ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଶ୍ରୀନଅରରେ ବୈଠକ
ପୁରୀ:ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀନଅର ଠାରେ ଅନୁଷ୍ଠିତ ହୋଇଛି।ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ।ଇସ୍କନ ପକ୍ଷରୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୁରୁ ପ୍ରସାଦ ସ୍ବାମୀ ମହାରାଜ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।ବୈଠକରେ, ଶ୍ରୀମନ୍ଦିର ତରଫରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ, ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ […]
ପୁରୀ:ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀନଅର ଠାରେ ଅନୁଷ୍ଠିତ ହୋଇଛି।ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଉପସ୍ଥିତ ଥିଲେ।ଇସ୍କନ ପକ୍ଷରୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୁରୁ ପ୍ରସାଦ ସ୍ବାମୀ ମହାରାଜ ଏବଂ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।ବୈଠକରେ, ଶ୍ରୀମନ୍ଦିର ତରଫରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ, ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ହିଁ ମହାପ୍ରଭୁଙ୍କ ରଥଯାତ୍ରାର ଶାସ୍ତ୍ର ସମ୍ମତ ବିଧି ରହିଛି, ତେଣୁ ଏହି ସମୟରେ ହିଁ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରାଯାଇପାରିବ। ଏଥିରେ ବ୍ୟତିକ୍ରମ ହେବା କଥା ନୁହେଁ।ଏନେଇ ଉଭୟ ପକ୍ଷର ଗବେଷକ ମାନେ ଶୀଘ୍ର ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ହେଲା । ଇସ୍କନ କର୍ତ୍ତୃପକ୍ଷ ଆଗାମୀ ଫେବ୍ରୁଆରି ମାସରେ ହେବାକୁ ଥିବା ତାଙ୍କ ଗଭର୍ଣ୍ଣିଂ ବଡି ବୈଠକରେ ଏ ସମ୍ବନ୍ଧରେ ପ୍ରସ୍ତାବ ଆଗତ କରିବେ ବୋଲି କହିଥିଲେ।