ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ

ପାଟନା,୨୮।୧: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲକରଙ୍କୁ ସାକ୍ଷାତ କରି ନୀତିଶ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ବୈଠକରେ ଅଗାମୀ ରଣନୀତିକୁ ନେଇ ଚର୍ଚ୍ଚା ହେବା ସହ ନିଜ ଇସ୍ତଫା ଦେବା ନେଇ ସେ ବିଧାୟକଙ୍କୁ ଜଣାଇଥିଲେ। ଏନେଇ ବିଧାୟକମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ରବିବାର ନୀତିଶ ରାଜଭବନରେ ପହଞ୍ଚି ଇସ୍ତଫାପତ୍ର […] The post ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ appeared first on Dharitri Odia News.

ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ

ପାଟନା,୨୮।୧: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲକରଙ୍କୁ ସାକ୍ଷାତ କରି ନୀତିଶ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ। ବୈଠକରେ ଅଗାମୀ ରଣନୀତିକୁ ନେଇ ଚର୍ଚ୍ଚା ହେବା ସହ ନିଜ ଇସ୍ତଫା ଦେବା ନେଇ ସେ ବିଧାୟକଙ୍କୁ ଜଣାଇଥିଲେ। ଏନେଇ ବିଧାୟକମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ରବିବାର ନୀତିଶ ରାଜଭବନରେ ପହଞ୍ଚି ଇସ୍ତଫାପତ୍ର ଦେବା ସହ ମୁଖମନ୍ତ୍ରୀ ପଦ ଛାଡିଛନ୍ତି। ତେବେ ଆଜି ସଂଧ୍ୟାରେ ସେ ଭାଜପା ସମର୍ଥନରେ ମୁଖ୍ୟମନ୍ତ୍ରୀ ପଦରେ ପୁଣି ସମର୍ଥନ ନେଇପାରନ୍ତି। ଭାଜପାର ନୂଆ ଫର୍ମୂଲାରେ ଦୁଇ ନେତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

The post ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ appeared first on Dharitri Odia News.