ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ

ବେଜିଂ,୨୪ା୨: ଚାଇନାର ପୂର୍ବ ପ୍ରଦେଶର ଜିଆଙ୍ଗସୁ ସହରର ନାନଜିଙ୍ଗ ସହରରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶନିବାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଇଲେକ୍ଟ୍ରିକ ସାଇକେଲ ରଖାଯାଇଥିବା ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। […] The post ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ appeared first on Dharitri Odia News.

ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ

ବେଜିଂ,୨୪ା୨: ଚାଇନାର ପୂର୍ବ ପ୍ରଦେଶର ଜିଆଙ୍ଗସୁ ସହରର ନାନଜିଙ୍ଗ ସହରରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶନିବାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଛନ୍ତି।

ସମସ୍ତ ଆହତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଇଲେକ୍ଟ୍ରିକ ସାଇକେଲ ରଖାଯାଇଥିବା ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା।

ଅଗ୍ନିଶମ ବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଲ୍ଡିଂର ପ୍ରଥମ ମହଲାରେ ରଖାଯାଇଥିବା ଇଲେକ୍ଟ୍ରିକ ସାଇକେଲ ଦ୍ୱାରା ନିଆଁ ଲାଗିବାର ସମ୍ଭାବନାକୁ ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଠୋସ୍‌ ସୂଚନା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ଏହାର ତଦନ୍ତ କରାଯାଉଛି ବୋଲି ପ୍ରଶାସନ କହିଛି।

The post ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ appeared first on Dharitri Odia News.