ଇସ୍ତଫା ଘୋଷଣା କଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ଅଭିନେତ୍ରୀ ଏବଂ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଆଜି ତାଙ୍କ ପଦବିରୁ ଇସ୍ତଫା ଘୋଷଣା କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ମିମି ଇସ୍ତଫା ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ମିମି ଯାଦବପୁର ଆସନରୁ ନିର୍ବାଚନ ଜିତିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ମିମି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। କିନ୍ତୁ ମିମି ଲୋକସଭା ବାଚସ୍ପତିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇନଥିବାରୁ […]

ଇସ୍ତଫା ଘୋଷଣା କଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ଅଭିନେତ୍ରୀ ଏବଂ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଆଜି ତାଙ୍କ ପଦବିରୁ ଇସ୍ତଫା ଘୋଷଣା କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ମିମି ଇସ୍ତଫା ଘୋଷଣା କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ମିମି ଯାଦବପୁର ଆସନରୁ ନିର୍ବାଚନ ଜିତିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ମିମି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। କିନ୍ତୁ ମିମି ଲୋକସଭା ବାଚସ୍ପତିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇନଥିବାରୁ ଏହା ତାଙ୍କ ଔପଚାରିକ ଇସ୍ତଫାପତ୍ର ନୁହେଁ।