ଇଭି ପ୍ଲାଟ୍‌ଫର୍ମ ‘ଇଭିଫିନ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏକ ଅଣ ବ୍ୟାଙ୍କିିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ (ଏନ୍‌ବିଏଫ୍‌ସି) ଗ୍ରୀଭ୍‌ସ ଫାଇନାନ୍ସ ଲିମିଟେଡ୍‌ ଭୁବନେଶ୍ୱରରେ ଏକ ଇଭି-ପ୍ରାଧାନ୍ୟକାରୀ ପ୍ଲାଟ୍‌ଫର୍ମ ‘ଇଭିଫିନ୍‌’ର ଶୁଭାରମ୍ଭ କରିଛି। ଏପରିକି ଇଭିଫିନ୍‌ ଭାରତର ପ୍ରଥମ ଇଭି ଗ୍ରାହକ ଆର୍ଥିକ ପ୍ଲାଟ୍‌ଫର୍ମ ହୋଇଥିଲାବେଳେ ବୈଦ୍ୟୁତିକ ଯାନ ତଥା ଅନ୍ୟାନ୍ୟ ସ୍ଥାୟୀ ସମାଧାନ ଦିଗରେ ଏହା ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥାଏ; ଯାହାକି ଆଧୁନିକ ଡିଜିଟାଲ ସୁଟ୍‌ ତଥା ନବୀକରଣୀୟ ସମ୍ପତ୍ତି ପରିଚାଳନା ସମାଧାନକୁ […] The post ଇଭି ପ୍ଲାଟ୍‌ଫର୍ମ ‘ଇଭିଫିନ୍‌’ର ଶୁଭାରମ୍ଭ appeared first on Dharitri Odia News.

ଇଭି ପ୍ଲାଟ୍‌ଫର୍ମ ‘ଇଭିଫିନ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏକ ଅଣ ବ୍ୟାଙ୍କିିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ (ଏନ୍‌ବିଏଫ୍‌ସି) ଗ୍ରୀଭ୍‌ସ ଫାଇନାନ୍ସ ଲିମିଟେଡ୍‌ ଭୁବନେଶ୍ୱରରେ ଏକ ଇଭି-ପ୍ରାଧାନ୍ୟକାରୀ ପ୍ଲାଟ୍‌ଫର୍ମ ‘ଇଭିଫିନ୍‌’ର ଶୁଭାରମ୍ଭ କରିଛି। ଏପରିକି ଇଭିଫିନ୍‌ ଭାରତର ପ୍ରଥମ ଇଭି ଗ୍ରାହକ ଆର୍ଥିକ ପ୍ଲାଟ୍‌ଫର୍ମ ହୋଇଥିଲାବେଳେ ବୈଦ୍ୟୁତିକ ଯାନ ତଥା ଅନ୍ୟାନ୍ୟ ସ୍ଥାୟୀ ସମାଧାନ ଦିଗରେ ଏହା ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥାଏ; ଯାହାକି ଆଧୁନିକ ଡିଜିଟାଲ ସୁଟ୍‌ ତଥା ନବୀକରଣୀୟ ସମ୍ପତ୍ତି ପରିଚାଳନା ସମାଧାନକୁ ସହାୟତା ପ୍ରଦାନ କରିଥାଏ। ସେହିଭଳି ବୈଦ୍ୟୁତିକ ଳମାନର ତ୍ୱରାନ୍ବିତ ସ୍ଥିତିକୁ ଆହୁରି ଆଗକୁ ନେଇ ଭୁବନେଶ୍ୱର ଏକ ଅଗ୍ରଗାମୀ ସହର ଭାବେ ଏହି ଆର୍ଥିକ ପଦକ୍ଷେପକୁ ଅଧିକ ରୂପାନ୍ତରୀକରଣ କରିପାରିଛି। ସେହିପରି ଇଭିଫିନ୍‌ ଗ୍ରାହକମାନଙ୍କ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ବିବିଧ ପ୍ରକାର ଆର୍ଥିକ ସମାଧାନର ବାଟ ପ୍ରଶସ୍ତ କରିପାରିଛି। ଏହା ମଧ୍ୟରେ ବ୍ୟକ୍ତିଗତ ଆବଶ୍ୟକତା, ବୈଦ୍ୟୁତିକ ଯାନ ମାଲିକାନାର ଅଭିଜ୍ଞତା, ସୁବିଧା ଗୁଡ଼ିକର ବୁଦ୍ଧି ସହିତ ବ୍ୟାପକ ଇଭି ମାଲିକତ୍ୱର ଅନୁରୋଧ ମଧ୍ୟ ସାମିଲ ରହିଛି।

The post ଇଭି ପ୍ଲାଟ୍‌ଫର୍ମ ‘ଇଭିଫିନ୍‌’ର ଶୁଭାରମ୍ଭ appeared first on Dharitri Odia News.