ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ
ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କ୍ୟାଣ୍ଟିନରେ ବଡ଼ ଧରଣର ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡ଼ିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାରଙ୍କ ଠାରୁ କ୍ୟାଣ୍ଟିନ ନେଇ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କର ବି ଦେଖାନାହିଁ। ସେପଟେ ଜ୍ବଳ ପୋଡ଼ାରେ ଯୁବକଙ୍କୁ ଇନ୍ଫେକ୍ସନ ବଢ଼ି ଚାଲିଥିବାବେଳେ ରୋଜଗାରିଆ ପୁଅର […] The post ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ appeared first on Dharitri Odia News.
ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କ୍ୟାଣ୍ଟିନରେ ବଡ଼ ଧରଣର ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡ଼ିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାରଙ୍କ ଠାରୁ କ୍ୟାଣ୍ଟିନ ନେଇ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କର ବି ଦେଖାନାହିଁ। ସେପଟେ ଜ୍ବଳ ପୋଡ଼ାରେ ଯୁବକଙ୍କୁ ଇନ୍ଫେକ୍ସନ ବଢ଼ି ଚାଲିଥିବାବେଳେ ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପରିବାର ଲୋକେ। ପୀଡ଼ିତ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମୁସ୍କୁଟା ଗ୍ରାମର ଅସ୍ତ ମୁଦୁଲିଙ୍କର ପୁଅ ପୁରନ୍ଦର ମୁଦୁଲି। ପୁରନ୍ଦର ଦୀର୍ଘ ୭ ବର୍ଷ ଧରି ଉକ୍ତ କମ୍ପାନୀରେ କାମକରି ପରିବାର ପୋଷଣ କରିଆସୁଥିଲେ। ବୁଧବାର ସନ୍ଧ୍ୟାରେ ଉତ୍କଳ ଆଲୁମିନା ଟାଉନ ଶିପ୍ର ଉକ୍ତ କ୍ୟାଣ୍ଟିନରେ ସେ ରୋଷେଇ କରୁଥିବା ବେଳେ ହଠାତ୍ କୌଣସି କାରଣରୁ ତାଙ୍କ ଅଣ୍ଟାଠାରୁ ମୁହଁ ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା। ସୌଭାଗ୍ୟର ଘଟଣା ସେ ସମୟରେ ତାଙ୍କ ପାଖରେ ଥିବା କିଛି ସାଥି ତୁରନ୍ତ ସେ ପିନ୍ଧିଥିବା ସାର୍ଟକୁ ଚିରି ଦେହରୁ ଅଲଗା କରିଦେଇଥିଲେ। ତଥାପି ଶରୀରର ୫୦% ପ୍ରତିଶତ ପୋଡ଼ିଯାଇଛି। ଘଟଣା ପରେ ତୁରନ୍ତ ସେଠାରେ କାର୍ଯ୍ୟରତ ଅନ୍ୟ କିଛି ସାଥି ତାଙ୍କୁ ନିକଟରେ ଥିବା ନୂଆପଡ଼ା ମେଡ଼ିକାଲରେ ଭର୍ତ୍ତି କରିଦେଇଥିଲେ। ଖବର ପାଇ କଳାହାଣ୍ଡିରୁ ପରିବାର ସଦସ୍ୟ ପହଞ୍ଚି ପୁଅଙ୍କର ସେବା କରୁଥିବାବେଳେ କ୍ୟାଣ୍ଟିନ ପରିଚାଳନା ଠିକାଦାର କିମ୍ବା ଠିକାଦାର ନାଁରେ ପରିଚାଳନା କରୁଥିବା ଉତ୍କଳ ଆଲୁମିନାର ଜଣେ ବରିଷ୍ଠ ଏ ପର୍ଯ୍ୟନ୍ତ ପୀଡ଼ିତ ଯୁବକଙ୍କୁ ଭେଟିବାକୁ ଯାଇନାହାନ୍ତି । କର୍ମଚାରୀଙ୍କ (ସୁରକ୍ଷା) ସେଫ୍ଟି ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରିଥିବାରୁ ଏଭଳି ଅଘଟଣ ହେଇଥିବା ଅଭିଯୋଗ ଆସୁଥିବାବେଳେ ଘଟଣାକୁ ୩ ଦିନ ବିତିଯାଇଥିବା ରୁ ଜଳି ଯାଇଥିବା ଅଂଶ ଇନ୍ଫେକ୍ସନ ହେବାରେ ଲାଗିଛି। ଏଣୁ ପୁଅର ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ପିତା ଅସ୍ତ ମୁଦୁଲି ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଅବହେଳା କରିଚାଲିଛନ୍ତ। କମ୍ପାନୀ ଉକ୍ତ ପୀଡିତ ଯୁବକଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛ।
The post ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ appeared first on Dharitri Odia News.