ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍ ଆଟାକ୍, ୭ ମିନିଟ୍ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର
ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା ପୁଣିଥରେ ଶନିବାର ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି। ୭ ମିନିଟ୍ରେ ହେଜବୋଲ୍ଲା ଇସ୍ରାଏଲ ଉପରେ ୬୦ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଯଦିଓ ଅଧିକାଂଶ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଥିଲେ ହେଁ ଅନେକେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ପଡ଼ିଛି। କ୍ଷେପଣାସ୍ତ୍ର ଆକ୍ରମଣ ପୂର୍ବରୁ ହେଜବୋଲ୍ଲା ଦ୍ୱାରା ଡ୍ରୋନ ଆକ୍ରମଣ ମଧ୍ୟ କରାଯାଇଥିଲା। […] The post ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍ ଆଟାକ୍, ୭ ମିନିଟ୍ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର appeared first on Dharitri Odia News.
ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା ପୁଣିଥରେ ଶନିବାର ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କରିଛି। ୭ ମିନିଟ୍ରେ ହେଜବୋଲ୍ଲା ଇସ୍ରାଏଲ ଉପରେ ୬୦ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଯଦିଓ ଅଧିକାଂଶ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଥିଲେ ହେଁ ଅନେକେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ପଡ଼ିଛି।
କ୍ଷେପଣାସ୍ତ୍ର ଆକ୍ରମଣ ପୂର୍ବରୁ ହେଜବୋଲ୍ଲା ଦ୍ୱାରା ଡ୍ରୋନ ଆକ୍ରମଣ ମଧ୍ୟ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଡ୍ରୋନ ଲେବାନେନରୁ ଉତ୍କ୍ଷେପଣ କରାଯାଇ ସେସରିୟାରେ ଅବସ୍ଥିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲା। ତାଙ୍କ ବ୍ୟକ୍ତିଗତ ବାସଭବନ ନିକଟରେ ଡ୍ରୋନ୍ ବିସ୍ଫୋରଣ ହୋଇଥିଲା।
The post ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍ ଆଟାକ୍, ୭ ମିନିଟ୍ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର appeared first on Dharitri Odia News.