ଇସ୍ରାଏଲ ଉପରେ ଇରାନର ମିସାଇଲ ମାଡ଼, ନିଜ ନାଗରିକଙ୍କୁ ଆଲର୍ଟ କଲା ଭାରତ; ଜାରି କଲା ଏମରଜେନ୍ସି ନମ୍ବର

ନୂଆଦିଲ୍ଲୀ: ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର ମୃତ୍ୟୁର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଇସ୍ରାଏଲ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମିସାଇଲ ଆକ୍ରମଣ ହୋଇଥିବା ଇସ୍ରାଏଲ ସୁରକ୍ଷାବଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ମଧ୍ୟରେ ଭାରତ ଇସ୍ରାଏଲରେ ରହୁଥିବା ନିଜ ନାଗରିକଙ୍କୁ ଆଲର୍ଟ କରିଛି। ଇସ୍ରାଏଲରେ ଭାରତୀୟ ଦୂତାବାସ ମଙ୍ଗଳବାର ସମସ୍ତ ନାଗରିକଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି କରିଛି। ମଧ୍ୟପ୍ରାଚ୍ୟ ଦେଶରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୂତାବାସ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଅପିଲ୍ କରାଯାଇଛି। ଉଲ୍ଲେଖନୀୟ ଇସ୍ରାଏଲରେ ୨୮ ହଜାର ଭାରତୀୟ ବସବାସ କରୁଛନ୍ତି।ଦୂତାବାସ ଦ୍ଵାରା ଜାରି କରାଯାଇଥିବା ଆଡଭାଇଜରି ଅନୁଯାୟୀ, ଦୟାକରି ସାବଧାନ ଓ ସତର୍କ ରୁହନ୍ତୁ। ଦେଶରେ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ।  ସମସ୍ତ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲୀ ଅଧିକାରୀଙ୍କ ସହିତ ନିୟମିତ ଯୋଗାଯୋଗରେ ରୁହନ୍ତୁ। ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଦୂତାବାସ ପକ୍ଷରୁ ଅପିଲ୍ କରାଯାଇଛି।ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଉଠାଉଛି। ଏଥିସହ ଦୂତାବାସ ପକ୍ଷରୁ ଜରୁରୀକାଳୀନ ନମ୍ବର ଜାରି କରାଯ

ଇସ୍ରାଏଲ ଉପରେ ଇରାନର ମିସାଇଲ ମାଡ଼, ନିଜ ନାଗରିକଙ୍କୁ ଆଲର୍ଟ କଲା ଭାରତ; ଜାରି କଲା ଏମରଜେନ୍ସି ନମ୍ବର

ନୂଆଦିଲ୍ଲୀ: ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର ମୃତ୍ୟୁର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଇସ୍ରାଏଲ ଉପରେ ଇରାନ ମିସାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମିସାଇଲ ଆକ୍ରମଣ ହୋଇଥିବା ଇସ୍ରାଏଲ ସୁରକ୍ଷାବଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ମଧ୍ୟରେ ଭାରତ ଇସ୍ରାଏଲରେ ରହୁଥିବା ନିଜ ନାଗରିକଙ୍କୁ ଆଲର୍ଟ କରିଛି। ଇସ୍ରାଏଲରେ ଭାରତୀୟ ଦୂତାବାସ ମଙ୍ଗଳବାର ସମସ୍ତ ନାଗରିକଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି କରିଛି। ମଧ୍ୟପ୍ରାଚ୍ୟ ଦେଶରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୂତାବାସ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଅପିଲ୍ କରାଯାଇଛି। ଉଲ୍ଲେଖନୀୟ ଇସ୍ରାଏଲରେ ୨୮ ହଜାର ଭାରତୀୟ ବସବାସ କରୁଛନ୍ତି।

ଦୂତାବାସ ଦ୍ଵାରା ଜାରି କରାଯାଇଥିବା ଆଡଭାଇଜରି ଅନୁଯାୟୀ, ଦୟାକରି ସାବଧାନ ଓ ସତର୍କ ରୁହନ୍ତୁ। ଦେଶରେ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ।  ସମସ୍ତ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲୀ ଅଧିକାରୀଙ୍କ ସହିତ ନିୟମିତ ଯୋଗାଯୋଗରେ ରୁହନ୍ତୁ। ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଦୂତାବାସ ପକ୍ଷରୁ ଅପିଲ୍ କରାଯାଇଛି।

ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଉଠାଉଛି। ଏଥିସହ ଦୂତାବାସ ପକ୍ଷରୁ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। କୌଣସି ବି  ଜରୁରୀକାଳୀନ ସ୍ଥିତିରେ ଦୟା କରି ହେଲ୍ପଲାଇନ ନମ୍ବର +972-547520711, +972-543278392, email- cons1.telaviv@mea.gov.in।

ଇସ୍ରାଏଲ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ ଇସ୍ରାଏଲ୍ ଉପରେ ୪୦୦ରୁ ଅଧିକ ମିସାଇଲ୍ ଆକ୍ରମଣ କରାଯାଇଛି ଏବଂ ସାରା ଦେଶରେ ଏୟାର ଷ୍ଟ୍ରାଇକ ସାଇରନ୍ ଆକ୍ଟିଭ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ଏବଂ ବୋମା ଆଶ୍ରୟ ସ୍ଥଳରେ ରହିବା ପାଇଁ ଆଦେଶ ଦିଆଯାଇଛି । ଇସ୍ରାଏଲ୍ ପୂର୍ବରୁ ଚେତାବନୀ ଦେଇସାରିଛି ଯେ ଯଦି ଇରାନ ଆକ୍ରମଣ କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଏବେ ଅନୁମାନ କରାଯାଉଛି ଯେ ଇରାନ ଉପରେ ଇସ୍ରାଏଲ ପାଲଟା ଆକ୍ରମଣ କରିପାରେ ।