରାଣ୍ଡ ପରଫ୍ୟୁମର ଟିଜର କରିଛନ୍ତି ରିଲିଜ୍। ଯେଉଁଥିରେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ଦେଖିବାକୁ ମିଳିଛି। ଏହାସହ ଭଙ୍ଗାଯାଇଥିବା କାଚ, କଳା ରଂଗର ପାଖୁଡା ଦେଖିବାକୁ ମିଳିଛି। ଯାହା ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି।  ତେବେ ମହରାଙ୍କ ଡିଭୋର୍ସ ପର୍ଫ୍ୟମ୍ ଭାଇରାଲ୍ ପରେ ଅନେକ ଏଥିରେ କମେଣ୍ଟ କରିଛନ୍ତି । କିଏ ଲେଖିଛନ୍ତି ଏହା ଖୁବ୍ ପସନ୍ଦ ଆସୁଛି ତ ଆଉ କିଏ ଲେଖିଛନ୍ତି "So creative! Your ex is burning in pain. ଅନେକ ମହରାଣୀଙ୍କ ଏହି ଚିନ୍ତାକୁ ସାବାସୀ ଦେଇଛନ୍ତି। ଶେଖ ମହରା ଶିଳ୍ପପତି ଶେଖ ମନ୍ ବିନଙ୍କୁ ମେ ୨୦୨୩ରେ ବିବାହ କରିଥିଲେ। ସେମାନଙ୍କର ଏକ କନ୍ୟା ସନ୍ତାନ । 


ରାଜକୁମାରୀ ଶେଖ ମହରା ଜୁଲାଇ ୧୬ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ। ସେ ତାଙ୍କ ପୋଷ୍ଟରେ ଲେଖିଥିଲେ, "ପ୍ରିୟ ସ୍ୱାମୀ, ଯେହେତୁ ତୁମେ ଅନ୍ୟ ସାଥୀମାନଙ୍କ ସହ ବ୍ୟସ୍ତ, ତେଣୁ ମୁଁ ଏଠାରେ ଛାଡ଼ପତ୍ର ଘୋଷଣା କରୁଛି। ଆଇ ଡିଭୋର୍ସ ୟୁ, ଆଇ ଡିଭୋର୍ସ ୟୁ ଆଣ୍ଡ୍ ଆଇ ଡିଭୋର୍ସ ୟୁ। ଟେକ୍ କେୟାର୍... ଇତି ତୁମର ପୂର୍ବ ପତ୍ନୀ।"  ତେବେ ମହରାଙ୍କ  ସ୍ୱାମୀ ଅନ୍ୟ କାହା ସହ ସଂପର୍କ ରଖିଥିବାର ସନ୍ଦେହ କରି ମହରା ଡିଭୋର୍ସ ଦେଇଥିବା ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଜଣା ପଡ଼ିଛି।  ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ। ଯାହା ବି ହେଉ  ଏହି ଡିଭୋର୍ସ ପରଫ୍ୟୁମ୍ ମହରାଙ୍କ ଇମୋସନ୍ ସହ ଜଡ଼ିତ। ଯାହାକୁ ଅନେକ ପସନ୍ଦ କରିଛନ୍ତି।

Also Read-  ପ୍ରେମ କରୁଛନ୍ତି କି ? ଯଦି ହଁ , ତାହେଲେ ଅଫିସ୍ ଦେବ ଛୁଟି ! କର୍ମଚାରୀମାନଙ୍କ ପାଇଁ କମ୍ପାନୀର ଅଫର