ଉତ୍ତର ପ୍ରଦେଶ ଗୋଣ୍ଡାରେ ବଡ଼ ରେଳ ଦୁର୍ଘଟଣା, ଦିବ୍ରୁଗଡ଼ ଏକ୍ସପ୍ରେସ୍ ଲାଇନଚ୍ୟୁତ୍, ୪ ମୃତ
ନୂଆଦିଲ୍ଲୀ: ଉତ୍ତର ପ୍ରେଦଶର ଗୋଣ୍ଡାରେ ଗୁରୁବାର ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଚଣ୍ଡିଗଡ଼ରୁ ଦିବ୍ରୁଗଡ଼ ଯାଉଥିବା ଦିବ୍ରୁଗଡ଼ ଏକ୍ସପ୍ରେସ୍ ଚାଇନଚ୍ୟୁତ୍ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ରେଳ ଗାଡ଼ିର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ରେଳ ଗାଡ଼ିଟି ଗୋଣ୍ଡା ନିକଟ ଝିଲାହୀ ରେଲୱେ ଷ୍ଟେସନ ନିକଟରେ ଡିରେଲ୍ ହୋଇଛି । ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ଖବର ସାମନାକୁ ଆସୁଛି । ଘଟଣାସ୍ଥଳରେ ୪ଟି ମୃତ ଦେହ ଦେଖିବାକୁ ମିଳିଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାମଲାରେ ତରନ୍ତ ଆକ୍ସନ ନେଇ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଆଦେଶ ଦେଇଛନ୍ତି ।Uttar Pradesh Chief Minister Yogi Adityanath takes cognisance of the train accident in the Gonda district. He directs the officials to reach the spot immediately and expedite the relief work; gives instructions for proper treatment of the injured: CMO(file pic) https://t.co/ggCTJKwmq3 pic.twitter.com/FxmUZqzTqH— ANI
ନୂଆଦିଲ୍ଲୀ: ଉତ୍ତର ପ୍ରେଦଶର ଗୋଣ୍ଡାରେ ଗୁରୁବାର ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ଚଣ୍ଡିଗଡ଼ରୁ ଦିବ୍ରୁଗଡ଼ ଯାଉଥିବା ଦିବ୍ରୁଗଡ଼ ଏକ୍ସପ୍ରେସ୍ ଚାଇନଚ୍ୟୁତ୍ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ରେଳ ଗାଡ଼ିର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ରେଳ ଗାଡ଼ିଟି ଗୋଣ୍ଡା ନିକଟ ଝିଲାହୀ ରେଲୱେ ଷ୍ଟେସନ ନିକଟରେ ଡିରେଲ୍ ହୋଇଛି । ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ଖବର ସାମନାକୁ ଆସୁଛି । ଘଟଣାସ୍ଥଳରେ ୪ଟି ମୃତ ଦେହ ଦେଖିବାକୁ ମିଳିଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାମଲାରେ ତରନ୍ତ ଆକ୍ସନ ନେଇ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଆଦେଶ ଦେଇଛନ୍ତି ।
Uttar Pradesh Chief Minister Yogi Adityanath takes cognisance of the train accident in the Gonda district. He directs the officials to reach the spot immediately and expedite the relief work; gives instructions for proper treatment of the injured: CMO
(file pic) https://t.co/ggCTJKwmq3 pic.twitter.com/FxmUZqzTqH— ANI (@ANI) July 18, 2024
ଦୁର୍ଘଟଣାଟି ଗୋଣ୍ଡା ରେଲୱେ ଷ୍ଟେସନଠାରୁ କିଛି ବାଟ ଆଗରେ ମୋତିଗଞ୍ଜ କ୍ଷେତ୍ରରେ ହୋଇଛି । ଟ୍ରେନର ପରବର୍ତ୍ତୀ ଷ୍ଟେସନ ଗୋରଖପୁର ଥିଲା । ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । କୁହାଯାଉଛି ଯେ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବଗି ମଧ୍ୟରେ ଏସି କୋଚ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ପୂର୍ବୋତ୍ତର ରେଲୱେର ଡିଆରଏମ୍ ଆଦିତ୍ୟ କୁମାର ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ଅନେକ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି କିମ୍ୱା ଗତି ପଥ ବଦଳା ଯାଇଛି ।
