ଇନ୍ଦୋରରେ ଲଜ୍ଜା: ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କରିବା ସହ ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଇନ୍ଦୋରରେ ଲଜ୍ଜା। ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କଲେ ୮ ଦୁର୍ବୃତ୍ତ । ଦୁଇ ଜଣ... The post ଇନ୍ଦୋରରେ ଲଜ୍ଜା: ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କରିବା ସହ ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ appeared first on .

ଇନ୍ଦୋରରେ ଲଜ୍ଜା: ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କରିବା ସହ ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଇନ୍ଦୋରରେ ଲଜ୍ଜା। ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କଲେ ୮ ଦୁର୍ବୃତ୍ତ । ଦୁଇ ଜଣ ଯୁବ ସେନା ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଜଣେ ମହିଳା ବନ୍ଧୁଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରାଯାଇଛି। ମଧ୍ଯପ୍ରଦେଶର ଇନ୍ଦୋରରେ ଘଟିଛି ଘଟଣା। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ଯରୁ ଜଣଙ୍କର ଅପରାଧ ରେକର୍ଡ ଥିବା ସୂଚନା ମିଳିଛି।

ଏହି ଦୁଇ ସେନା ଅଫିସର ଇନ୍ଦୋରର ମହୁ ଆର୍ମି କଲେଜରେ ଟ୍ରେନିଂ ନେଉଥିଲେ। ସେମାନେ ଦୁଇ ବାନ୍ଧବୀଙ୍କ ସହ ଛୋଟିଜାମସ୍ଥିତ ଫାୟାରିଂ ରେଞ୍ଜ ନିକଟସ୍ଥ ଏକ ସ୍ପଟକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ସେମାନେ ସେହି ସ୍ପଟରେ ଥିବାବେଳେ ୮ ଜଣ ଦୁର୍ବୃତ୍ତ ଅକସ୍ମାତ ସେଠାରେ ପହଞ୍ଚି ସେମାନଙ୍କୁ ପିସ୍ତଲ, ଛୁରି ଓ ଲାଠି ଦେଖାଇ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ନିକଟରେ ଯାହା ଥିଲା ତାହାକୁ ଅପରାଧୀମାନେ ଲୁଟି ନେଇଥିଲେ। ଏହା ସହ ସେମାନେ ଜଣେ ଅଫିସର ଓ ଜଣେ ମହିଳାଙ୍କୁ ପଣବନ୍ଦୀ ଭାବେ ନେଇଯିବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଜଣେ ଅଫିସର ଚତୁରତାର ସହ ଏ  ବିଷୟ କମାଣ୍ଡିଂ ଅଫିସରଙ୍କୁ ଜଣାଇଥିଲେ। ପୋଲିସ  ଅଫିସର ଓ ମିଲିଟାରୀ ପର୍ସୋନେଲ ସେଠାରେ ପହଞ୍ଚିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ୨ ଆର୍ମି ଅଫିସର ଓ ୨ ବାନ୍ଧବୀଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପରୀକ୍ଷା ଲାଗି ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁଇ ବାନ୍ଧବୀଙ୍କ ମଧ୍ଯରୁ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି।

 

The post ଇନ୍ଦୋରରେ ଲଜ୍ଜା: ୨ ଆର୍ମି ଅଫିସରଙ୍କୁ ଆକ୍ରମଣ କରିବା ସହ ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ appeared first on .