ଇବ୍ରାହିମ ଜଦ୍ରାନଙ୍କ ଐତିହାସିକ ଶତକୀୟ ଇନିଂସ, ଇଂଲଣ୍ଡକୁ ବଡ଼ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ
ଲାହୋର: ଗଦ୍ଦାଫି ଷ୍ଟାଡିୟମରେ ଇବ୍ରାହିମ ଜଦ୍ରାନଙ୍କ ଐତିହାସିକ ଶତକୀୟ ଇନିଂସ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ୭ ଓ୍ଵିକେଟ୍ ହରାଇ ୩୨୫ ରନର ବଡ଼ ସ୍କୋର କରିଛି। ଇବ୍ରାହିମ ଜଦ୍ରାନ ୧୭୭ ରନ ବିଶାଳ ଶତକୀୟ ଇନିଂସ ଖେଳିଛନ୍ତି। ଏହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର। ଜଦ୍ରାନଙ୍କ ବ୍ୟତୀତ ମହମ୍ମଦ ନବି ୪୦ ରନ, ଅଧିନାୟକ ହସମତୁଲ୍ଲା ସାହିଦି ୪୦ ରନ ଓ ଅଜମତୁଲ୍ଲା ଉମରଜାଇ ୪୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୩୨୬ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଜୋଫ୍ରା ଆର୍ଚର ୩ ଓ୍ଵିକେଟ୍ ନେଇଥିବା ଲିୟାମ ଲିଭିଙ୍ଗଷ୍ଟୋନ ୨ଟି ଓ୍ଵିକେଟ୍ ନେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଜଦ୍ରାନ ଆଫଗାନିସ୍ତାନ ପକ୍ଷରୁୁ ପ୍ରଥମ ଶତକ ହାସଲ କରିଛନ୍ତି।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ୩୭ ରନ ସ୍କୋରରେ ଦଳ ୩ଟି ଓ୍ଵିକେଟ୍ ହରାଇଥିଲା। ରେହମନୁଲ୍ଲା ଗୁରବାଜ(୬), ସେଦିକୁଲ୍ଲା ଅଟଲ(୪) ଓ ରହମତ ଶାହ(୪) ଆଉଟ୍ ହୋଇଥିଲେ। ଏହା ପରେ ଓପନର ଇବ୍ରାହିମ ଜଦ୍ରାନ ଓ ହସମତୁଲ୍ଲା ସାହିଦି ଇନିଂସ ସମ୍ଭାଳିଥିଲେ। ଉଭୟ କ୍ରିଜରେ ଜମିବା ପରେ ଉଭୟ ସଟ୍ ଖେଳିବା ଆରମ୍ଭ କରିଥିଲେ। ବିଶେଷ କରି ଜଦ୍ରାନ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକ
ଲାହୋର: ଗଦ୍ଦାଫି ଷ୍ଟାଡିୟମରେ ଇବ୍ରାହିମ ଜଦ୍ରାନଙ୍କ ଐତିହାସିକ ଶତକୀୟ ଇନିଂସ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ୭ ଓ୍ଵିକେଟ୍ ହରାଇ ୩୨୫ ରନର ବଡ଼ ସ୍କୋର କରିଛି। ଇବ୍ରାହିମ ଜଦ୍ରାନ ୧୭୭ ରନ ବିଶାଳ ଶତକୀୟ ଇନିଂସ ଖେଳିଛନ୍ତି। ଏହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର। ଜଦ୍ରାନଙ୍କ ବ୍ୟତୀତ ମହମ୍ମଦ ନବି ୪୦ ରନ, ଅଧିନାୟକ ହସମତୁଲ୍ଲା ସାହିଦି ୪୦ ରନ ଓ ଅଜମତୁଲ୍ଲା ଉମରଜାଇ ୪୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୩୨୬ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଜୋଫ୍ରା