ଇଲେକ୍ଟୋରାଲ ବଣ୍ଡ ମାମଲା: ନିର୍ମଳା ସୀତାରମଣ, ଜେ.ପି.ନଡ୍ଡା ଓ ED ଅଧିକାରୀଙ୍କ ବିରୋଧରେ FIR ରୁଜୁ

ବେଙ୍ଗାଲୁରୁ ୨୯।୯:   ନିର୍ବାଚନ ବଣ୍ଡ ଯୋଜନା ସମ୍ପର୍କିତ ଏକ ଅଭିଯୋଗ ପରେ ବେଙ୍ଗାଲୁରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ପୋଲିସ ଅନୁସାରେ ସ୍ୱତନ୍ତ୍ରକୋର୍ଟଙ୍କ ଆଦେଶ ଆଧାରରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଅଧିକାରୀ, ରାଜ୍ୟ ଓ ଜାତୀୟ ସ୍ତରରେ ବିଜେପି ପଦାଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୮୪ (ଜୋର ଜବରଦସ୍ତ ଅସୁଲି), ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଓ ୩୪  ଅନୁସାରେ ଏଫଆଇଆର ରୁଜୁ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) କର୍ଣ୍ଣାଟକ ୟୁନିଟ ମୁଖ୍ୟ ବି.ୱାଇ.ବିଜେନ୍ଦ୍ର, ପାର୍ଟି ନେତା ନଳିନୀ କୁମାର କଟିଲଙ୍କ ନାମ ମଧ୍ୟ ଏଫଆଇଆରରେ ରହିଛି। ଜନାଧିକାର ସଂଘର୍ଷ ପରିଷଦ (ଜେଏସପି)ର ସହ ଅଧ୍ୟକ୍ଷ ଆଦର୍ଶ ଆର.ଆୟର ଏହି ଏତଲା ରୁଜୁ କରିଛନ୍ତି। ଯେଉଁଥିରେ ଅଭିଯୁକ୍ତମାନେ ନିର୍ବାଚନ ବଣ୍ଡ ବାହାନାରେ ଜୋର ଜବରଦସ୍ତ ଅସୁଲି କରିଛନ୍ତି ଓ ୮୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଲାଭ ଉଠାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।Tilak Nagar police registered FIR against Finance Minister Nirmala Sitharaman, Karnataka BJP president J.P. Nadda, Nalin Kumar Kateel, B Y Vijayendra & ED for allegedly committing irregularities and misusing ele

ଇଲେକ୍ଟୋରାଲ ବଣ୍ଡ ମାମଲା: ନିର୍ମଳା ସୀତାରମଣ, ଜେ.ପି.ନଡ୍ଡା ଓ ED ଅଧିକାରୀଙ୍କ ବିରୋଧରେ FIR ରୁଜୁ

ବେଙ୍ଗାଲୁରୁ ୨୯।୯:   ନିର୍ବାଚନ ବଣ୍ଡ ଯୋଜନା ସମ୍ପର୍କିତ ଏକ ଅଭିଯୋଗ ପରେ ବେଙ୍ଗାଲୁରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ପୋଲିସ ଅନୁସାରେ ସ୍ୱତନ୍ତ୍ରକୋର୍ଟଙ୍କ ଆଦେଶ ଆଧାରରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଅଧିକାରୀ, ରାଜ୍ୟ ଓ ଜାତୀୟ ସ୍ତରରେ ବିଜେପି ପଦାଧିକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୮୪ (ଜୋର ଜବରଦସ୍ତ ଅସୁଲି), ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଓ ୩୪  ଅନୁସାରେ ଏଫଆଇଆର ରୁଜୁ ହୋଇଛି। 

ଭାରତୀୟ ଜନତା ପାର୍ଟି (ବିଜେପି) କର୍ଣ୍ଣାଟକ ୟୁନିଟ ମୁଖ୍ୟ ବି.ୱାଇ.ବିଜେନ୍ଦ୍ର, ପାର୍ଟି ନେତା ନଳିନୀ କୁମାର କଟିଲଙ୍କ ନାମ ମଧ୍ୟ ଏଫଆଇଆରରେ ରହିଛି। ଜନାଧିକାର ସଂଘର୍ଷ ପରିଷଦ (ଜେଏସପି)ର ସହ ଅଧ୍ୟକ୍ଷ ଆଦର୍ଶ ଆର.ଆୟର ଏହି ଏତଲା ରୁଜୁ କରିଛନ୍ତି। ଯେଉଁଥିରେ ଅଭିଯୁକ୍ତମାନେ ନିର୍ବାଚନ ବଣ୍ଡ ବାହାନାରେ ଜୋର ଜବରଦସ୍ତ ଅସୁଲି କରିଛନ୍ତି ଓ ୮୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଲାଭ ଉଠାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।


