ଇସ୍କନ ପରେ ଭାରତୀୟ ଟିଭି ଚ୍ୟାନେଲ୍ ବ୍ୟାନ୍ ପାଇଁ ବାଂଲାଦେଶରେ ଦାବି; ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଜାରି ହିଂସାକୁ ନେଇ ଭାରତରେ ଆକ୍ରୋଶ ବଢିବାରେ ଲାଗିଛି । ଇସ୍କନକୁ ବ୍ୟାନ୍ କରିବା ଦାବି ପରେ ଏବେ ଭାରତୀୟ ଟିଭି ଚ୍ୟାନେଲ୍ ବ୍ୟାନ କରିବା ପାଇଁ ବାଂଲାଦେଶରେ ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଏଖଲାସ ଉଦ୍ଦିନ ଭୁଇଁୟା ନାମକ ଜଣେ ଓକିଲ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଯେଉଁଥିରେ ଭାରତୀୟ ମିଡିଆର ବଢୁଥିବା ପ୍ରଭାବ ଯୋଗୁଁ ବାଂଲାଦେଶୀ ସଂସ୍କୃତି ଏବଂ ସମାଜ ଉପରେ କୁପ୍ରଭାବ ପଢୁଛି । ଆବେଦନରେ ଭାରତୀୟ ଟିଭି ଚ୍ୟାନେଲ୍ ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଟେଲିଭିଜନ ନେଟୱାର୍କ ଅପରେସନ ଆକ୍ଟ ୨୦୦୬ ଅଧିନରେ ଅପିଲ୍ କରାଯାଇଛି ।ଆବେଦନରେ ଷ୍ଟାର ଜଲସା, ଜୀ ବାଂଲା, ରିପବ୍ଲିକ୍ ବାଂଲା ପରି ସବୁ ଭାରତୀୟ ଟିଭି ଚ୍ୟାନେଲକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଛି । ଏଖଲାସ ଭୁଇଁୟାଙ୍କ ଯାଚିକାରେ ସୂଚନା ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସଚିବ, ବାଂଲାଦେଶ ଦୂରସଂଚାର ଆୟୋଗ ଏବଂ ଅନ୍ୟଙ୍କୁ ଜବାବତଲବ କରାଯାଇଛି । ଭାରତୀୟ ଚ୍ୟାନେଲଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ଖବର ପ୍ରସାରଣ କରାଯାଉଛି । ବାଂଲାଦେଶୀ ସଂସ୍କୃତିକୁ ବିରୋଧ କରୁଥିବା ସାମଗ୍ରୀର ଅନିୟନ୍ତ୍ରିତ ପ୍ରସାରଣରେ ଯୁବପିଢି ବର୍ବାଦ ହେଉଛନ୍ତି । ଜଷ୍ଟିସ୍ ଫତିମା ନଜୀର ଏବଂ ଜଷ୍ଟିସ୍ ସିକନ୍ଦର ମହମୂଦୁର ରଜୀଙ୍କ ଖଣ୍ଡପୀଠ ଯାଚିକା ଉପରେ ଶୁଣାଣି କରିପାରନ୍ତି ।ଉଲ୍ଲେଖଯୋଗ୍ୟ ଅଗଷ୍ଟ ୫ରେ ପୂର୍ବତନ ପ୍ରଧାନମନ୍ତ୍

ଇସ୍କନ ପରେ ଭାରତୀୟ ଟିଭି ଚ୍ୟାନେଲ୍ ବ୍ୟାନ୍ ପାଇଁ ବାଂଲାଦେଶରେ ଦାବି; ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଜାରି ହିଂସାକୁ ନେଇ ଭାରତରେ ଆକ୍ରୋଶ ବଢିବାରେ ଲାଗିଛି । ଇସ୍କନକୁ ବ୍ୟାନ୍ କରିବା ଦାବି ପରେ ଏବେ ଭାରତୀୟ ଟିଭି ଚ୍ୟାନେଲ୍ ବ୍ୟାନ କରିବା ପାଇଁ ବାଂଲାଦେଶରେ ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଏଖଲାସ ଉଦ୍ଦିନ ଭୁଇଁୟା ନାମକ ଜଣେ ଓକିଲ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି । ଯେଉଁଥିରେ ଭାରତୀୟ ମିଡିଆର ବଢୁଥିବା ପ୍ରଭାବ ଯୋଗୁଁ ବାଂଲାଦେଶୀ ସଂସ୍କୃତି ଏବଂ ସମାଜ ଉପରେ କୁପ୍ରଭାବ ପଢୁଛି । ଆବେଦନରେ ଭାରତୀୟ ଟିଭି ଚ୍ୟାନେଲ୍ ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଟେଲିଭିଜନ ନେଟୱାର୍କ ଅପରେସନ ଆକ୍ଟ ୨୦୦୬ ଅଧିନରେ ଅପିଲ୍ କରାଯାଇଛି ।

ଆବେଦନରେ ଷ୍ଟାର ଜଲସା, ଜୀ ବାଂଲା, ରିପବ୍ଲିକ୍ ବାଂଲା ପରି ସବୁ ଭାରତୀୟ ଟିଭି ଚ୍ୟାନେଲକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଛି । ଏଖଲାସ ଭୁଇଁୟାଙ୍କ ଯାଚିକାରେ ସୂଚନା ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସଚିବ, ବାଂଲାଦେଶ ଦୂରସଂଚାର ଆୟୋଗ ଏବଂ ଅନ୍ୟଙ୍କୁ ଜବାବତଲବ କରାଯାଇଛି । ଭାରତୀୟ ଚ୍ୟାନେଲଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ଖବର ପ୍ରସାରଣ କରାଯାଉଛି । ବାଂଲାଦେଶୀ ସଂସ୍କୃତିକୁ ବିରୋଧ କରୁଥିବା ସାମଗ୍ରୀର ଅନିୟନ୍ତ୍ରିତ ପ୍ରସାରଣରେ ଯୁବପିଢି ବର୍ବାଦ ହେଉଛନ୍ତି । ଜଷ୍ଟିସ୍ ଫତିମା ନଜୀର ଏବଂ ଜଷ୍ଟିସ୍ ସିକନ୍ଦର ମହମୂଦୁର ରଜୀଙ୍କ ଖଣ୍ଡପୀଠ ଯାଚିକା ଉପରେ ଶୁଣାଣି କରିପାରନ୍ତି ।

ଉଲ୍ଲେଖଯୋଗ୍ୟ ଅଗଷ୍ଟ ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଦରୁ ହଟାଯିବା ପରଠୁ ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ଲଗାତାର ଖରାପ ହେବାରେ ଲାଗିଛି । ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି । ଅକ୍ଟୋବର ୨୫ରେ ଇସ୍କନର ପୂର୍ବତନ ପୂଜାରୀ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା । ଡିସେମ୍ୱର ୩ ମଙ୍ଗଳବାର ଚିନ୍ମୟ କୃଷ୍ଣ ହାସଙ୍କ ମାମଲା ଲଢୁଥିବା ଆଇନଜୀବୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ଭୟରେ ଅନ୍ୟ କୌଣସି ଓକିଲ ଚିନ୍ମୟ କୃଷ୍ଣ ଦାସଙ୍କ ମାମଲା ଲଢିବାକୁ ରାଜି ହେଉନାହାନ୍ତି ।