ଉତ୍କଳ ଓପନ ଟେନିସ୍‌ ଆରମ୍ଭ: ଯୋଗଦେଇଛନ୍ତି ୨୫୦ ଖେଳାଳି

ଭୁବନେଶ୍ୱର,୧୩।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ରାଜ୍ୟର ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ୮ ବର୍ଗରେ ପ୍ରତିଯୋଗିତା ପାଇଁ ୩.୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଲଓ୍ବେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜିପି ଦୟାଲ […] The post ଉତ୍କଳ ଓପନ ଟେନିସ୍‌ ଆରମ୍ଭ: ଯୋଗଦେଇଛନ୍ତି ୨୫୦ ଖେଳାଳି appeared first on Dharitri Odia News.

ଉତ୍କଳ ଓପନ ଟେନିସ୍‌ ଆରମ୍ଭ: ଯୋଗଦେଇଛନ୍ତି ୨୫୦ ଖେଳାଳି

ଭୁବନେଶ୍ୱର,୧୩।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ରାଜ୍ୟର ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ୮ ବର୍ଗରେ ପ୍ରତିଯୋଗିତା ପାଇଁ ୩.୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଲଓ୍ବେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜିପି ଦୟାଲ ଗଙ୍ଗଓ୍ବାର, ହିତେଶ ରାୟ, ଟୁର୍ନାମେଣ୍ଟ କମିଟି ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଏସିଇ ଟେନିସ କ୍ଲବ ସଭାପତି ପ୍ରକାଶ ଚନ୍ଦ୍ର ଭୁରା, ସମ୍ପାଦକ ନଭରତନ ବୋଥ୍ରା, ଯୁଗ୍ମ ସମ୍ପାଦକ ଗୌରବ ଦାସ, ମୁଖ୍ୟ ପୃଷ୍ଠପୋଷକ ସୁବାସ ଚନ୍ଦ୍ର ମୁଖାର୍ଜୀ, କାର୍ଯ୍ୟକାରିଣୀ ସଦସ୍ୟ ପରେଶ କୁମାର ସିଂ, ବି.ଏନ୍‌. ପଟ୍ଟନାୟକ, ଜ୍ଞାନ ରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ”ମୁଁ ପ୍ରତିବର୍ଷ ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ରହିଆସୁଛି। ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବାରୁ ଟେନିସ ପ୍ରତି ଲୋକପ୍ରିୟତାକୁ ସୂଚିତ କରୁଛି। ଅନେକ ଯୁବ ଖେଳାଳି ଟେନିସକୁ ଆସିଛନ୍ତି“ ବୋଲି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ଅବସରରେ ସୁରେଶ ମହାପାତ୍ର ପ୍ରକାଶ କରିଛନ୍ତି।

The post ଉତ୍କଳ ଓପନ ଟେନିସ୍‌ ଆରମ୍ଭ: ଯୋଗଦେଇଛନ୍ତି ୨୫୦ ଖେଳାଳି appeared first on Dharitri Odia News.