ଅଭିଯୋଗକର୍ତ୍ତା କହିଛନ୍ତି ଯେ ସୀତାରମଣ ଇଡି ଅଧିକାରୀଙ୍କ ଗୋପନ ସହାୟତା ଓ ସମର୍ଥନରେ ରାଜ୍ୟ ଓ ଜାତୀୟ ସ୍ତରରେ ଜଣେ ଜଣକୁ ଲାଭାନ୍ୱିତ କରିବା ପାଇଁ ହଜାର ହଜାର କୋଟି ଟଙ୍କା ଜୋର ଜବରଦସ୍ତ ଅସୁଲ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ନିର୍ବାଚନ ବଣ୍ଡ ଆଢୁଆଳରେ ଜୋର ଜବରଦସ୍ତ ଅସୁଲି କାମ ବିଜେପି ପଦାଧିକାରୀମାନେ ବିଭିନ୍ନ ସ୍ତରରେ ଚଳାଇଥିଲେ। ଜେଏସପି ଓକିଲ ଏସ.ବାଲନ କହିଛନ୍ତି ଯେ ମାମଲାରେ ନିର୍ମଳା ସୀତାରମଣ ଓ ଇଡି ନିର୍ଦ୍ଦେଶଳୟ ମାମଲାର ମୁଖ୍ୟ ସୂତ୍ରଧର। 


ଅଭିଯୁକ୍ତ ନମ୍ବର-୧ ନିର୍ମଳା ସୀତାରମଣ ଅଭିଯୁକ ନମ୍ବର-୨ (ଇଡି)ଙ୍କ ଗୋପନ ସହାୟତା ଓ ସମର୍ଥନରେ ଜାତୀୟ ସ୍ତରରେ ଅଭିଯୁକ୍ତ ନମ୍ବର-୩ (ନଡ୍ଡା)  ଓ କର୍ଣ୍ଣାଟକ ରାଜ୍ୟରେ ଅଭିଯୁକ୍ତ ସଂଖ୍ୟା-୪ (କଟିଲ)ଙ୍କୁ ଲାଭ ଦେବା ପାଇଁ ହଜାର ହଜାର କୋଟି ଟଙ୍କା ଆଦାୟ କରିବାରେ ସହାୟତା କରିଛନ୍ତି। ସୁପ୍ରିମକୋର୍ଟ ଗତ ଫେବୃଆରୀରେ ନିର୍ବାଚନ ବଣ୍ଡକୁ ଏହା କହି ରଦ୍ଦ କରିଦେଇଥିଲେ ଯେ ଏହା ଦ୍ୱାରା ସମ୍ବିଧାନର ସୂଚନା ଅଧିକାର ଓ ଭାଷଣ ଏବଂ ଅଭିବ୍ୟକ୍ତିର ଅଧିକାର ଉଲ୍ଲଂଘନ ହେଉଛି। 

ମୈସୁର ଅର୍ବାନ ଡେଭଲପମେଣ୍ଟ ଅଥରିଟି (ଏମୟୁଡିଏ) ଭୂମି ଆବଣ୍ଟନ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବାରୁ ବିରୋଧୀଦଳ ବିଜେପି ରାଜ୍ୟରେ ତାଙ୍କର ଇସ୍ତଫା ଦାବି କରୁଛି। ଏଥିରେ ନିର୍ବାଚନୀ ବଣ୍ଡ ବାହାନାରେ ଚାନ୍ଦା ଆଦାୟ ଅଭିଯୋଗରେ ନିର୍ମଳା ସୀତାରମଣ ଓ ନଡ୍ଡାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବାରୁ ସେମାନେ ଇସ୍ତଫା ଦେବା ଦରକାର କି ନାଇଁ ବୋଲି ଏବେ ସିଦ୍ଦାରମୈୟା ପ୍ରଶ୍ନ କରୁଛନ୍ତି।