ଇଷ୍ଟଦେବଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ
କଣିହାଁ,୩ା୪ (ସଚ୍ଚିଦାନନ୍ଦ ପ୍ରଧାନ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଅନୁଗୋଳ ଜିଲା କଣିହଁା ଗସ୍ତରେ ଆସି ନିଜ ଜନ୍ମମାଟି ଦଳକ ପଞ୍ଚାୟତର ନାଲମ ଗ୍ରାମର ଆରାଧ୍ୟ ତଥା ନିଜ ଇଷ୍ଟଦେବ ନୃସିଂହ ନାଥଙ୍କୁ ଦର୍ଶନ କରିଥିଲେ। ସେ ସମ୍ବଲପୁରରୁ ଭାଜପା ଏମ୍ପି ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନମଣ୍ଡଳୀକୁ ଯିବା ପୂର୍ବରୁ ନୃସିଂହ ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ସମ୍ବଲପୁର ଯାଇ ସେଠାରେ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଭାଜପା ଢେଙ୍କାନାଳ ନିର୍ବାଚନମଣ୍ଡଳୀ […] The post ଇଷ୍ଟଦେବଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.
କଣିହାଁ,୩ା୪ (ସଚ୍ଚିଦାନନ୍ଦ ପ୍ରଧାନ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଅନୁଗୋଳ ଜିଲା କଣିହଁା ଗସ୍ତରେ ଆସି ନିଜ ଜନ୍ମମାଟି ଦଳକ ପଞ୍ଚାୟତର ନାଲମ ଗ୍ରାମର ଆରାଧ୍ୟ ତଥା ନିଜ ଇଷ୍ଟଦେବ ନୃସିଂହ ନାଥଙ୍କୁ ଦର୍ଶନ କରିଥିଲେ। ସେ ସମ୍ବଲପୁରରୁ ଭାଜପା ଏମ୍ପି ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନମଣ୍ଡଳୀକୁ ଯିବା ପୂର୍ବରୁ ନୃସିଂହ ନାଥଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ସମ୍ବଲପୁର ଯାଇ ସେଠାରେ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିବେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଭାଜପା ଢେଙ୍କାନାଳ ନିର୍ବାଚନମଣ୍ଡଳୀ ଏମ୍ପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ କାଳିନ୍ଦୀଚରଣ ସାମଲ ଏବଂ ପାଲଲହଡା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଶୋକ ମହାନ୍ତି, ନାଲମ ଗ୍ରାମର ବରିଷ୍ଠ ନାଗରିକ ଗଦାଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ l
The post ଇଷ୍ଟଦେବଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.