ଆର୍ଚର ୩ ଓ୍ଵିକେଟ୍ ନେଇଥିବା ଲିୟାମ ଲିଭିଙ୍ଗଷ୍ଟୋନ ୨ଟି ଓ୍ଵିକେଟ୍ ନେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଜଦ୍ରାନ ଆଫଗାନିସ୍ତାନ ପକ୍ଷରୁୁ ପ୍ରଥମ ଶତକ ହାସଲ କରିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ୩୭ ରନ ସ୍କୋରରେ ଦଳ ୩ଟି ଓ୍ଵିକେଟ୍ ହରାଇଥିଲା। ରେହମନୁଲ୍ଲା ଗୁରବାଜ(୬), ସେଦିକୁଲ୍ଲା ଅଟଲ(୪) ଓ ରହମତ ଶାହ(୪) ଆଉଟ୍ ହୋଇଥିଲେ। ଏହା ପରେ ଓପନର ଇବ୍ରାହିମ ଜଦ୍ରାନ ଓ ହସମତୁଲ୍ଲା ସାହିଦି ଇନିଂସ ସମ୍ଭାଳିଥିଲେ। ଉଭୟ କ୍ରିଜରେ ଜମିବା ପରେ ଉଭୟ ସଟ୍ ଖେଳିବା ଆରମ୍ଭ କରିଥିଲେ। ବିଶେଷ କରି ଜଦ୍ରାନ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୪୦ ରନରେ ପହଞ୍ଚାଇଥିଲେ। ସାହିଦି ୪୦ ରନର ଉପଯୋଗୀ ରନ କରି ଆଉଟ୍ ହୋଇଥିଲେ।
ଏହା ପରେ ଜଦ୍ରାନ ଅଜମତୁଲ୍ଲାଙ୍କ ସହ ରନ ଗତି ବଜାୟ ରଖିଥିଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୭୨ ରନ ଯୋଡ଼ି ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ୨୧୨ ରନ ସ୍କୋରରେ ଅଜମତୁଲ୍ଲା ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ୩୧ ବଲ୍ରୁ ୧ ଚୌକା ଓ ୩ ଛକା ସହ ୪୧ ରନ କରିଥିଲେ। ଅନ୍ୟପଟେ କ୍ରିଜରେ ଜମିଥିବା ଜଦ୍ରାନ ଦମଦାର ବ୍ୟାଟିଂ କରି ଦିନିକିଆରେ ଷଷ୍ଠ ଶତକ ହାସଲ କରିଥିଲେ। ଜଦ୍ରାନ ଓ ମହମ୍ମଦ ନବି ଧୂଆଁଧାର ବ୍ୟାଟିଂ କରି ଷଷ୍ଠ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ କରି ଆଫଗାନିସ୍ତାନର ସ୍କୋରକୁ ୩୧୨ ରନରେ ପହଞ୍ଚାଇଥିଲେ।
ଶେଷ ଓଭରରେ ଜଦ୍ରାନଙ୍କ ମାରାଥନ ଇନିଂସର ଅନ୍ତ ଘଟିଥିଲା। ସେ ୧୪୬ ବଲରୁ ୧୨ ଚୌକା ଓ ୬ଛକା ସହ ୧୭୭ ରନ କରିଥିଲେ। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ କରିଛନ୍ତି ଇବ୍ରାହିମ ଜଦ୍ରାନ। ନବି ୨୪ ବଲରୁ ୧ ଚୌକା ଓ ୩ ଛକା ଜରିଆରେ ୪୦ ରନ କରିଥିଲେ। ଶେଷରେ ଆଫଗାନିସ୍ତାନ ୭ ଓ୍ଵିକେଟ୍ ହରାଇ ୩୨୫ ରନ କରିଥିଲା। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୬୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଦୁଇଟି ସଫଳତା ମିଳିଥିବା ବେଳେ ଜେମି ଓଭରଟନ ଓ ଆଦିଲ ରଶିଦଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।