ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତି ପୁଣି ବିଫଳ

ନୂଆଦିଲ୍ଲୀ: ଗାଜା ଯୁଦ୍ଧବିରତି ପାଇଁ କାଇରୋରେ ଚାଲିଥିବା କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରି ପାରିନି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ନେଇ କୌଣସି ଚୁକ୍ତି ସ୍ବାକ୍ଷର ହୋଇପାରିନାହିଁ। ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଚାଲିଥିବା କଥାବାର୍ତ୍ତା ବିଫଳ ହୋଇଛି। ଉଭୟ ଇସ୍ରାଏଲ ଏବଂ ହମାସ୍‌ ପରସ୍ପର ଦାବି‌ରେ ଅଟଳ ରହିଥିବାରୁ କୌଣସି ନିଷ୍କର୍ସ ବାହାରି ପାରିନି। ହମାସ୍‌ ପୁଣିଥରେ କହିଛି ଯେ ଚୁକ୍ତିରେ ସମ୍ପୂର୍ଣ୍ଣ ଯୁଦ୍ଧ ଶେଷ କଥା ରହିବା ଉଚିତ। ଇତି ମଧ୍ୟରେ ଇସ୍ରାଏଲ […]

ଇସ୍ରାଏଲ-ହମାସ ଯୁଦ୍ଧବିରତି ଚୁକ୍ତି ପୁଣି ବିଫଳ

ନୂଆଦିଲ୍ଲୀ: ଗାଜା ଯୁଦ୍ଧବିରତି ପାଇଁ କାଇରୋରେ ଚାଲିଥିବା କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରି ପାରିନି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ନେଇ କୌଣସି ଚୁକ୍ତି ସ୍ବାକ୍ଷର ହୋଇପାରିନାହିଁ। ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବାପାଇଁ ଚାଲିଥିବା କଥାବାର୍ତ୍ତା ବିଫଳ ହୋଇଛି। ଉଭୟ ଇସ୍ରାଏଲ ଏବଂ ହମାସ୍‌ ପରସ୍ପର ଦାବି‌ରେ ଅଟଳ ରହିଥିବାରୁ କୌଣସି ନିଷ୍କର୍ସ ବାହାରି ପାରିନି। ହମାସ୍‌ ପୁଣିଥରେ କହିଛି ଯେ ଚୁକ୍ତିରେ ସମ୍ପୂର୍ଣ୍ଣ ଯୁଦ୍ଧ ଶେଷ କଥା ରହିବା ଉଚିତ। ଇତି ମଧ୍ୟରେ ଇସ୍ରାଏଲ କହିଛି ଏହା ହମାସ୍‌କୁ ପରାଜିତ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବନି। ଇସ୍ରାଏଲ ପୂର୍ବରୁ ଏହାର ୫ ପଣବନ୍ଦୀଙ୍କୁ ଛାଡ଼ିବାପାଇଁ କହିଥିଲା ଏବଂ ହମାସ୍‌ ଏଥିରେ ରାଜି ହୋଇଥିଲା। କିନ୍ତୁ ନୂଆ ଚୁକ୍ତିରେ ଇସ୍ରାଏଲ ୧୦ ପଣବନ୍ଦୀଙ୍କୁ ଛାଡ଼ିବାକୁ କହିବାରୁ ହମାସ୍‌ ଏଥିରେ ରାଜି ହୋଇନାହିଁ। ହମାସ୍‌ ଏଥିପାଇଁ ଅଧିକ ସମୟ ମାଗିଛି। ଉଲ୍ଲେଖଯୋଗ୍ୟ ଯେ ହମାସ୍‌ ୫୯ ଇସ୍ରାଏଲୀଙ୍କୁ ଏବେ ପର୍ଯ୍ୟନ୍ତ ପଣବନ୍ଦୀ ରଖିଛି। ସେମାନଙ୍କ ମଧ୍ୟରୁ ୨୪ ଜଣ ଜୀବିତ ଥିବା ଇସ୍ରାଏଲ କର୍ତ୍ତୃପକ୍ଷ ଆକଳନ କରିଛନ୍ତି ଏବଂ ସେମାନଙ୍କୁ ଫେରାଇ ଆଣିବାପାଇଁ ପ୍ରାଥମିକତା ଦେଇଛନ୍ତି।