ଇସ୍ରାଏଲ-ହମାସ ଯୁଦ୍ଧ; ଗାଜାରେ ଆଇଡିଏଫର ନରସଂହାର ଜାରି, ଏୟାର ଷ୍ଟ୍ରାଇକରେ ୧୪୬ ମୃତ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସେନାର ନରସଂହାର । ଏୟାର ଷ୍ଟ୍ରାଇକ୍ କରି ଘନଘନ ବୋମା ବର୍ଷା କରୁଛି ଆଇଡିଏଫ । ଗତ ୨୪ ଘଣ୍ଟାରେ ଇସ୍ରାଏଲର ହମଲାରେ ୧୪୬ଜଣ ପାଲେଷ୍ଟାୟୀନ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି ।ସୂଚନା ଅନୁଯାୟୀ, ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । କୁହାଯାଉଛି, ମାର୍ଚ୍ଚ ମାସକୁ ଅସ୍ତ୍ରବିରତି ଶେଷ ହେବା ପରେ ଏହା ସବୁଠୁ ଘାତକ ଏୟାର ଷ୍ଟ୍ରାଇକ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ସମାପ୍ତ ହେବାପରେ ଇସ୍ରାଏଲ ସେନା ଗାଜା ଉପରେ ଜୋରଦାର ପ୍ରହାର କରିଛି  । ମାଟି ତଳେ ଦବି ରହିଛନ୍ତି ଲୋକେ:ଉତ୍ତର ଗାଜା ସ୍ଥିତ ଇଣ୍ଡୋନେସିଆ ହସ୍ପିଟାଲର ନିର୍ଦ୍ଦେଶକ ଅଲ୍- ସୁଲ୍ଲାନଙ୍କ ଅନୁଯାୟୀ,  ଗୁରୁବାର ମଧ୍ୟରାତ୍ରୀରେ ଏହି ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ଏୟାର ଷ୍ଟ୍ରାଇକରେ ୫୬ଜଣ ପ୍ରାଣ ହରାଇଛନ୍ତି । ଏହି ହମଲା ଏତେ ଭୟଙ୍କର ଥିଲା ଯେ, ଅଧିକାଂଶ ବିଲ୍ଟିଂ ଭୁଶୁଡ଼ିପଡ଼ିଛି । ଏହି ଧ୍ବଂସାବଶେଷ ତଳେ ବହୁ ସଂଖ୍ୟାରେ ଲୋକ ଦବି ହୋଇରହିଥିବା କୁହାଯାଉଛି । ୪୫୯ଜଣ ଆହତ ହୋଇଛନ୍ତି: ଗାଜାରେ ଥିବା ସ୍ଥାନୀୟ ସ୍ବାସ୍ଥ୍ୟାଧିକାରୀଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାରେ ତଣ୍ଡବ ରଚିଛି । ଘନଘନ ବୋମା ବର୍ଷାରେ  ପ୍ରାୟ ୪୫୯ଜଣ ଆହତ ହୋଇଛନ୍ତି । ଗାଜା ହସ୍ପି

ଇସ୍ରାଏଲ-ହମାସ ଯୁଦ୍ଧ; ଗାଜାରେ ଆଇଡିଏଫର ନରସଂହାର ଜାରି, ଏୟାର ଷ୍ଟ୍ରାଇକରେ ୧୪୬ ମୃତ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସେନାର ନରସଂହାର । ଏୟାର ଷ୍ଟ୍ରାଇକ୍ କରି ଘନଘନ ବୋମା ବର୍ଷା କରୁଛି ଆଇଡିଏଫ । ଗତ ୨୪ ଘଣ୍ଟାରେ ଇସ୍ରାଏଲର ହମଲାରେ ୧୪୬ଜଣ ପାଲେଷ୍ଟାୟୀନ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । କୁହାଯାଉଛି, ମାର୍ଚ୍ଚ ମାସକୁ ଅସ୍ତ୍ରବିରତି ଶେଷ ହେବା ପରେ ଏହା ସବୁଠୁ ଘାତକ ଏୟାର ଷ୍ଟ୍ରାଇକ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ସମାପ୍ତ ହେବାପରେ ଇସ୍ରାଏଲ ସେନା ଗାଜା ଉପରେ ଜୋରଦାର ପ୍ରହାର କରିଛି  । 

ମାଟି ତଳେ ଦବି ରହିଛନ୍ତି ଲୋକେ:

ଉତ୍ତର ଗାଜା ସ୍ଥିତ ଇଣ୍ଡୋନେସିଆ ହସ୍ପିଟାଲର ନିର୍ଦ୍ଦେଶକ ଅଲ୍- ସୁଲ୍ଲାନଙ୍କ ଅନୁଯାୟୀ,  ଗୁରୁବାର ମଧ୍ୟରାତ୍ରୀରେ ଏହି ଆକ୍ରମଣ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ଏୟାର ଷ୍ଟ୍ରାଇକରେ ୫୬ଜଣ ପ୍ରାଣ ହରାଇଛନ୍ତି । ଏହି ହମଲା ଏତେ ଭୟଙ୍କର ଥିଲା ଯେ, ଅଧିକାଂଶ ବିଲ୍ଟିଂ ଭୁଶୁଡ଼ିପଡ଼ିଛି । ଏହି ଧ୍ବଂସାବଶେଷ ତଳେ ବହୁ ସଂଖ୍ୟାରେ ଲୋକ ଦବି ହୋଇରହିଥିବା କୁହାଯାଉଛି । 

୪୫୯ଜଣ ଆହତ ହୋଇଛନ୍ତି: 

ଗାଜାରେ ଥିବା ସ୍ଥାନୀୟ ସ୍ବାସ୍ଥ୍ୟାଧିକାରୀଙ୍କ କହିବା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାରେ ତଣ୍ଡବ ରଚିଛି । ଘନଘନ ବୋମା ବର୍ଷାରେ  ପ୍ରାୟ ୪୫୯ଜଣ ଆହତ ହୋଇଛନ୍ତି । ଗାଜା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଗତ ୧୯ ମାସରେ  ଇସ୍ରାଏଲ୍ ସେନା ବାରମ୍ବାର ହସ୍ପିଟାଲକୁ ଟାର୍ଗେଟ୍ କରୁଛି ।