ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୩୦ MOU

ଭୁବନେଶ୍ୱର, ୨୯।୧: ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୩୦ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ […] The post ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୩୦ MOU appeared first on Dharitri Odia News.

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୩୦ MOU

ଭୁବନେଶ୍ୱର, ୨୯।୧: ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୩୦ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି।

ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ୪.୩୩ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ବିଶ୍ବର ଅଗ୍ରଣୀ ଶିଳ୍ପପତିଙ୍କ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି।

ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ, ଦୁଇଦିନ ବ୍ୟାପି କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ଇଣ୍ଟେଣ୍ଟ ଆସିଥିଲା। ଆମ ପଲିସିକୁ ସୁହାଇଲା ଭଳି MOU ହୋଇଛି।

The post ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୩୦ MOU appeared first on Dharitri Odia News.