ଇରାନର ଗୁଇନ୍ଦା ମୁଖ୍ୟ ଇସ୍ରାଏଲର ଦୂତ, ନସରଲ୍ଲା ବିଷୟରେ ଦେଇଥିଲେ ଗୁପ୍ତ ସୂଚନା: ଇରାନ ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଯେଉଁ ଇରାନ ବଳରେ ଇସ୍ରାଏଲ୍ ସହ ଯୁଦ୍ଧ ଲଢ଼ିବାକୁ ବାହାରିଥିଲା ହିଜବୁଲ୍ଲା ସେହି ଇରାନକୁ ଅସ୍ତ୍ର କରି ହିଜବୁଲ୍ଲା ମୁଖ୍ୟ ନସରଲ୍ଲାକୁ ମାରିଲା ଇସ୍ରାଏଲ୍। ତା’ ଠାରୁ ବଡ଼ କଥା ହେଲା ଇସ୍ରାଏଲର ଗୋଇନ୍ଦାଗିରିକୁ ରୋକିବାକୁ ଇରାନ୍ ଯେଉଁ ଗୁଇନ୍ଦା ମୁଖ୍ୟଙ୍କୁ ନିଯୁକ୍ତ ଦେଇଥିଲା। ସେ ହି ଧୋକା ଦେଲେ। ସେ ହିଁ ଇସ୍ରାଏଲର ଯାଶୁସୀ କରି ନସରଲ୍ଲାର ସୂଚନା ଦେଇଥିଲେ। ପୂର୍ବତନ ଇରାନ ରାଷ୍ଟ୍ରପତି ମହମ୍ମଦ ଅହମଦନେଜାଦ ଏହି ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଇରାନ ଗୁଇନ୍ଦା ବିଭାଗ ସମ୍ଭାଳିବାକୁ ଯାହାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ ହିଁ ମୋସାଦ ଏଜେଣ୍ଟ ବୋଲି ଏହା ୨୦୨୧ରେ ସ୍ପଷ୍ଟ ହୋଇଯାଇଥିଲା। ଇସ୍ରାଏଲ ଇରାନରେ ଜଟିଳ ଅପରେସନକୁ ଚଳାଉଥିଲା। ସେମାନେ ସହଜରେ ସୂଚନା ପାଇପାରୁଥିଲେ। ହେଲେ ଇରାନରେ ଏନେଇ ସମସ୍ତେ ଚୁପ ବସିଛନ୍ତି ବୋଲି ଅହମଦନେଜାଦ ସିଏନ୍ଏନ୍ ତୁର୍କକୁ ପ୍ରତିକ୍ରିୟା ଦେଇ କହିଛନ୍ତି। କେବଳ ଜଣେ ନୁହେଁ, ଇରାନ ୨୦ ଜଣ ଗୁଇନ୍ଦା ଏଜେଣ୍ଟ ଇସ୍ରାଏଲ ପାଇଁ କାମ କରୁଛନ୍ତି ବୋଲି ଅହମଦନେଜାଦ ଦାବି କରିଛନ୍ତି। ଏହିମାନେ ହିଁ ଇରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛନ୍ତି। ୨୦୧୮ରେ ଏମାନେ ଇରାନର ପରମାଣୁ ଡକ୍ୟୁମେଣ୍ଟର ଚୋରି କରିନେଇଥିଲେ। ଏଥିସହିତ ଏକାଧିକ ଇରାନୀ ପରମାଣୁ ବିଜ୍ଞାନୀଙ୍କୁ ହତ୍ୟା କରିଛନ୍ତି। ଅହମଦନେଜାଦଙ୍କ ପୂର୍ବରୁ ୨୦୨୧ରେ ଇରାନ ପୂର୍ବତନ
ନୂଆଦିଲ୍ଲୀ: ଯେଉଁ ଇରାନ ବଳରେ ଇସ୍ରାଏଲ୍ ସହ ଯୁଦ୍ଧ ଲଢ଼ିବାକୁ ବାହାରିଥିଲା ହିଜବୁଲ୍ଲା ସେହି ଇରାନକୁ ଅସ୍ତ୍ର କରି ହିଜବୁଲ୍ଲା ମୁଖ୍ୟ ନସରଲ୍ଲାକୁ ମାରିଲା ଇସ୍ରାଏଲ୍। ତା’ ଠାରୁ ବଡ଼ କଥା ହେଲା ଇସ୍ରାଏଲର ଗୋଇନ୍ଦାଗିରିକୁ ରୋକିବାକୁ ଇରାନ୍ ଯେଉଁ ଗୁଇନ୍ଦା ମୁଖ୍ୟଙ୍କୁ ନିଯୁକ୍ତ ଦେଇଥିଲା। ସେ ହି ଧୋକା ଦେଲେ। ସେ ହିଁ ଇସ୍ରାଏଲର ଯାଶୁସୀ କରି ନସରଲ୍ଲାର ସୂଚନା ଦେଇଥିଲେ। ପୂର୍ବତନ ଇରାନ ରାଷ୍ଟ୍ରପତି ମହମ୍ମଦ ଅହମଦନେଜାଦ ଏହି ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଇରାନ ଗୁଇନ୍ଦା ବିଭାଗ ସମ୍ଭାଳିବାକୁ ଯାହାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେ ହିଁ ମୋସାଦ ଏଜେଣ୍ଟ ବୋଲି ଏହା ୨୦୨୧ରେ ସ୍ପଷ୍ଟ ହୋଇଯାଇଥିଲା। ଇସ୍ରାଏଲ ଇରାନରେ ଜଟିଳ ଅପରେସନକୁ ଚଳାଉଥିଲା। ସେମାନେ ସହଜରେ ସୂଚନା ପାଇପାରୁଥିଲେ। ହେଲେ ଇରାନରେ ଏନେଇ ସମସ୍ତେ ଚୁପ ବସିଛନ୍ତି ବୋଲି ଅହମଦନେଜାଦ ସିଏନ୍ଏନ୍ ତୁର୍କକୁ ପ୍ରତିକ୍ରିୟା ଦେଇ କହିଛନ୍ତି।
କେବଳ ଜଣେ ନୁହେଁ, ଇରାନ ୨୦ ଜଣ ଗୁଇନ୍ଦା ଏଜେଣ୍ଟ ଇସ୍ରାଏଲ ପାଇଁ କାମ କରୁଛନ୍ତି ବୋଲି ଅହମଦନେଜାଦ ଦାବି କରିଛନ୍ତି। ଏହିମାନେ ହିଁ ଇରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛନ୍ତି। ୨୦୧୮ରେ ଏମାନେ ଇରାନର ପରମାଣୁ ଡକ୍ୟୁମେଣ୍ଟର ଚୋରି କରିନେଇଥିଲେ। ଏଥିସହିତ ଏକାଧିକ ଇରାନୀ ପରମାଣୁ ବିଜ୍ଞାନୀଙ୍କୁ ହତ୍ୟା କରିଛନ୍ତି।
ଅହମଦନେଜାଦଙ୍କ ପୂର୍ବରୁ ୨୦୨୧ରେ ଇରାନ ପୂର୍ବତନ ମନ୍ତ୍ରୀ ଅଲୀ ୟୁନେସି ମଧ୍ୟ ସମାନ ଦାବି କରିଥିଲ। ଇସ୍ରାଏଲ ତାର ଗୁଇନ୍ଦା ଅଫିସରଙ୍କୁ ଇରାନରେ ଗୁଇନ୍ଦା ସଂସ୍ଥାରେ ମୁତୟନ କରିଛି ବୋଲି ୟୁନେସି ଦାବି କରିଥିଲେ।
ୟୁନେସି କହିଥିଲେ “ ଗତ ୧୦ ବର୍ଷ ମଧ୍ୟରେ ମୋସାଦ ଇରାନ ବିଭିନ୍ନ ସରକାରୀ ବିଭାଗରେ ଅପ୍ରବେଶ କରିଛି। ତେଣୁ ବିଭାଗୀୟ ଅଧିକାରୀମାନେ ଭୟ କରିବା ଉଚିତ୍। ” ୨୦୨୧ରେ ଏକ ସାକ୍ଷାତ୍କାର ଦେଇ ଏପରି କହିଥିଲେ ୟୁନେସୀ।
ସୂଚନା ଥାଉକି ଇସ୍ରାଏଲ ଏକ ଟନ୍ ଓଜନର ବଙ୍କର ବଷ୍ଟର ବୋମା ପକାଇ ହିଜବୁଲ୍ଲା ମୁଖ୍ୟ ନସରଲ୍ଲା ସମେତ ବିଭିନ୍ନ ଆତଙ୍କୀ କମାଣ୍ଡରକୁ ନିପାତ କରିଛି। ଏଥିସହିତ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ସେପ୍ଟେମ୍ବର ୨୩ ତାରିଖରୁ ଚଳାଇଥିବା ଅଭିଯାନରେ ୯୬୦ ଜଣଙ୍କର ମୃତ୍ୟ ହେଲାଣି। ୨,୭୭୦ ଜଣ ଆହତ ହୋଇଛନ୍ତି ବୋଲି ଲେବାନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।