ଇମ୍ଫାକୁ କଳିଙ୍ଗ ଏକ୍ସଲେନ୍ସ ଆୱାର୍ଡ

କାଳିଆପାଣି,୧୧ା୬(ଅସିତ ମହାନ୍ତ ): ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀକୁ କଳିଙ୍ଗ ଏନଭାରର୍ମେଣ୍ଟ ଏକ୍ସଲେନ୍ସ ଆର୍ୱାଡ ମିଳିଛି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଋତୁ ପରିବର୍ତ୍ତନ, ଶକ୍ତି ଓ ପ୍ରଦୂଷଣ ସମ୍ପର୍କିତ ଜାତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କ୍ୱାଲିଟି ଆଣ୍ଡ ଏନଭାରର୍ମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ଭୁବନେଶ୍ୱର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଇନ୍ସଚ୍ୟୁଟ ଅଫ୍‌ ପବ୍ଲିକ ଏଣ୍ଟର ପ୍ରାଇଜେସ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ […] The post ଇମ୍ଫାକୁ କଳିଙ୍ଗ ଏକ୍ସଲେନ୍ସ ଆୱାର୍ଡ appeared first on Dharitri Odia News.

ଇମ୍ଫାକୁ କଳିଙ୍ଗ ଏକ୍ସଲେନ୍ସ ଆୱାର୍ଡ

କାଳିଆପାଣି,୧୧ା୬(ଅସିତ ମହାନ୍ତ ): ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀକୁ କଳିଙ୍ଗ ଏନଭାରର୍ମେଣ୍ଟ ଏକ୍ସଲେନ୍ସ ଆର୍ୱାଡ ମିଳିଛି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଋତୁ ପରିବର୍ତ୍ତନ, ଶକ୍ତି ଓ ପ୍ରଦୂଷଣ ସମ୍ପର୍କିତ ଜାତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। କ୍ୱାଲିଟି ଆଣ୍ଡ ଏନଭାରର୍ମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ଭୁବନେଶ୍ୱର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଇନ୍ସଚ୍ୟୁଟ ଅଫ୍‌ ପବ୍ଲିକ ଏଣ୍ଟର ପ୍ରାଇଜେସ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଇମ୍ଫା କମ୍ପାନୀର ମହାଗିରି ଓ ସୁକିନ୍ଦା ଖଣିକୁ ସମ୍ପୃକ୍ତ ଆୱାଡ ପାଇଁ ବିବେଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ଡ. ମୁରୁଗାସେନ ମୁଖ୍ୟଅତିଥି ଓ ମିସେସ ଲେବୋହଙ୍ଗ ଭାଲେନ୍ତିନାର ମିସାବା ହାଇ କମିଶନର ଅଫ ରିସୋବୋ, ଅଣ୍ଡାଲିବ ଏଲିଆସ ଡେପୁଟି ହାଇ କମିଶନର ଅଫ ବାଂଲାଦେଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନୋନୀତ କମ୍ପାନୀ ପ୍ରତିନିଧିଙ୍କୁ ଆୱାର୍ଡ ପ୍ରଦାନ କରିଥିଲେ। ଇମ୍ଫା କମ୍ପାନୀର ବରିଷ୍ଠ ଖଣି ପରିଚାଳକ ସରୋଜ ମହାନ୍ତ, ପରିବେଶ ବିଭାଗ ପ୍ରବନ୍ଧକ ସତ୍ୟ କୈବଲ୍ୟ ଦାସ ଯୋଗଦେଇ ଆୱାର୍ଡ ଗ୍ରହଣ କରିଥିଲେ।

The post ଇମ୍ଫାକୁ କଳିଙ୍ଗ ଏକ୍ସଲେନ୍ସ ଆୱାର୍ଡ appeared first on Dharitri Odia News.